ତାଲିବାନରେ ୧୦ଦିନରେ ଗିରଫ ହେଲେଣି ୯ସାମ୍ବାଦିକ

କାବୁଲ,୧୮।୮: ଗତ ଦୁଇ ବର୍ଷ ଧରି ତାଲିବାନଙ୍କର କ୍ରୁର ଶାସନରେ ଅସ୍ଥିର ହୋଇପଡିଛନ୍ତି ଆଫଗାନିସ୍ତାନୀ। ତେବେ ସେଥିରୁ ବାଦ୍‌ ପଡି ନାହାନ୍ତି ସାମ୍ବାଦିକ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ୧୦ଦିନ ମଧ୍ୟରେ ତାଲିବାନ କର୍ତ୍ତୃପକ୍ଷ ୯ଜଣ ସାମ୍ବାଦିକଙ୍କୁ ଗିରଫ କରିଛନ୍ତି। ଆଫଗାନିସ୍ତାନରେ ସାମ୍ବାଦିକଙ୍କ ଗିରଫଦାରୀକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ଯାହାର ନାଁ ରହିଛି ରିପୋଟର୍ସ ଓ୍ବିଦାଉଟ ବର୍ଡର (ଆରଏସଏଫ)। ଆଫଗାନିସ୍ତାନରେ ସାମ୍ବାଦିକଙ୍କ ସ୍ବାଧୀନତାକୁ ଚପାଯିବା ନେଇ ଆନ୍ତର୍ଜାତୀୟ ସଂଗଠନ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛି।

ଆଫଗାନିସ୍ତାନ ନ୍ୟୁଜ ଏଜେନ୍ସି ଖାମା ପ୍ରେସ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ, ତାଲିବାନ ଶାସନରେ ଆଫଗାନିସ୍ତାନର ଗଣମାଧ୍ୟମ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ଗତ ଦୁଇ ବର୍ଷ ମଧ୍ୟରେ ଅନେକ ରେଡିଓ ଏବଂ ଟିଭି ଷ୍ଟେସନ ସହିତ ନ୍ୟୁଜ ଏଜେନ୍ସିଗୁଡିକ ବନ୍ଦ କରାଯାଇଥିଲା। ପ୍ରାୟ ୬ହଜାରରୁ ଅଧିକ ସାମ୍ବାଦିକ ଏଥିପାଇଁ ଚାକିରି ହରାଇଛନ୍ତି।

ଆରଏସଏଫ ରିପୋର୍ଟ ଅନୁଯାୟୀ, ତାଲିବାନ ୧୨ଜଣ ସାମ୍ବାଦିକଙ୍କୁ ବିନା କାରଣରେ ଗିରଫ କରିଛି। ଆରଏସଏଫ ଗିରଫ ସାମ୍ବାଦିକଙ୍କ ତାଲିକା ଜାରି କରିଛି। ସେମାନଙ୍କୁ ଗିରଫ କରାଯାଇ ଏକ ଅଜ୍ଞାତ ସ୍ଥାନରେ ଜେଲ୍‌ରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ପୁଣି ଘନେଇଲା ଯୁଦ୍ଧ: ମଧ୍ୟପ୍ରାଚ୍ୟକୁ ଯୁଦ୍ଧ ଜାହାଜ, ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ,୨ା୧୦: ଆମେରିକା ସେନା ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଏବଂ ପାଖାପାଖି ୧୦,୦୦୦ ସୈନ୍ୟ ପଠାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୩ରେ ଆମେରିକାରେ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?