ନିଆରା ଢଙ୍ଗରେ ଭାଲେଣ୍ଟାଇନ୍ସ ଡେ’ ପାଳନ କଲେ ଯୁବଗୋଷ୍ଠୀ

ସୋନପୁର,୧୪।୨: ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ। ଏହି ଦିବସକୁ ଯୁବଗୋଷ୍ଠୀ ମନଭରି ଉପଭୋଗ କରିଥିଲେ। ଚକୋଲେଟ୍‌ ଦୋକାନ, ଫୁଲ ଦୋକାନ ଓ ଗିଫ୍ଟ କର୍ଣ୍ଣରରେ ପ୍ରେମୀ ଯୁଗଳଙ୍କ ବେଶ ଭିଡ ଜମିଥିଲା। ତେବେ ସୋନପୁର ବୁଢାରାଜା ଯୁବକ ସଂଘର କର୍ମକର୍ତ୍ତାମାନେ ମାତୃ ଶକ୍ତିକୁ ସମ୍ମାନ ଜଣାଇ ଏହି ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରିଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଦିବସକୁ ସ୍ମରଣୀୟ ରଖିବା ପାଇଁ ରବିବାର ନବମ ବାର୍ଷିକୀ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଆୟୋଜନ ହୋଇଥିଲା। ସୋନପୁର, ଉଲୁଣ୍ଡା ଓ ବୀରମହାରାଜପୁର ୩ଟି ସ୍ଥାନରେ ଆୟୋଜିତ ଶିବିରରେ ମୋଟ ୮୩ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ବୁଢାରାଜା ଛକ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ, ଜନମୁରା ସରପଞ୍ଚ ତଥା ଜିଲା ସରପଞ୍ଚ ସଂଘର ସମ୍ପାଦକ ଅରବିନ୍ଦ ବାରିକ, ସାମାଜିକ କର୍ମୀ ଶ୍ରୀବତ୍ସ ମଲ୍ଳିକ, ଅଧ୍ୟାପକ ଉମାକାନ୍ତ ନାଗ ପ୍ରମୁଖ ଅତିଥିଭାବେ ଯୋଗଦେଇ ରକ୍ତଦାନ, ଜୀବନ ଦାନ ବୋଲି କହିବା ସହ ଯୁବ ବର୍ଗଙ୍କର ଏଭଳି ସମାଜସେବା ମୂଳକ କାର୍ଯ୍ୟକୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାନାଡାରେ ଭାରତୀୟ ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା, କାନ୍ଦବୋବାଳିରେ ଫାଟି ପଡୁଛି…

ନୂଆଦିଲ୍ଲୀ,୨୮ା୫: କାନାଡା ମାଟିରେ ଜଣେ ଭାରତୀୟ ମହିଳାଙ୍କ ହତ୍ୟା ସହିତ ଜଡିତ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଗୁଜରାଟର ଜଣେ ୨୨ ବର୍ଷୀୟ ମହିଳାଙ୍କୁ ଛୁରି…

ATM ଟଙ୍କା ଉଠାଇବା ଫେଲ୍‌ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ

ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…

୨୫ ଦିନରେ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା, ବିଧାୟକ ଅସ୍ଥାୟୀ ମଣ୍ଡପରେ ପହଞ୍ଚି…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଲାଗି ଉଠୁଛି ପଡୁଛି ସାରା ସହର। ଗୁରୁବାର ଯାତ୍ରାର ୨୫ଦିନ ଅବସରରେ…

ଶିବକୁମାରଙ୍କୁ ନେଇ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ, ଯେଉଁମାନେ କଷ୍ଟକର ସମୟରେ…

ବେଙ୍ଗାଲୁରୁ,୨୮ା୫: କର୍ନାଟକର କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏବେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହିତ ଏକ…

ଜୁନ୍ ୧ରୁ ବଦଳୁଛି Indane, Bharat ଏବଂ HP ଗ୍ୟାସର ୬ଟି ନିୟମ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ,୨୮।୫: ଯଦି ଆପଣଙ୍କ ପରିବାର Indane, Bharat ଗ୍ୟାସ, କିମ୍ୱା HP ଗ୍ୟାସର ଏକ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଆଗାମୀ ମାସଟି ଆପଣଙ୍କ ପାଇଁ…

ଇଦ୍‌ରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ସଲମାନ

ଅଭିନେତା ସଲମାନ ଖାନଙ୍କ ଓ୍ବାର୍‌ ଡ୍ରାମା ଫିଲ୍ମ ‘ମାତୃଭୂମି: ମେଁ ରେଷ୍ଟ ଇନ୍‌ ପିସ୍‌’ର ଏକ ନୂତନ ଗୀତ ଇଦ୍‌-ଉଜ୍‌-ଜୁହାର ବିଶେଷ ଅବସରରେ ମୁକ୍ତିଲାଭ କରିଛି। ଏହା…

ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଯୁବତୀଙ୍କୁ ଟେକିନେଲେ ଦୁର୍ବୃତ୍ତ, ଗଣବଳାତ୍କାର କରିବା ପରେ କଲେ…..

ଜୟପୁର,୨୮।୫: ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଯୁବତୀଙ୍କ ସହ ଗଣବଳାତ୍କାରର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ସହରର ଭିକେଆଇ ପୋଲିସ ଷ୍ଟେସନ ଅଧୀନରେ ଘଟିଥିବା…

ସରକାରଙ୍କ ବଡ଼ ପ୍ଲାନ! ଖୁବଶୀଘ୍ର ବଦଳିବାକୁ ଯାଉଛି ପେଟ୍ରୋଲ ପକାଇବାର ନିୟମ…

ନୂଆଦିଲ୍ଲୀ,୨୮।୫: ଭାରତରେ ପେଟ୍ରୋଲ ପମ୍ପର ଗ୍ରାହକମାନେ ଖୁବ ଶୀଘ୍ର ବିଭିନ୍ନ ପ୍ରକାରର ଇଥାନଲ-ମିଶ୍ରିତ ପେଟ୍ରୋଲ ବାଛିବାର ବିକଳ୍ପ ପାଇପାରିବେ, ଯାହା ସେମାନଙ୍କର ର୍ନିଦ୍ଦିଷ୍ଟ ଯାନ ପାଇଁ ଉପଯୁକ୍ତ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri