ନୀଳାଚଳ ଇସ୍ପାତ୍‌ ଘରୋଇକରଣ ପ୍ରସଙ୍ଗ: ଦ୍ୱନ୍ଦ୍ୱରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୩ା୨: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ୍‌ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)କୁ କିଣିବା ପାଇଁ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ (ଟିଏସ୍‌ଏଲ୍‌ପି) ସର୍ବୋଚ୍ଚ ବିଡର ଭାବେ ବିବେଚିତ ହୋଇଛି। ଏହାପରେ ନୀଳାଚଳ ଇସ୍ପାତ୍‌ କାରଖାନାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ ଆଶ୍ୱସ୍ତି ହୋଇଛନ୍ତି। କିନ୍ତୁ ଦୀର୍ଘ ଦୁଇ ଦଶନ୍ଧି ଧରି କମ୍ପାନୀରେ କାର୍ଯ୍ୟରତ ୨୨୭୩ ଠିକା ଶ୍ରମିକ ଓ କର୍ମଚାରୀ ଦ୍ୱନ୍ଦରେ ପଡ଼ିଛନ୍ତି। ୩୦ା୩ା୨୦୨୦ରେ ନୀଳାଚଳ ବନ୍ଦ ହେବା ପରେ ସେମାନଙ୍କ ୩ ମାସର ବକେୟା ଦରମା ଦାବିରେ ଆନ୍ଦୋଳନ ଜାରି ରଖିଥିଲେ ହେଁ ଆଜି ପର୍ଯ୍ୟନ୍ତ ସୁଫଳ ମିଳିନାହିଁ। ଅନ୍ୟପକ୍ଷେ ସେମାନଙ୍କୁ ଦମନ କରିବା ନୀତିରେ ଜିଲା ପ୍ରଶାସନ ପକ୍ଷରୁ ୩ା୩ା୨୦୨୧ରୁ କାରଖାନା ସମ୍ମୁଖରେ ୧୪୪ ଧାରା ଜାରି କରାଯାଇଛି। ଯାହାକି ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଥିବାରୁ ଠିକା ଶ୍ରମିକ ଓ କର୍ମଚାରୀମାନେ ଦରମା ନ ପାଇ ଭୋକ ଉପାସରେ କାଳାତିପାତ କରୁଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହି ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ଦିନରେ ଏକ ବଡ଼ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।

କଳିଙ୍ଗନଗରରେ ୧୯୯୬ରେ ଜନ ସହଯୋଗରେ ନୀଳାଚଳ କାରଖାନା ଗଢ଼ି ଉଠିଥିଲା । ମାତ୍ର ଏହି କମ୍ପାନୀ ଅର୍ଥାଭାବ ଆଳରେ ପ୍ରଭାବିତ ଅଞ୍ଚଳବାସୀଙ୍କ ସମସ୍ୟାଠାରୁ ଦୂରେଇ ଯାଇଛି । ପୋଲିସ ଓ ପ୍ରଶାସନର ସହଯୋଗରେ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ଠିକା ଶ୍ରମିକ ଓ କର୍ମଚାରୀଙ୍କ ଦାବି ହାସଲ ପାଇଁ ଆନ୍ଦୋଳନ କରି ଆସୁଥିବା କଳିଙ୍ଗନଗର ମଜଦୁର ୟୁନିୟନର ସମ୍ପାଦକ ବିଭୂତିଭୁଷଣ ଜେନା ଓ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ସାହୁଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହା ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଠିକାଶ୍ରମିକଙ୍କୁ ଆନ୍ଦୋଳନମୁଖୀ ତଥା ବିଦ୍ରୋହୀ କରିଛି । ସରକାରୀ ଶିଳ୍ପ ସଂସ୍ଥା ହୋଇଥିବାରୁ ଏହି କମ୍ପାନୀ ଆଇନ କାନୁନକୁ ମଧ୍ୟ ଅଣଦେଖା କରି ଚାଲିଥିଲା। ଏଥିରେ ପ୍ରଶାସନ ବି ଏକପ୍ରକାର ସହଯୋଗ କରିଥିବାରୁ ଶ୍ରମିକଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି ।

ନୀଳାଚଳ ଇସ୍ପାତ୍‌ ନିଗମ ଲିମିଟେଡ ପାଖରେ ଚାହିଦା ପୂରଣ କରିବାର ସମ୍ବଳ ରହିଛି । ଉନ୍ନତ ଭିତ୍ତିଭୂମିର ବି ଅଭାବ ନାହିଁ । ୨୫୦୦ ଏକର ନିଜସ୍ବ ଜମି ରହିଛି । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍‌ଏମ୍‌ଟିସି, ଓଡ଼ିଶା ସରକାରଙ୍କ ଉଦ୍ୟୋଗ ଇପିକଲ ଏବଂ ଓଏମ୍‌ସିର ଯୌଥ ପରିଚାଳନାରେ ଥିବା ଏହି କମ୍ପାନୀର କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲା ସୀମାନ୍ତରେ ୮୨୪ ହେକ୍ଟର ପରିମିତ ନିଜସ୍ବ ସ୍ବତନ୍ତ୍ର ଲୌହ ଖଣି ରହିଛି । ଏହାବାଦ୍‌ କେନ୍ଦୁଝର ଓ ଯାଜପୁର ଜିଲାରେ ସରକାରୀ ଭାବେ ପର୍ଯ୍ୟାପ୍ତ ପରିମାଣର ଲୌହ ପଥର ମଧ୍ୟ ମହଜୁଦ ରହିଛି । କାରଖାନାକୁ ରେଳପଥ ସଂଯୋଗ, ଜାତୀୟ ରାଜପଥ ଓ ବନ୍ଦର ସୁବିଧା ମଧ୍ୟ ରହିଛି । ଅନେକ କମ୍ପାନୀର ନିଜସ୍ବ ଖଣି ନ ଥାଇ ଅନ୍ୟ ଉପରେ ନିର୍ଭର କରି ସୁରୁଖୁରୁରେ ଚାଲୁଥିବାବେଳେ ଏହି ସରକାରୀ କମ୍ପାନୀ କିନ୍ତୁ ଦୁର୍ଦ୍ଦିନରେ ଗତି କରି ଶେଷରେ ବନ୍ଦ ହୋଇଥିଲା। କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ବୁଝାମଣାର ଅଭାବ ଏବଂ ପରିଚାଳନାଗତ ତ୍ରୁଟି ଏଥିପାଇଁ ଦାୟୀ ବୋଲି କର୍ମଚାରୀ ମହଲରେ ଅଭିଯୋଗ ହୋଇଥିଲା। ଏଥିରେ ସରକାର ଓ କମ୍ପାନୀବାଲାଙ୍କ କୌଣସି କ୍ଷତି ହେଉ ନ ଥିବାବେଳେ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକଙ୍କୁ ଅଧିକ ପ୍ରଭାବିତ କରିଛି।

କଳିଙ୍ଗନଗର ମଜଦୂର ୟୁନିୟନର ଉପଦେଷ୍ଟା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଏକ ବିବୃତିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ବ୍ୟବସାୟିକ କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ଗୁରୁତ୍ୱାରୋପ କରିଛନ୍ତି। ନିୟମିତ ନିଯୁକ୍ତି ଏବଂ ବକେୟା ଦେୟ ପ୍ରଦାନ କରିବା ସହିତ ଠିକାଦାରୀ କରୁଥିବା ସମସ୍ତ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦେଇ ତୁରନ୍ତ କାରଖାନାକୁ କାର୍ଯ୍ୟକ୍ଷମ କରିବାକୁ ଦାବି ସେ କରିଛନ୍ତି। କଳିଙ୍ଗନଗର ମଜଦୁର ୟୁନିୟନର ସମ୍ପାଦକ ଜେନା ଓ କାର୍ଯ୍ୟକାରୀ ସଭାପତି ସାହୁ କୁହନ୍ତି, ତୁରନ୍ତ ଠିକା ଶ୍ରମିକ ଓ କର୍ମଚାରୀଙ୍କ ବକେୟା ଦରମା ସହିତ ନିୟମିତ ନିଯୁକ୍ତି କରା ନ ଗଲେ ବଡ଼ଧରଣର ଆନ୍ଦୋଳନ ହେବ ା


Enter your email to get our daily news in your inbox.

All Right Reserved By Dharitri.Com

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri