ଏହି ଜିଲାକୁ ଫେରିଲା ନାଇଟ୍‌ କର୍ଫ୍ୟୁ

ନବରଙ୍ଗପୁର,୨୪।୩: ମାଲକାନଗିରି ଜିଲା ପରେ ରାଜ୍ୟର ନବରଙ୍ଗପୁରର ଜିଲାରେ ଗୁରୁବାରଠାରୁ ନାଇଟ କର୍ଫ୍ୟୁ ଲାଗୁ କରାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ। ଏପରି କି ସର୍ବସାଧାରଣ ସ୍ଥାନରେ ୫ଜଣରୁ ଅଧିକ ଲୋକ ଏକାଠି ହେବାକୁ ମନା କରାଯାଇଛି। ଜରୁରୀ ନ ଥିବା ସେମିନାର, ୱାର୍କଶପ ଏବଂ କନ୍‌ଫରେନ୍ସକୁ ବାତିଲ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ମିକ କାର୍ଯ୍ୟକ୍ରମ, ବାହାଘର ରିସେପଶନ, ବରଯାତ୍ରୀଙ୍କ ଶୋଭାଯାତ୍ରାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜନୈତିକ ଶୋଭାଯାତ୍ରା, ଅପେରା ଓ ଆନ୍ଦୋଳନ ଉପରେ କଟକଣା ଲଗାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୋଭିଡ୍‌ କଟକଣା ଜାରି ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ମାଲକାନଗିରି ଜିଲାରେ ମାର୍ଚ୍ଚ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ନାଇଟ୍‌ କଫ୍ୟୁ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲା ଭାରୋତ୍ତୋଳନ ଚାମ୍ପିୟନଶିପ୍‌

ବ୍ରହ୍ମପୁର ଅଫିସ୍‌,୨୬ା୮-ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘ ପକ୍ଷରୁ ସ୍ଥାନୀୟ ଉତ୍ତରେଶ୍ୱର ଭବନ ଠାରେ ରବିବାର ଗଞ୍ଜାମ ଜିଲା ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ...

୧୨ବର୍ଷରେ ଥରେ ହୁଏ ମା’ ଶୀତଳାଙ୍କ ଯାତ୍ରା

ଛତ୍ରପୁର,୨୩।୪(ଡିଏନଏ ): ମା ଶୀତଳା ଠାକୁରାଣୀଙ୍କ ଯାତ୍ରା ପାଇଁ ରବିବାର ଶୁଭଖୁଣ୍ଟି ସ୍ଥାପନ ହୋଇଛି। ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅଧୀନ ମୁନିଷିପେଣ୍ଠ...

ଖାଲଖମା ଭର୍ତ୍ତି କରୁଛନ୍ତି ଲୋକେ, ପ୍ରଶାସନ ନୀରବ

ପାରଳାଖେମୁଣ୍ଡି,୧୦ା୪(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାସ୍ତାଘାଟ ଅବସ୍ଥା କଦର୍ଯ୍ୟ ହୋଇପଡିଥିବା ବେଳେ ଖାଲଖମା ସୃଷ୍ଟି ହେଉଛି। ହେଲେ ପ୍ରଶାସନ ତଥା ବିଭାଗୀୟ...

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ବରଗଡ଼ ଜିଲା ପାଇକମାଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି। ପାଇକମାଳ ଅଞ୍ଚଳର ଜନସାଧାରଣଙ୍କ ବହୁ ଦିନର ଦାବି ଆଜି...

ବ୍ରହ୍ମପୁରରୁ ବସ୍‌ ଯୋଗେ ପଶ୍ଚିମବଙ୍ଗ ଗଲେ ୩୮ ଶ୍ରମିକ

ବ୍ରହ୍ମପୁର ଅଫିସ,୮ା୫- ଲକ୍‌ଡାଉନ୍‌ ପରେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ରହିଯାଇଥିବା ୩୮ ଜଣ ଶ୍ରମିକଙ୍କୁ ଶୁକ୍ରବାର ରାତିରେ ଏକ ବସ୍‌ ଯୋଗେ ପଶ୍ଚିମବଙ୍ଗ ପଠାଯାଇଛି। ବିଏମ୍‌ସି...

ଗରିବଙ୍କ ଚାଉଳରୁ ୫ କେ.ଜି. କାଟିଛନ୍ତି: ନବୀନ

ଭୁବନେଶ୍ବର, ୧୦ା୩(ବ୍ୟୁରୋ):ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ୫ କେ.ଜି. ଚାଉଳ ବନ୍ଦ କରିବା ଏବଂ...

ବୁଲ୍‌ବୁଲ୍‌ ସମ୍ପର୍କରେ ରିପୋର୍ଟ ଦେବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

ରାଜନଗର,୧୧।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା ସୋମବାର ପୂର୍ବାହ୍ନରେ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ବୁଲ୍‌ବୁଲ୍‌ ବାତ୍ୟାର ସମୀକ୍ଷା କରିଛନ୍ତି। ଜିଲାର ସବୁଠୁ କ୍ଷୟକ୍ଷତି ଅଞ୍ଚଳ ଭାବରେ...

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜିପିଏଚ୍‌ ଡିଭିଜନ-୨ ଯନ୍ତ୍ରୀ

ଭୁବନେଶ୍ୱର,୨୦ା୧୦ (ବ୍ୟୁରୋ):ଭିଜିଲାନ୍ସ ଜାଲରେ ଫିସିଛନ୍ତି ଭୁବନେଶ୍ୱର ଜିପିଏଚ୍‌ ଡିଭିଜନ-୨ ଯନ୍ତ୍ରୀ ରବିନ୍ଦ୍ରନାଥ ପ୍ରଧାନ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।...

Advertisement
Archives

Model This Week