ଦିଲ୍ଲୀରେ ଲାଗୁ ହୋଇପାରେ ରାତ୍ରିକାଳୀନ କର୍ଫ୍ୟୁ: ହାଇକୋର୍ଟକୁ ସୂଚନା ଦେଲେ କେଜରିଓ୍ବାଲ ସରକାର

ନୂଆଦିଲ୍ଲୀ,୨୬।୧୧: ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀରୁ କରୋନା ସଂକ୍ରମଣର ଗତିକୁ ହ୍ରାସ କରିବା ପାଇଁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇପାରେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଆଭାଷ ମିଳିଛି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ କରିବା ପାଇଁ ରାତିରେ କର୍ଫ୍ୟୁ ଜାରି କରିବା ଉପରେ ବିଚାର କରାଯାଉଛି ବୋଲି ଗୁରୁବାର ଏଏପି ସରକାର ଦିଲ୍ଲୀ ହାଇକୋର୍ଟକୁ ଜଣାଇଛନ୍ତି। ତେବେ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି କେଜରିଓ୍ବାଲ ସରକାର କହିଛନ୍ତି। ସୂଚନା ମୁତାବକ ଗୁରୁବାର ଅନ୍ୟ ରାଜ୍ୟଙ୍କ ଭଳି ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିବା ଉପରେ ହାଇକୋର୍ଟ କେଜରିଓ୍ବାଲ ସରକାରଙ୍କୁ ପ୍ରଶ୍ନ କରିଥିଲେ। ତେବେ ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କଜେରିଓ୍ବାଲ କହିଛନ୍ତି, ରାତ୍ରିକାଳୀନ କର୍ଫ୍ୟୁ ନେଇ ଏଯାଏଁ କୌଣସି ନିଷ୍ପତ୍ତିରେ ପହଞ୍ଚିନାହୁଁ, ଏହା ଉପରେ ବିଚାର କରାଯାଉଛି। କିନ୍ତୁ କରୋନା ସ୍ଥିତିକୁ ଦେଖିବା ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି କେଜରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ: ନଏଡ଼ାରେ ହୋଇପାରେ ୪ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ନୂଆଦିଲ୍ଲୀ,୧୯।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ବୁଧବାର ସୁଦ୍ଧା ଭାରତରେ ୧୬୬ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ଦୃଷ୍ଟିରେ...

ଦରଦାମ୍‌ କମାଇବା ପାଇଁ ସରକାର ଅତିରିକ୍ତ ଭାବେ ଖର୍ଚ୍ଚ କରିବେ ୨ ଲକ୍ଷ କୋଟି…

ନୂଆଦିଲ୍ଲୀ, ୨୩।୫ : କରୋନାରୁ ପୁନରୁଦ୍ଧାର ହୋଇଥିବା ଅର୍ଥନୀତି ପାଇଁ ମୁଦ୍ରାସ୍ଫୀତି ଏକ ନୂତନ ଆହ୍ବାନ ପାଲଟିଛି । ଏହାକୁ ରୋକିବା ପାଇଁ ସରକାର ନୂତନ...

ଯାଜପୁରରେ ୫୪ରେ ପହଞ୍ଚିଲା କରୋନା ପଜିଟିଭ୍‌ଙ୍କ ସଂଖ୍ୟା: ନୂଆ ଆକ୍ରାନ୍ତ ୬୫ ବର୍ଷୀୟ ବୃଦ୍ଧ,କୋଲକାତାରୁ ଫେରିଥିଲେ

ଭୁବନେଶ୍ୱର(ବ୍ୟୁରୋ),୬।୫: ଯାଜପୁରରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ୬୫ ବର୍ଷୀୟ ବୃଦ୍ଧ। ସେ କୋଲକାତାରୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ବୁଧବାର ସେ ପଜିଟିଭ୍‌ ଜଣାପଡ଼ିବା ପରେ...

ରମଜାନକୁ ନେଇ ରାଜ ଠାକରେଙ୍କ ବିବାଦୀୟ ବୟାନ

ମୁମ୍ବାଇ,୩ ।୪: କର୍ନାଟକରେ ଉଠିଥିବା ହିଜାବ ବିବାଦ ତୁଟି ନ ଥିବା ବେଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମସଜିଦରେ ଲାଗିଥିବା ଲାଉଡ ସ୍ପିକର ହଟାଇବାକୁ...

ଆର୍ୟନଙ୍କ ଉପରୁ ହଟିଲା ସପ୍ତାହକୁ ଥରେ ହାଜିରା କଟକଣା

ମୁମ୍ବାଇ, ୧୫।୧୨: ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଜାମିନ ସର୍ତ୍ତ ଅନୁଯାୟୀ ଆଉ ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅଫିସରେ...

ବିଶ୍ୱରେ କରୋନାରୁ ସୁସ୍ଥ ହେଲେ ଏକ କୋଟି ଲୋକ

ନୂଆଦିଲ୍ଲୀ, ୨୭।୭: କରୋନା ଭାଇରସ୍‌ଜନିତ ସ୍ଥିତି ବିଶ୍ୱରେ ବର୍ତ୍ତମାନ ସାରା ବିଶ୍ୱରେ ଗମ୍ଭୀର ରୂପ ଧାରଣ କରିଛି। କେତୋଟି ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ...

ରାଜ୍ୟରେ ୩୫୭୬ ପୁରୁଷ, ୫୮୭ ମହିଳା ଆକ୍ରାନ୍ତ

ଭୁବନେଶ୍ୱର, ୧୭।୬(ବ୍ୟୁରୋ): ରାଜ୍ୟରେ ଆଉ ୧୦୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚତ୍ଥିବାବେଳେ ୫୮୭ଜଣ ମହିଳା...

ରକ୍ତ ଦେଇ ଶିଶୁପୁତ୍ରର ଜୀବନ ବଞ୍ଚାଇଲେ ଦୁଇ ଆମ୍ବୁଲାନ୍ସ କର୍ମଚାରୀ

ରେଢାଖୋଲ,୩୧।୭(ଡି.ଏନ.ଏ.)-ସମ୍ବଲପୁର ଜିଲା ଚାରମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ୨ ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଶୁକ୍ରବାର ରେଢାଖୋଲ ଡାକ୍ତରଖାନାରେ ରକ୍ତ ଦେଇ ଜଣେ ୫ ବର୍ଷ ଶିଶୁପୁତ୍ରର...

Advertisement
Archives

Model This Week