ଚାରିଦିନରେ ୪ଡିଗ୍ରୀ ଖସିବ ରାତି ତାପମାତ୍ରା

ଭୁବନେଶ୍ୱର, ୭ା୧୧ (ବନ୍ଦନା ସେଠୀ)- ରାଜ୍ୟରେ ଏବେ ବର୍ଷାର ପ୍ରଭାବ ନ ଥିବାରୁ ପାଗ ମୁଖ୍ୟତଃ ଶୁଖିଲା ରହିଛି। ସମଗ୍ର ରାଜ୍ୟରେ ରାତି ତାପମାତ୍ରା ସାଧାରଣ ରହିଥିବାରୁ ଅଳ୍ପ ଶୀତ ଅନୁଭୂତ ହେଉଛି। ବର୍ତ୍ତମାନ ରାଜ୍ୟକୁ ଉତ୍ତର ଦିଗରୁ ଶୁଖିଲା ଥଣ୍ଡା ପବନ ଆସୁଛି। ତେଣୁ ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଗତ ୨୪ଘଣ୍ଟାରେ ଦାରିଙ୍ଗିବାଡିରେ ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୧୩ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ସେହିପରି ଜି. ଉଦୟଗିରିଠାରେ ୧୩.୮ ଏବଂ ଫୁଲବାଣୀଠାରେ ୧୪ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ପାରଳାଖେମୁଣ୍ଡିଠାରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲାର କିଛି ସ୍ଥାନରେ ମଧ୍ୟମଧରଣର କୁହୁଡି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି ଜିଲାର କିଛି ସ୍ଥାନରେ ଘନ କୁହୁଡି ଦେଖାଦେଇଛି। ତେବେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲାଣ୍ଡକୁ ନେଇ ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୯।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲାଣ୍ଡ ସମ୍ପର୍କରେ ଡେନମାର୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ସମୟରେ, ସେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି...

ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପୋଷାକ ଭତ୍ତା ମିଳୁନାହିଁ , ଅବସର ବୟସକୁ ନେଇ ରଖିଲେ ଦାବି

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ)-ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଙ୍ଘର ବାର୍ଷିକ ଉତ୍ସବ ରବିବାର ସ୍ଥାନୀୟ ବନ ବିହାର ପରିସରରେ ଅନୁଷ୍ଟିତ ହୋଇଯାଇଛି। ବୈଠକରେ ସଙ୍ଘର...

ପ୍ରେମ ସମ୍ପର୍କରେ ଫାଟ: ୭ ବର୍ଷ ହେଲା ମିଳୁନି ପ୍ରେମିକଙ୍କ ପତ୍ତା, ପ୍ରେମିକା କହିବେ ସବୁ…

ଭୁବନେଶ୍ୱର,୧୯ା୧(ତ୍ରିନାଥ ମହାନ୍ତି): ୭ ବର୍ଷ ତଳେ ଚନ୍ଦକା ଥାନା ଅଞ୍ଚଳରୁ ନିଖୋଜ ବ୍ୟବସାୟୀ ବଳରାମ ସାହାଣୀଙ୍କର ଏଯାଏ ପତ୍ତା ମିଳିନି। ହେଲେ ଏହି ମାମଲାରେ ୫ଦିନ...

Budget 2026 Expectations: ଏଥର ବଜେଟରେ ମହିଳା, ଯୁବପିଢ଼ି ଏବଂ ‘ବିକଶିତ ଭାରତ’ର ଦୃଷ୍ଟିକୋଣ ଉପରେ ଧ୍ୟାନ ଦିଆଯିବ, ବଜେଟରୁ କ’ଣ ଆଶା ରହିଛି ଜାଣନ୍ତୁ

ନୂଆଦିଲ୍ଲୀ,୧୯।୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ରବିବାର, ଫେବୃଆରୀ ୧ରେ ଦେଶର ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଭାବରେ ଏହା ତାଙ୍କର ଲଗାତାର ନବମ ବଜେଟ...

ଚାଇନା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୨ ମୃତ ୮୪ ଆହତ

ବେଜିଂ,୧୯।୧: ପଶ୍ଚିମ ଚାଇନାର ଆଭ୍ୟନ୍ତରୀଣ ମଙ୍ଗୋଲିଆ ସ୍ବୟଂଶାସିତ ଅଞ୍ଚଳର ବାଓଟୋଉ ସହରରେ ରବିବାର (ଜାନୁଆରୀ ୧୮) ଏକ ଷ୍ଟିଲ ପ୍ଲାଣ୍ଟରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା।...

ପାଳନ ହେଉନି ଏନ୍‌ଜିଟି ନିର୍ଦ୍ଦେଶ : ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା

ପୁରୀ,୧୯ା୧(ଅଜିତ୍‌ କୁମାର ମହାନ୍ତି): ପୁରୀ ବଳିଆପଣ୍ଡା ଡମ୍ପିଂୟାର୍ଡ ପ୍ରସଙ୍ଗରେ ଏନ୍‌ଜିଟିର ନିର୍ଦ୍ଦେଶକୁ ପ୍ରଶାସନ ଫୁ’ କରି ଦେଇଥିବା ଦେଖିବାକୁ ମିଳୁଛି। ଏନ୍‌ଜିଟିର ନିର୍ଦ୍ଦେଶ ସତ୍ତ୍ୱେ ଅଳିଆ...

Ind Vs NZ: ODI ସିରିଜ ପରାଜୟ ଉପରେ ଆସିଲା ଅଧିନାୟକ ଗିଲଙ୍କ ବୟାନ – ‘ବିରାଟଙ୍କ ବ୍ୟାଟିଂ ଏକ ‘ପ୍ଲସ ପଏଣ୍ଟ’ କିନ୍ତୁ…’

ନୂଆଦିଲ୍ଲୀ,୧୯।୧: ଭାରତୀୟ ଅଧିନାୟକ ଶୁବମନ ଗିଲ, ଜାନୁଆରୀ ୧୮, ୨୦୨୬ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ହାରିବା ପରେ କହିଛନ୍ତି ଯେ ବିରାଟ କୋହଲିଙ୍କ...

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ

ବରଗଡ଼,୧୯ା୧(ପ୍ରେମାନନ୍ଦ ଖମାରୀ): ସୋମବାର ସ୍ବାଧୀନତା ସଂଗ୍ରାମୀ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ। ଏହି ଅବସରରେ ବରଗଡ଼ରେ ବହ୍ନିକନ୍ୟାଙ୍କ ଜନ୍ମ ଶତବାର୍ଷିକୀକୁ ଜିଲା ପ୍ରଶାସନ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri