ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ଜବାବ ତଲବ

ଯାଜପୁର ଅଫିସ,୨୦।୮: ଯାଜପୁର ଜିଲା ବିଞ୍ଝାରପୁର ଥାନା ମଧୁସୂଦନପୁର ପଞ୍ଚାୟତ ରଥସାହି ଗ୍ରାମର ୨ ବର୍ଷ ବୟସ୍କା ଶିଶୁକନ୍ୟା ପିହୁ ଓରଫ ଲକ୍ଷ୍ମୀନାରାୟଣ ନାୟକ ନିଖୋଜ ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଓଡ଼ିଶା ଡିଜିପିଙ୍କୁ ଜବାବ ତଲବ କରିଛନ୍ତି। ୧୮ା୮ା୨୦୨୧ରେ ଏନ୍‌ଏଚ୍‌ଆର୍‌ସି ମାମଲାର ଶୁଣାଣି କରିଥିଲେ। ମାମଲାକୁ ଅତି ଜରୁରୀ ମନେକରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏନ୍‌ଏଚ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟଥା ଶିଶୁ ସୁରକ୍ଷା ଅଧିକାର ଆଇନ-୧୯୯୩ ଧାରା ୧୩ ଅନୁସାରେ ସମ୍ପୃକ୍ତ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ରିପୋର୍ଟ ଦାଖଲ କରିବାକୁ ବାଧ୍ୟ କରାଯିବ ବୋଲି ନିର୍ଦ୍ଦେଶରେ କଡ଼ା ଚେତାବନୀ ଦିଆଯାଇଛି।
ପିହୁଙ୍କୁ ଠାବ କରିବାରେ ଯାଜପୁର ଜିଲା ପୋଲିସ ବିଫଳ ହେବାରୁ ତାଙ୍କ ମା’ ମୋନାଲିସା ନାୟକ ୧୧ା୬ା୨୦୨୧ରେ ଏନଏଚ୍‌ଆର୍‌ସିରେ ଦ୍ୱାରସ୍ଥ ହୋଇଥିଲେ। ଏହିକ୍ରମରେ ଏନଏଚ୍‌ଆର୍‌ସିରେ ୧୨୮୬/୧୮/୨୪/୨୦୨୧ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ମୋନାଲିସାଙ୍କ ଅଭିଯୋଗ ଅନୁସାରେ ୯ା୮ା୨୦୨୦ରୁ ପିହୁଙ୍କୁ ଅପହରଣ କରାଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ବିଞ୍ଝାରପୁର ଥାନାରେ ୨୨୮/୨୦୨୦ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। କିନ୍ତୁ ପୋଲିସ ଉପଯୁକ୍ତ ଭାବେ ତଦନ୍ତ ନ କରି ହାତବାନ୍ଧି ବସିଛି। ଏପରିକି ତାଙ୍କ ଅଭିଯୋଗରେ ରାଜ୍ୟରେ ପ୍ରାୟ ୩୫୦୦ ଶିଶୁ ନିଖୋଜ ହୋଇଥିବାବେଳେ ରାଜ୍ୟ ପୋଲିସ ସେମାନଙ୍କୁ ଉଦ୍ଧାର କରିବାକୁ କୌଣସି ପଦକ୍ଷେପ ନେଉନାହିଁ। ତେଣୁ ମୋନାଲିସା କମିଶନଙ୍କ ସହଯୋଗ ଲୋଡ଼ିଥିଲେ।
ସୂଚନାଯୋଗ୍ୟ, ଇତିମଧ୍ୟରେ ପିହୁ ନିଖୋଜ ହେବା ଘଟଣାକୁ ୧ ବର୍ଷ ୧୦ ଦିନ ଅତିକ୍ରାନ୍ତ ହୋଇ ସାରିଛି। ପିହୁଙ୍କୁ ଉଦ୍ଧାର କରିବାକୁ ତତ୍କାଳୀନ ଏସ୍‌ପି ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶରେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନେଇ ୫ଟି ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା। ପୋଲିସ ଟିମ୍‌ ସେତେବେଳେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ହେଲେ କୌଣସି ସୁଫଳ ମିଳି ନ ଥିଲା। ଏସ୍‌ପି ମୀନାଙ୍କ ବଦଳି ପରେ ଏସ୍‌ପି ରାହୁଲ ପି.ଆର.ଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ରଥସାହି ଗ୍ରାମର ୨ଟି ପୋଖରୀ ଶୁଖାଇ ପିହୁଙ୍କୁ ଖୋଜିଥିଲା। ଏହାସହ ପିହୁଙ୍କ ନିଖୋଜ ସମ୍ପର୍କରେ ସୂଚନା ଦେଲେ ୨୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବାକୁ ପୋଲିସ ଘୋଷଣା କରିଥିଲା। ଅନ୍ୟପକ୍ଷରେ ପିହୁଙ୍କ ମା’ ମୋନାଲିସା ବିଞ୍ଝାରପୁର ଥାନା ଠାରୁ ଆରମ୍ଭ କରି ଏସ୍‌ପି, ଜିଲାପାଳ, ଜିଲା ଶିଶୁ ସୁରକ୍ଷା କମିଟି, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପ୍ରମୁଖଙ୍କୁ ଭେଟି ଆକୁଳ ନିବେଦନ କରି ଆସୁଛନ୍ତି। ହେଲେ ପିହୁଙ୍କୁ ନ ପାଇ ସେ ଭାଙ୍ଗି ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାରୀଙ୍କୁ ୩ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୧୯ା୨: ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ ଅନୁପ ରଞ୍ଜନ ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲା ଶୁଣାଣି କରିଥିଲେ। ପ୍ରମାଣ ମିଳଥିବାରୁ କାଳୁ...

ନିର୍ମାଣ ଅଧା ରଖି ବିଲ୍‌ କରିନେଲେ ସ୍ବେଚ୍ଛାସେବୀ : କାମରେ ଲାଗୁନି ପାଇଖାନା

ନାଉଗାଁ,୨୧ା୭(ସ୍ବ.ପ୍ର.): ଭାରତ ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ପ୍ରତି ଘରେ ଘରେ ପାଇଖାନା ନିର୍ମାଣ ପାଇଁ ଗୁରୁତ୍ୱ ଦିଆଯାଉଛି। ତେବେ ନାଉଗାଁ ବ୍ଲକରେ ଏହି...

ପରାଜୟ ଆଶଙ୍କାରେ ଓଡ଼ିଶା

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି):ଡେରାଡୁନରେ ଚାଲିଥିବା ଉତ୍ତରାଖଣ୍ଡ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପରାଜୟ ଆଶଙ୍କାରେ ପଡ଼ିଛି। ପ୍ରଥମ ଇନିଂସରେ ଓଡ଼ିଶା ୨୧୩ ରନ...

ଦିବ୍ୟାଙ୍ଗ ଅଞ୍ଜନଙ୍କୁ ଆବାସ ଯୋଜନା ସାତ ସପନ

ଚମ୍ପୁଆ,୨୯।୮(ଡି.ଏନ.ଏ.)-ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତର ଅଢଙ୍ଗାପାଳର ଅଞ୍ଜନ ମହାନ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ ପାଲଟିଛି। ଦୁଇବର୍ଷ ପୂର୍ବରୁ ଆବେଦନ କରି ମଧ୍ୟ ଆଜି...

ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ : କଲ୍ୟାଣମଣ୍ଡପକୁ ସ୍ଥାନାନ୍ତରଣର ବିରୋଧ

ବ୍ରହ୍ମପୁର ଅଫିସ,୧୮ା୭-ବ୍ରହ୍ମପୁର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ଉପକଣ୍ଠ ତଥା କନିଷିସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର କରାଯିବା ଘୋଷଣା ପରେ ବିଭିନ୍ନ ସଂଗଠନ...

୨୧ରୁ ସର୍ବଭାରତୀୟ ଅନୁଗୋଳ କ୍ରିକେଟ୍‌ କପ୍‌

ଅନୁଗୋଳ ଅଫିସ,୨୦ା୧୨: ଅନୁଗୋଳ ଜିଲା କ୍ରିକେଟ୍‌ ସଂଘ (ଏଡିସିଏ) ଚଳିତବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିବ। ଏ ନେଇ ଆସନ୍ତା ବୁଧବାରଠାରୁ ସ୍ଥାନୀୟ କଦମ ପଡ଼ିଆରେ...

ଏଣିକି ସମ୍ବଲପୁରୀ ପୋଷାକ ପିନ୍ଧିବେ କର୍ମଚାରୀ

ଝାରସୁଗୁଡ଼ା ଅଫିସ,୨।୮: ଝାରାସୁଗୁଡ଼ା ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ମାସର ପ୍ରତ୍ୟେକ ଦ୍ୱିତୀୟ, ଚତୁର୍ଥ ଶୁକ୍ରବାର ସରକାରୀ କର୍ମଚାରୀ...

ପ୍ୟାକ୍ସ ଦୁର୍ନୀତି ତଦନ୍ତ ଦାବି: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀଙ୍କ ଅନଶନ

ବରଗଡ଼ ଅଫିସ, ୧।୧୧: ବରଗଡ଼ ଜିଲା ଝାରବନ୍ଧ ଥାନା ଡଭା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ରେ ବିଗତ ବର୍ଷରେ ଧାନ କିଣାବିକାରେ ବ୍ୟାପକ ଅନିୟମିତତା ହୋଇଥିବା...

Advertisement
Archives

Model This Week