ଭିଜିଲାନ୍ସ ଜାଲରେ ଏନ୍‌ଏଚ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ

ନୂଆପଡା ଅଫିସ,୯ା୧୦: ନୂଆପଡ଼ା ଜିଲା ଗୋହିରାପଦର ଗ୍ରାମ ନିକଟରେ ଏକ ପେଟ୍ରୋଲ ପମ୍ପ ସ୍ଥାପନ ସକାଶେ ଏନଓସି (ନୋ ଅବଜେକ୍ସନ ସାର୍ଟିଫିକେଟ) ପ୍ରଦାନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଏନ୍‌ଏଚ୍‌ (ଜାତୀୟ ରାଜପଥ) ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଯୋଗ ମେହେର। ଶୁକ୍ରବାର ପୂର୍ବାହ୍ନ ୧୧ଟାବେଳେ ଖଡିିଆଳରୋଡସ୍ଥିତ ତାଙ୍କ ସରକାରୀ ବାସଭବନରେ ସେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି।
ଖଡ଼ିଆଳ ରୋଡର ସୁଶାନ୍ତ କୁମାର କହ୍ଲୋରାସ ନାମକ ଜଣେ ଯୁବକ ତରବୋଡ ପଞ୍ଚାୟତ ଗୋହିରାପଦର ଗ୍ରାମ ନିକଟରେ ଏକ ପେଟ୍ରୋଲ ପମ୍ପ ସ୍ଥାପନ ସକାଶେ ଟେଣ୍ଡର ପାଇଛନ୍ତି। ହେଲେ ଏହା ଜାତୀୟ ରାଜପଥ ନଂ.୩୫୩ କଡରେ ନିର୍ମାଣ ହେବାକୁ ଥିବାରୁ ଏନ୍‌ଏଚ୍‌ ବିଭାଗରୁ ନୋ ଅବଜେକ୍ସନ ସାର୍ଟିଫିକେଟ ଆବଶ୍ୟକ। ଏଣୁ ଗତ ସେପ୍ଟେମ୍ବର ମାସ ୧୫ରେ ଖଡ଼ିଆଳ ରୋଡ଼ରେ ଥିବା ଜାତୀୟ ରାଜପଥ ବିଭାଗ ଅଫିସରେ ସେ ଏଥିଲାଗି ଆବେଦନ କରିଥିଲେ। ହେଲେ ଏଥିପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଥମେ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ପରେ ୨୦ହଜାର ଟଙ୍କାରେ ଜବାବ ଛିଣ୍ଡିଥିଲା। ଏହାକୁ ନେଇ ଅଭିଯୋଗକାରୀ କୋରାପୁଟ ଡିଭିଜନ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ଧରିବାକୁ ଭିଜିଲାନ୍ସ ଯୋଜନା କରିଥିଲା। ଠିକ୍‌ ଟଙ୍କା ନେବା ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ଏ ନେଇ ନଂ.୨୦/୨୦ରେ ଏକ ମାମଲା ରୁଜୁ ହୋଇଥିବା କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି (ନୂଆପଡା ଇନଚାର୍ଜ) ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

ରାହୁଙ୍କ ସବୁଠାରୁ ବଡ଼ ଗୋଚର; ୩ ରାଶିଙ୍କୁ ବମ୍ପର ଲାଭ, ଚମକି ଉଠିବ ଭାଗ୍ୟ

ଡିସେମ୍ୱର ୨୦୨୬ରେ ରାହୁ କୁମ୍ଭ ରାଶିରୁ ମକର ରାଶିକୁ ଚଳନ କରିବେ, ଯାହା ଫଳରେ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଲାଭ ମିଳିବାର ଯୋଗ ରହିଛି। ବୈଦିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri