Posted inଜାତୀୟ

ଆଇଏସ୍‌ ଆତଙ୍କବାଦୀଙ୍କ ବିରୋଧରେ ଏନ୍‌ଆଇଏ ଚାର୍ଜଶିଟ୍‌

ବେଙ୍ଗାଲୁରୁ, ୫।୯(ଆଇଏଏନ୍‌ଏସ୍‌): ଅଲ୍‌-ହିନ୍ଦ୍‌ ମଡ୍ୟୁଲ୍‌ ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଜଣେ ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀଙ୍କ ବିରୋଧରେ ସ୍ବତନ୍ତ୍ର କୋର୍ଟରେ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରିଛି। ଅଭିଯୁକ୍ତ ଶିହାବୁଦ୍ଦିନଙ୍କ ବିରୋଧରେ ଆଇପିସିର ଧାରା ୧୨୦ବି, ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫(୧)(ଏ) ଏବଂ ବେଆଇନ କାର୍ଯ୍ୟକାଳପ ନିରୋଧୀ ଆଇନର ଧାରା ୧୮, ୨୦, ୩୮ ଓ ୩୯ରେ ଶୁକ୍ରବାର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ପୂର୍ବରୁ ବେଙ୍ଗାଲୁରୁର ଏକ ଥାନାରେ ମେହବୁବ୍‌ ପାଶା ଓ ଅନ୍ୟ ୧୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ପାଶା ହିନ୍ଦୁ ନେତାମାନଙ୍କ ହତ୍ୟାକାଣ୍ଡ ସହ ଜଡିତ ଖାଜା ମୋଇଦିନ୍‌ଙ୍କ ସହ ମିଶି ଆତଙ୍କବାଦୀ ସଂଗଠନ ଗଢ଼ିଥିଲେ। ସେମାନେ ଦକ୍ଷିଣ ଭାରତରୁ ମୁସଲମାନ ଯୁବକମାନଙ୍କୁ ଉକ୍ତ ସଂଗଠନରେ ନିଯୁକ୍ତ କରାଉଥିଲେ। ସେମାନେ ଆଇଏସ୍‌ ଆତଙ୍କବାଦୀ ସଂଗଠନର ନୀତି ଆଦର୍ଶର ପ୍ରଚାର କରୁଥିଲେ। ପୋଲିସ ଅଫିସର ଓ ହିନ୍ଦୁ ନେତାମାନଙ୍କୁ ହତ୍ୟା କରିବା ପାଇଁ ସେମାନେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସଂଗ୍ରହ କରୁଥିଲେ। ୨୦୨୦ ଜାନୁୟାରୀ ୨୩ରେ ଏନ୍‌ଆଇଏ ସାନି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଶିହାବୁଦ୍ଦିନ ଏକ ବଡ଼ ଷଡ଼ଯନ୍ତ୍ର ସହ ସମ୍ପୃକ୍ତ ଥିଲେ। ମୋଇଦିନଙ୍କ ନିର୍ଦ୍ଦେଶକ୍ରମେ ସେ ଅସ୍ତ୍ରଶସ୍ତ୍ର ସଂଗ୍ରହ କରି ଏହାକୁ ମୁମ୍ବାଇର କେତେଜଣ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରୁଥିଲେ। ତାମିଲନାଡୁ ପୋଲିସ ଏସ୍‌ଏସ୍‌ଆଇ ଓ୍ବିଲସନ ହତ୍ୟାକାଣ୍ଡରେ ଉକ୍ତ ଅସ୍ତ୍ର ବ୍ୟବହୃତ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେହି ବି ଆମର ଏକ ଇଞ୍ଚ ଜମି ନେଇପାରିବେ ନାହିଁ: ଅମିତ ଶାହା

ଇଟାନଗର,୧୦।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚାଇନା ଆପତ୍ତି ଉଠାଇଛି। ଯାହାକୁ ନେଇ ଅମିତ ଶାହା କଡ଼ା ଜବାବ...

ବିଦ୍ରୋହ ପାଇଁ ଦୁଃଖ ପ୍ରକାଶ କଲେ ଗେହଲଟ: ସୋନିଆ କହିଲେ, ଏଭଳି ଆଶା ନ ଥିଲା

ଜୟପୁର,୨୬।୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ବିରୋଧ କରି ତାଙ୍କର...

ଭାଜପାର ପ୍ରାୟ ୧୦୦୦ ବିଧାୟକ-୩୦୦ ଏମ୍‌ପି: କ’ଣ କେହି ଦୁର୍ନୀତିଗ୍ରସ୍ତ ନୁହନ୍ତି, ସମସ୍ତେ ଶୁଦ୍ଧ..

ପାଟନା,୨।୯: ଦେଶର ବିଭିନ୍ନ ସ୍ଥାନରେ ସକ୍ରିୟ ରହିଛି ସିବିଆଇ ଏବଂ ଇଡି। ସଂସ୍ଥା ପକ୍ଷରୁ ବ୍ୟବସାୟିକ ଅନୁଷ୍ଠାନ ସାଙ୍ଗକୁ ରାଜନେତାମାନଙ୍କ ଘରେ ଚଢ଼ାଉ କରାଯାଉଛି। ତେବେ...

ନଳିନୀଙ୍କୁୁ ମିଳିଲା ୩୦ ଦିନ ପାରୋଲ

ନୂଆଦିଲ୍ଲୀ,୨୫।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍‌ଙ୍କୁ ୩୦ ଦିନିଆ ପାରୋଲ ମିଳିଛି। ଗୁରୁବାର...

ଦୁର୍ଭାଗ୍ୟବଶତଃ ମୁଁ ଏମ୍‌ପିି: ଖବରଦାତା ସମ୍ମିଳନୀରେ କିଛି ଏଭଳି କହିଲେ ରାହୁଲ

ନୂଆଦିଲ୍ଲୀ,୧୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନ୍‌ରେ ଦେଇଥିବା ଏକ ବିବୃତ୍ତିକୁ ନେଇ ଭାଜପା ତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଛି। ବିଦେଶରୁ ଫେରିବା ପରେ...

ଯୋଗୀଙ୍କ ନୂତନ ଯୋଜନା…

ଲକ୍ଷ୍ନୌ,୨୪।୩ : ଦ୍ୱିତୀୟ ଇନିଂସ୍‌ରେ ଉତ୍ତରପ୍ରଦେଶର ଅର୍ଥନୀତିକୁ ଏକ ଟ୍ରିଲିୟନ ଡଲାରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି।...

ଜନ୍ତର ମନ୍ତରରେ ଉତ୍ତେଜନା, କେତେଜଣ କୁସ୍ତିଯୋଦ୍ଧା ଅଟକ, ବଜରଙ୍ଗ ପୁନିଆ କହିଲେ ଆମକୁ ଗୁଳି କର

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀର ଜନ୍ତର ମନ୍ତରରେ ନୂଆ ସଂସଦ ଭବନ ସାମ୍ନାରେ ରେସଲରମାନେ ମହାପଞ୍ଚାୟତ କରିବାକୁ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇ ଦେଇଛି। ଏହାପରେ ସେଠାରେ...

୭ ବର୍ଷରେ ୮୦୦ ଯବାନ କରିଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ,୨୩।୩: ଗତ ୭ ବର୍ଷ ମଧ୍ୟରେ ଭାରତୀୟ ସେନାର ୮୦୦ ଯବାନ ଆତ୍ମହତ୍ୟା କରିଛନ୍ତି। ୨୦୧୪ଠାରୁ ବର୍ତ୍ତମାନ ସୁଦ୍ଧା ସ୍ଥଳସେନା, ବାୟୁସେନା ଏବଂ ନୌସେନାର ଯବାନଙ୍କ...

Advertisement
Archives

Model This Week