ନିପାଣିଆ ବିଜୁ ସେତୁ ଉଦ୍‌ଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ

ମହାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନଦୀ ନାଳ ଘେରା ବତିଘର ପଞ୍ଚାୟତର ଦକ୍ଷିଣ ବରକୋଳି ଖୋଳା-ନିପାଣିଆ ଖୋଳା ନଦୀ ଉପରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ନିର୍ମାଣ ହୋଇଥିଲା। ଏହି ସେତୁକୁ ଶୁକ୍ରବାର ପୂର୍ବାହ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉଦ୍‌ଘାଟନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ ଗୁରୁବାର ବିଳମ୍ବିତ ରାତିରେ ସେତୁ ଉଦ୍‌ଘାଟନ ପାଇଁ ଲାଗିଥିବା ଫଳକକୁ ଦୁର୍ବୃତ୍ତମାନେ ଭାଙ୍ଗି ରାସ୍ତାରେ ଫିଙ୍ଗି ଦେଇଥିଲେ। ବିଭିନ୍ନ ସ୍ଥାନରେ ଶିଳାନ୍ୟାସ, ଉଦ୍‌ଘାଟନ ଓ ସଭା ପରେ ମନ୍ତ୍ରୀ ନାୟକ ନିପାଣିଆ ବିଜୁ ସେତୁକୁ ବ୍ୟାନର ଲଗାଇ ଉଦ୍‌ଘାଟିତ କରି କାମ ଚଳାଇ ନେଇଥିଲେ। ଶୁଣିବାକୁ ମିଳୁଛି, ଦଳୀୟ ଅସନ୍ତୋଷ ଗୋଷ୍ଠୀ ଓ ଦଳ ବିରୋଧୀଙ୍କ ମିଳିତ ସହଯୋଗରେ ସେତୁ ଉଦ୍‌ଘାଟନ ପୂର୍ବରୁ ଏହି ଫଳକ ଭଙ୍ଗା ଯାଇ ଥାଇପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ବ୍ଲକ ଅନ୍ତର୍ଗତ ବତିଘର ପଞ୍ଚାୟତରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ମନ୍ତ୍ରୀ ନାୟକ ଉଦ୍‌ଘାଟନ କରିଥିଲେ। ପରେ ଦକ୍ଷିଣ ଖୋଳାଠାରେ ଏକ ସାଧାରଣ ସଭାରେ ମନ୍ତ୍ରୀ ନାୟକ ଯୋଗଦେଇ ସରକାରଙ୍କ ଜନ କଲ୍ୟାଣ ମୂଳକ ଯୋଜନାଗୁଡିକ କିପରି ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚତ୍ବ ସେଥିପାଇଁ ସରକାର ସବୁ ବ୍ୟବସ୍ଥା କରିଛନ୍ତି। ଏହି ବତିଘର ଉପାନ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସେବାଠାରୁ ଆରମ୍ଭ କରି ପାନୀୟ ଜଳ, ରାସ୍ତା ଘାଟ, ବୋଟ ଯୋଗେ ଆମ୍ବୁଲାନ୍ସ ସେବା, ପ୍ରାଥମିକ ଚିକିତ୍ସାଳୟ ନିର୍ମାଣ ହୋଇଛି। ଯେପରି ପଞ୍ଚାୟତର କୌଣସି ଲୋକ ମୌଳିକ ସେବାରୁ ବଞ୍ଚତ୍ତ ରହିବ ନାହିଁ ବୋଲି କହିଥିଲେ। ଏହି ଅବସରରେ ମିଶନ ଶକ୍ତି ନୂତନ ଗୃହ, ବିଦ୍ୟା ସାଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଜ୍ଞାନମୟୀ ଉଚ୍ଚ ବିଦ୍ୟାଳୟର ନୂତନ ଗୃହର ଶିଳାନ୍ୟାସ, ଉକ୍ତ ବିଦ୍ୟାଳୟ ପରିସରରେ ଏକ ନୂତନ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଉଦ୍‌ଘାଟନ କରିଥିଲେ। ମନ୍ତ୍ରୀଙ୍କ ସଭାରେ ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀ ରାଜେଶ କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ, ବିଡିଓ ସାଗର କୁମାର ନନ୍ଦ, ସ୍ଥାନୀୟ ସରପଞ୍ଚ ଶିବାନୀ ବିଜୁଳି, ଜିଲା ପରିଷଦ ସଦସ୍ୟ ମୃତ୍ୟୁଞ୍ଜୟ ମଣ୍ଡଳ, ବ୍ଲକ ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଳା, ପୂର୍ବତନ ସରପଞ୍ଚ ଗିରିଧାରୀ ଗିରି, ଯୁବନେତା ଦେବେନ୍ଦ୍ର କୁମାର ଦାସ, ଗୁରୂପଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାରେ ସ୍ଥାନୀୟ ମହିଳାପୁରୁଷ, ବରିଷ୍ଠ ମୁରବି ଓ କର୍ମୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri