ନୀରବ ମୋଦିଙ୍କ ପ୍ରତ୍ୟର୍ପଣକୁ ମିଳିଲା ଅନୁମତି : ଏବେ ମଧ୍ୟ ଖସିବାର ବାଟ ଅଛି

ନୂଆଦିଲ୍ଲୀ,୧୬।୪: ଦୁର୍ନୀତି କରି ବ୍ରିଟେନ ପଳାଇଥିବା ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲାଗିଛି ଶକ୍ତ ଧକ୍କା। ମୋଦିଙ୍କ ପ୍ରତ୍ୟର୍ପଣ ନର୍ଦ୍ଦେଶରେ ମୋହର ମାରିଛନ୍ତି ବ୍ରିଟେନ ଗୃହ ସଚିବ ପ୍ରିତି ପଟେଲ। କିନ୍ତୁ ଏବେ ମଧ୍ୟ ବ୍ରିଟେନ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାର ଆଇନ ଗତ ଅଧିକାର ୫୦ ବର୍ଷୀୟ ନୀରବଙ୍କ ନିକଟରେ ରହିଛି।

୨୮ ଦିନ ମଧ୍ୟରେ ସେ ଏହି ନିଷ୍ପତ୍ତିକୁ ବ୍ରିଟେନ କୋର୍ଟରେ ବିରୋଧ କରିପାରିବେ। ଏହି ପ୍ରକ୍ରିୟାରେ ମାସେ କିମ୍ବା ବର୍ଷେ ଲାଗିପାରେ। ସମାନ କାରଣରୁ ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇ ପାରୁନାହିଁ। ମାଲ୍ୟା ୨୦୧୯ରେ ପ୍ରତ୍ୟର୍ପଣ ନିର୍ଦ୍ଦେଶର ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ରେ ଜାଲିଆତି କରି ୧୪ ହଜାର କୋଟି ଟଙ୍କାର ଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ହେଲେ ନୀରବ। ୨୦୧୮ରୁ ସିବିଆଇ ଓ ଇଡି ଏହି ଦୁର୍ନୀତିର ତଦନ୍ତ କରୁଛି। ସେବେଠାରୁ ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ଉଦ୍ୟମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାଠାରୁ କରୋନା ତଥ୍ୟ ପୁଣି ମାଗିଲା ବିଶ୍ୱସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୩୧।୧୨ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି...

ସିଙ୍ଗାପୁରରେ କରୋନାର ଏକ୍ସବିବି ଭାରିଆଣ୍ଟ୍‌ ଚିହ୍ନଟ…

ସିଙ୍ଗାପୁର ସିଟି,୧୨।୧୦ : ଚାଇନା ପରେ, ଓମିକ୍ରନର ନୂଆ ଭାରିଆଣ୍ଟ ଏକ୍ସବିବି ଯୋଗୁ ସିଙ୍ଗାପୁରରେ ଆତଙ୍କ ସୃଷ୍ଟି ହୋଇଛି। ସିଙ୍ଗାପୁର ସରକାର ଏହା ଉପରେ ତୀକ୍ଷ୍‌ଣ...

ଆଫ୍ରିକାବାସୀଙ୍କୁ ଡରାଇଲାଣି ଇବୋଲା

କୋନାକ୍ରି,୧୬ ।୨: କରୋନା ମହାମାରୀ ଭିତରେ ପଶ୍ଚିମ ଆଫ୍ରିକା ଦେଶ ଗିନିରେ ୫ ବର୍ଷ ପରେ ପୁଣିଥରେ ଇବୋଲା ବ୍ୟାପିବା ଆରମ୍ଭ କରିଛି । ଏବେ...

ଇରାନ କ୍ରୀଡା ମନ୍ତ୍ରୀଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତେହରାନ,୨୩।୨: ଇରାନ କ୍ରୀଡା ମନ୍ତ୍ରୀ ହମିଦ ସଜ୍ଜାଦିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ଇରାନର ଅଫିସିଆଲ ନ୍ୟୁଜ ଏଜେନ୍ସି ଆଇଆରଏନ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର...

କରୋନା ପାଇଁ ପ୍ରଭାବିତ ହେଉଛି ଏଚ୍‌ଆଇଭି ଚିକିତ୍ସା

ଓ୍ବାଶିଂଟନ,୭।୭: ସାରା ବିଶ୍ୱରେ ୨୦୧୯ ଶେଷ ବେଳକୁ ପାଖାପାଖି ୩ କୋଟି ୮୦ ଲକ୍ଷ ଲୋକ ଏଚ୍‌ଆଇଭି(ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ) ଦ୍ୱାରା ସଂକ୍ରମିତ ହୋଇଥିଲେ। ସୋମବାର...

୨୦ରୁ ଅଧିକ ଦେଶରେ ଲକ୍‌ଡାଉନ୍‌: ୧୨୦କୋଟି ଲୋକ ଘରେ ବନ୍ଦ

ଓ୍ବାଶିଂଟନ,୨୧।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୃଥିବୀରେ ୨୦ଟିରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛ। ଚାଇନା, ଇଟାଲି, ସ୍ପେନ୍‌, ଫ୍ରାନ୍ସ୍‌, ଅୟାରଲାଣ୍ଡ୍‌, ଡେନମାର୍କ,...

କାଜାଖସ୍ତାନରେ ନୂଆ ନେତାଙ୍କୁ ବିରୋଧ: ୫୦୦ ଗିରଫ

ଅଲମାଟି,୧୦ା୬(ଏଏଫ୍‌ପି): କାଜାଖସ୍ତାନ ରାଷ୍ଟ୍ରପତି ନୁର୍‌ସୁଲତାନ୍‌ ନଜାର୍ବାୟେବ୍‌ଙ୍କ ୩୦ ବର୍ଷ ଶାସନର ଅନ୍ତ ଘଟିବା ପରେ ଦେଶବାସୀ କାସିମ୍‌ ଜୋମ୍‌ରାଟ-ଟୋକାୟଭ୍‌ଙ୍କୁ ନୂଆ ନେତା ଭାବେ ନିର୍ବାଚିତ କରିଥିବାବେଳେ...

ଚାଇନାକୁ କୂଟନୈତିକ ଝଟକା

ସୁବା/ବେଜିଂ,୩୧ା୫: ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନିଜ ଆଧିପତ୍ୟ ଜାହିର କରିବା ନିମନ୍ତେ ପ୍ରୟାସ କରୁଥିବା ଚାଇନାକୁ ବଡ଼ ଝଟକା ଲାଗିଛି। ପାସିଫିକ୍‌ ଦ୍ୱୀପଦେଶ ବେଜିଂ ଜାଲରେ...

Advertisement
Archives

Model This Week