ଜିଲାପାଳ, ତହସିଲଦାରଙ୍କୁ ଏନ୍‌ଜିଟି ନୋଟିସ୍‌

କେନ୍ଦୁଝର,୨୧।୩(ସ୍ବ.ପ୍ର.): ଘଷିପୁରା ତହସିଲ ଅଧୀନ ମଦନପୁର ମାଙ୍କଡ଼ାପଥର ଖଣିରୁ ବେଆଇନ ଖନନ ଓ ଚୋରା ଚାଲାଣ ମାମଲାର ବିଚାର କରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) କେନ୍ଦୁଝର ଜିଲାପାଳ ଓ ଘଷିପୁରା ତହସିଲଦାରଙ୍କୁ ଏପ୍ରିଲ ୨୯ରେ ବ୍ୟକ୍ତିଗତ ହାଜର ପାଇଁ ଆଦେଶ ଦେଇଛନ୍ତି। ଚୋରା କାରବାର ବାବଦରେ ସମୁଦାୟ ୨,୨୧, ୭୪୬ ଟଙ୍କା ଫାଇନ୍‌ ଆଦାୟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ଲଢୁଥିବା ସରକାରୀ ଓକିଲ ସମାପିକା ମିଶ୍ର କୋର୍ଟଙ୍କୁ ଜଣାଇଛନ୍ତି। ତେବେ ମୋଟ ୭ କୋଟି ୩୦ ଲକ୍ଷ ଟଙ୍କା ଆଦାୟ ପାଇଁ ଆକଳନ କରାଯାଇଥିବା ବେଳେ ମାତ୍ର ୦.୨୫ ପ୍ରତିଶତ ଫାଇନ ଆଦାୟ ହୋଇପାରିଛି। ଏଣୁ ରାଜ୍ୟ ସରକାର ଏନେଇ ସାନି ସତ୍ୟପାଠ ଦାଖଲ କରି ଉକ୍ତ ଫାଇନ ଆଦାୟ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ସୂଚନା ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି।
ଉକ୍ତ ସ୍ଥାନରେ ବେଆଇନ ଭାବରେ ଖଣି ଖନନ କରି ବ୍ୟାପକ ମାଙ୍କଡ଼ା ପଥର ଚୋରାଚାଲାଣ ହୋଇଥିଲା। ଏନେଇ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନ ଶୁଣିବାରୁ ସ୍ଥାନୀୟ ଲୋକେ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ୨୦୧୯ରେ ଏହି ମାମଲା (ଅଭିଯୋଗ ଦରଖାସ୍ତ ନଂ.୧୧/୨୦୧୯) ଏନଜିଟିକୁ ଯାଇଥିଲା। ଏହି ଖଣି ଚୋରି କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ମାମଲା ରୁଜୁ କରି ହୋଇଥିବା ଆକଳନ କ୍ଷତି ବାବଦକୁ ୭.୩୦ କୋଟି ଟଙ୍କା ଆଦାୟ କରିବା ସହ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଟ୍ରିବ୍ୟୁନାଲ କୋର୍ଟ ଆଦେଶ ଦେଇଥିଲେ ହେଁ ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇନାହିଁ। କୋର୍ଟଙ୍କ ଆଦେଶକୁ ଅବମାନନା କରି ପ୍ରଶାସନ ଠିକ୍‌ ତଥ୍ୟ ଦେଉ ନ ଥିବାରୁ କୋର୍ଟ ଜିଲାପାଳ ଓ ତହସିଲଦାରଙ୍କୁ ହାଜର ହେବା ଲାଗି ଆଦେଶ ଦେଇଥିବା ଆବେଦନକାରୀଙ୍କ ଓକିଲ ଶଙ୍କର ପାଣି କହିଛନ୍ତି। ଏସମ୍ପର୍କରେ ଜିଲାପାଳ ଆଶୀଷ ଠାକ୍‌ରେ କହିଛନ୍ତି, ଉକ୍ତ ଖଣିକୁ ବନ୍ଦ କରିଦିଆଯାଇଛି। ଏବଂ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଏନ୍‌ଜିଟିକୁ ଜଣାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ଏକାଠି ହେଲେ ୧୩ ବ୍ଲକର ସରପଞ୍ଚ, ୪ ବର୍ଷର ବିକାଶ…

ପାଟଣା,୨୭।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସରପଞ୍ଚ ମହାସଂଘର ରବିବାର ପାଟଣା ବ୍ଲକ୍ ଡୁମୁରିଆ ପଂଚାୟତ ଘାଟ ବାଲି ଯୋଡ଼ି ସ୍ଥିତ ଭୀମ କୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?