ଗଞ୍ଜେଇଟଣାକୁ ନେଇ ଝଗଡ଼ା, ସାଥୀ ଜଗୁଆଳି ଗିରଫ

ବଲାଙ୍ଗୀର ଅଫିସ,୭ା୧: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଅଇଁଲାଚୁଆଁ ଫାର୍ମହାଉସ ରାତି ଜଗୁଆଳି ରାତୁ ଭୁଏ (୨୪) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ହତ୍ୟାକାଣ୍ଡରେ ପୋଲିସ ଅଭିଯୁକ୍ତ ଭାବେ ଉକ୍ତ ଫାର୍ମ ହାଉସର ଅନ୍ୟତମ ରାତି ଜଗୁଆଳି ସୋନୁ ବାଗ (୬୪)ଙ୍କୁ ଗିରଫ କରିଛି। ଗଞ୍ଜେଇ ଟଣାକୁ ନେଇ ଉଭୟ ରାତି ଜଗୁଆଳିଙ୍କ ଭିତରେ ହୋଇଥିବା ଝଗଡାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତ ସୋନୁଙ୍କ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।
ଖୁଜେନପାଲି ନିକଟ ଅଇଁଲାଚୁଆଁ ଗାଁରେ ଥିବା ଏକ ଫାର୍ମହାଉସରେ ବୁଧବାର ରାତିରେ ରାତି ଜଗୁଆଳି ରାତୁ ଭୁଏଙ୍କୁ ହତ୍ୟା କରାଯାଇଥିଲା। ଏହି ଫାର୍ମ ହାଉସରେ ରାତୁ ଏବଂ ସୋନୁ ରାତି ଜଗୁଆଳି ଭାବେ କାମ କରୁଥିଲେ। ବୁଧବାର ରାତିରେ ଉଭୟ ସେହି ଫାର୍ମ ହାଉସରେ ରହିଥିଲେ। ରାତି ପ୍ରାୟ ୧୦ଟାରେ ଗଞ୍ଜେଇ ଟାଣିବାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉଭୟେ ନିଶାରେ ଥିଲେ। ରାତୁ ଉତ୍ତ୍ୟକ୍ତ ହୋଇ ସୋନୁଙ୍କୁ ମାଡ ମାରିଥିଲେ। ଏପରି କି ଫାର୍ମ ହାଉସ ଭିତରେ ଥିତ୍ବା ଘରେ ଶୋଇବାକୁ ନ ଦେଇ ବାହାରେ ଶୋଇବାକୁ ତାଙ୍କୁ ବାଧ୍ୟ କରିଥିଲେ । ବାପା ବୟସର ସୋନୁ ପୁଅ ବୟସର ରାତୁ ଠାରୁ ମାଡ ଖାଇବା ଏବଂ ଫାର୍ମହାଉସ ଭିତର ଘରେ ଶୋଇବାକୁ ନ ଦେବା ଘଟଣାରେ କ୍ରୋଧିତ ହୋଇ ଯାଇଥିଲେ । ଶେଷରେ ସୋନୁ ଏକ ପଥର ଫଟା ହାତୁଡି ନେଇ ନିଶାରେ ଶୋଇ ପଡିଥିବା ରାତୁଙ୍କ ମୁଣ୍ଡରେ ନିସ୍ତୁକ ମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ରାତୁଙ୍କ ମୃତ୍ୟୁ ଘଟିବା ଜାଣିବା ପରେ ଘଟଣାକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରି ଅଭିଯୁକ୍ତ ସୋନୁ ହାତୁଡିକୁ ଫର୍ମ ହାଉସ ବାହାରେ ଫିଙ୍ଗି ଦେବା ସହ ସେଠାରୁ ଅନ୍ୟ ଗାଁକୁ ଚାଲି ଯାଇଥିଲେ। ଗୁରୁବାର ସକାଳେ ଗାଁ ଲୋକଙ୍କୁ ବୁଧବାର ବିଳମ୍ବିତ ରାତିରେ ତିନିଜଣ ଯୁବକ ତାଙ୍କୁ ମାରି ଦେଇଥିବା କାହାଣୀ ତିଆରି କରି କହିଥିଲେ। ପୋଲିସ ସବୁ ଘଟଣାର ଛାନ୍‌ବିନ୍‌ କରିବା ପରେ ଅଭିଯୁକ୍ତ ସୋନଙ୍କୁ ସନ୍ଦେହ କରି ଜେରା କରିବାରୁ ସେ ନିଜ ଦୋଷ ସ୍ବୀକାର କରିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri