Posted inଫୁରସତ

ୱିଗ୍‌ ଲାଗି ବିଶ୍ୱ ରେକର୍ଡ

ଅବୁଜା: ନାଇଜେରିଆର ଜଣେ ୱିଗ୍‌ ମେକର ୧ହଜାର ୧୫୨ ଫୁଟ ୫ ଇଞ୍ଚ ଲମ୍ବର ଦୀର୍ଘତମ ହାତତିଆରି ୱିଗ୍‌ ପ୍ରସ୍ତୁତ କରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି, ଯାହା ୩ଟି ଫୁଟ୍‌ବଲ ପଡ଼ିଆଠାରୁ ବି ଲମ୍ବା। ଲାଗୋସ ବାସିନ୍ଦା ହେଲେନ୍‌ ୱିଲିୟମ୍‌ସଙ୍କୁ ଏଡି ୱିଗ୍‌ ତିଆରି ପାଇଁ ୧୧ ଦିନ ସମୟ ଲାଗିଥିଲା। ହେଲେନ୍‌ ପ୍ରଥମେ ସାଇକେଲ ହେଲମେଟରେ ଲାଗିଥିବା ୱିଗ୍‌ କ୍ୟାପ୍‌ ଏବଂ କଳା କପଡ଼ା ବ୍ୟବହାର କରି ଏକ ଅଣ୍ଡରଲାଇନ ନିର୍ମାଣ କରିଥିଲେ। ଏହାପରେ ୧ ହଜାର ବଣ୍ଡଲ କେଶ, ୧୨ କ୍ୟାନ୍‌ ହେୟାରପ୍ରେ, ୩୫ ଟ୍ୟୁବ୍‌ ହେୟାର ଗ୍ଲୁ ଏବଂ ୬ ହଜାର ୨୫୦ ହେୟାର କ୍ଲିପ୍‌ ବ୍ୟବହାର କରି ୱିଗ୍‌ ପ୍ରସ୍ତୁତ କରିଥିଲେ। ଏପରି ଲମ୍ବା ୱିଗ୍‌ ପାଇଁ ସାମଗ୍ରୀ ସଂଗ୍ରହ କରିବା ସହଜ କାମ ନୁହେଁ ବୋଲି ହେଲେନ୍‌ କହିଛନ୍ତି। ୮ ବର୍ଷ ଧରି ତାଙ୍କର ଏହି କାର୍ଯ୍ୟ ଉପରେ ଦକ୍ଷତା ଥିଲେ ମଧ୍ୟ ଏହା ତାଙ୍କ ପାଇଁ ସେତେ ସହଜ ନ ଥିଲା ବୋଲି ସେ କହିଛନ୍ତି। ବ୍ୟାପକ ଅଭିଜ୍ଞତା ସତ୍ତ୍ୱେ ସେ ଏହି ୱିଗ୍‌ ପ୍ରସ୍ତୁତି ସମୟରେ କ୍ଲାନ୍ତ ଅନୁଭବ କରୁଥିଲେ। କିନ୍ତୁ ତାଙ୍କ ପରିବାର ଓ ପ୍ରିୟଜନଙ୍କ ଉତ୍ସାହ ଯୋଗୁ ସେ ପୁଣି କାମରେ ଲାଗିପଡ଼ିଥିଲେ, ଯାହାର ଫଳସ୍ବରୂପ ସେ ଏହି ଦୀର୍ଘତମ ୱିଗ୍‌ ନିର୍ମାଣ କରିବାରେ ସଫଳ ହୋଇଥିଲେ। ତେବେ ସେ ସପ୍ତାହକୁ ୫୦ରୁ ୩ ଶହ ହେୟାରପିସ ହାରରେ ୧ହଜାର ୱିଗ୍‌ ଉତ୍ପାଦନ କରିଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଅଗଷ୍ଟ ୧୫ରେ କ’ଣ ଖୋଲା କ’ଣ ବନ୍ଦ? ଘରୁ ବାହାରିବା ପୂର୍ୱରୁ ଜାଣି ନିଅନ୍ତୁ ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୧୪।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ସମଗ୍ର ଭାରତ ସ୍ୱାଧୀନତା ଉତ୍ସବ ପାଳନ କରିବ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ନିରାପତ୍ତା ପାଇଁ ନିୟମରେ କେତେକ…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

BCIକୁ CJIଙ୍କ ପରାମର୍ଶ: ‘ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ; ମୁଁ ଛାତ୍ର ଥିବାବେଳେ ମଧ୍ୟ ସକ୍ରିୟ ଥିଲି’

ନୂଆଦିଲ୍ଲୀ,୧୪।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଯଦି NALSAR ଛାତ୍ରମାନେ ତାଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି, ତେବେ ବାର କାଉନସିଲ ଅଫ ଇଣ୍ଡିଆ (BCI)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri