Posted inଜାତୀୟ

ଟେଲିକମ୍‌ଭିତ୍ତିକ ସୁରକ୍ଷା ସତର୍କ ବ୍ୟବସ୍ଥା ଲାଗୁ କରିବ ଏନ୍‌ଏଚ୍‌ଏଆଇ

ନୂଆଦିଲ୍ଲୀ,୩ା୧୨: ଜାତୀୟ ରାଜପଥଗୁଡ଼ିକରେ ସୁରକ୍ଷା ବଢ଼ାଇବା ସହ ବାଧାହୀନ ଯାତାୟାତ ଅଭିଜ୍ଞତା ପ୍ରଦାନ ଲାଗି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଟେଲିକମ୍‌ ଭିତ୍ତିକ ସୁରକ୍ଷା ସତର୍କତା ସିଷ୍ଟମ୍‌ ଲାଗୁ କରିବାକୁ ଯାଉଛନ୍ତି। ଦେଶର ସମସ୍ତ ଜାତୀୟ ରାଜପଥ ନେଟ୍‌ଓ୍ବର୍କରେ ଏହି ବ୍ୟବସ୍ଥା ଲାଗୁ ହେବ। ଏସ୍‌ଏମ୍‌ଏସ୍‌, ହ୍ବାଟ୍ସଆପ୍‌ ଏବଂ ଉଚ୍ଚ ପ୍ରାଥମିକତା କଲ୍‌ ଜରିଆରେ ଜାତୀୟ ରାଜପଥ ବ୍ୟବହାରକାରୀମାନଙ୍କୁ ସତର୍କ ସୂଚନା ପଠାଯିବ। ରାଜମାର୍ଗ ଯାତ୍ରା ମୋବାଇଲ୍‌ ଆପ୍‌ ଏବଂ ଜରୁରୀ ହେଲ୍ପଲାଇନ ନମ୍ବର ୧୦୩୩ ସମେତ ଏନ୍‌ଏଚ୍‌ଏଆଇର ଡିଜିଟାଲ ପ୍ଲାଟ୍‌ଫର୍ମରେ ପର୍ଯ୍ୟାୟକ୍ରମେ ଏହି ସିଷ୍ଟମକୁ ସଂଯୋଗ କରାଯିବ। ଜାତୀୟ ରାଜପଥ ବ୍ୟବହାରକାରୀଙ୍କୁ ଠିକ୍‌ ସମୟରେ ସୂଚନା ପ୍ରଦାନ କରି ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଏହି ପଦକ୍ଷେପର ଲକ୍ଷ୍ୟ। ଯାହା ଫଳରେ ୟୁଜରମାନେ ଆଗୁଆ ସେମାନଙ୍କ ଗାଡ଼ିର ବେଗ ଏବଂ ଗାଡ଼ିଚାଳନା ଆଚରଣକୁ ସୁଧାରିବେ। ପ୍ରଥମେ ଜିଓ ଗ୍ରାହକମାନଙ୍କୁ ଏହି ସେବା ଉପଲବ୍ଧ ହେବାକୁ ଥିବାବେଳେ ପରେ ସମସ୍ତ ଟେଲିକମ୍‌ ପ୍ରଦାନକାରୀ ସେମାନଙ୍କ ଗ୍ରାହକଙ୍କୁ ଏହା ଯୋଗାଇଦେବେ। ଏଥିପାଇଁ ଏନ୍‌ଏଚ୍‌ଏଆଇ ରିଲାଏନ୍ସ ଜିଓ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛି ଏବଂ ୨ ମାସ ମଧ୍ୟରେ ଏହି ସତର୍କତା ସେବା ଆରମ୍ଭ ହେବାକୁ ଯାଉଛି। ଗାଡ଼ିଚାଳକମାନେ ଜିଓର ୪ଜି ଏବଂ ୫ଜି ନେଟ୍‌ଓ୍ବର୍କ ବ୍ୟବହାର କରି ସେମାନଙ୍କ ମୋବାଇଲ ଫୋନ୍‌ରୁ ଦୁର୍ଘଟଣାପ୍ରବଣ ସ୍ଥାନ, ବୁଲାଗୋରୁ ସମାଗମ ଅଞ୍ଚଳ, କୁହୁଡ଼ି ପ୍ରଭାବିତ ଅଞ୍ଚଳ, ଜରୁରୀ ଡାଇଭର୍ସନ ଆଦି ସମ୍ପର୍କରେ ଜାଣି ପାରିବେ ବୋଲି ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri