ଜିଲାପାଳଙ୍କ ସତ୍ୟପାଠ ଉପରେ ଏନ୍‌ଜିଟି ଅସନ୍ତୁଷ୍ଟ

ଯାଜପୁର ଅଫିସ,୯ା୧: ଯାଜପୁର ଜିଲା ଅନ୍ତର୍ଗତ ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌) ସମ୍ପ୍ରସାରଣ କାର୍ଯ୍ୟ ପାଇଁ ବିପୁଳ ଲଘୁ ଖଣିଜ ଦ୍ରବ୍ୟ ଲୁଟ ହୋଇଛି। ଏଥିରେ ନିୟୋଜିତ ଠିକାସଂସ୍ଥା ଗମନ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଲିଃ(ଜିଆଇପିଏଲ), ଏନ୍‌ଏଚ୍‌ଏଆଇ ଢେଙ୍କାନାଳ ଓ ଗମନ ଇଞ୍ଜିନିୟର୍ସ ସଂସ୍ଥା ଓଡ଼ିଶା ମାଇନର ମିନେରାଲ୍ସ କନ୍‌ସେସନ (ଓଏମ୍‌ଏମ୍‌ସିଆର୍‌)ରୁଲ୍ସ-୨୦୧୬ ଏବଂ ପରିବେଶ ସୁରକ୍ଷା ଆଇନ-୧୯୮୬ର ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହିମର୍ମରେ ପ୍ରତାପ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ୧୪୨/୨୦୨୨/ଇଜେଡରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଗତ ୫ ତାରିଖ ଶୁଣାଣିରେ ଏନ୍‌ଜିଟି ଜଷ୍ଟିସ ବି. ଅମିତ ସ୍ଥାଲେକର ଓ ସଦସ୍ୟ ଏ.ସେନ୍ଥିଲ ଭେଲ୍‌ ଯାଜପୁର ଜିଲାପାଳଙ୍କ ପଦକ୍ଷେପ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲାପାଳଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠ ଉପରେ ଏନ୍‌ଜିଟି ପ୍ରଶ୍ନ କରିବା ସହ ସମ୍ପୂର୍ଣ୍ଣ ନିଷ୍କ୍ରିୟତା ଏବଂ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ଦର୍ଶାଉଛି ବୋଲି ଶୁଣାଣିରେ ଉଲ୍ଲେଖ କରାଯାଇଛି।
ବିନା ପରିବେଶ ମଞ୍ଜୁରୀରେ ଲଘୁ ଖଣିଜ ଲୁଟ୍‌ ହେବା ସହ ରାଜ୍ୟ ସରକାର ବିପୁଳ ରାଜସ୍ବ ହରାଇଛନ୍ତି। ତେଣୁ ଜିଲାପାଳ ଘଟଣାର ଅନୁଧ୍ୟାନ କରିବା ଉଚିତ୍‌ ଏବଂ ବେଆଇନ ଭାବେ ଲଘୁ ଖଣି ଦ୍ରବ୍ୟ ଉତ୍ତୋଳନ ହୋଇଥିଲେ ତାହାକୁ ତୁରନ୍ତ ବନ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାର ଥିଲା, ଯାହାକି ଜିଲାପାଳଙ୍କ ସତ୍ୟପାଠରେ ପ୍ରକାଶ କରାଯାଇ ନାହିଁ ବୋଲି ଏନ୍‌ଜିଟି ଦର୍ଶାଇଛନ୍ତି। ଏହିକ୍ରମରେ ପ୍ରଶାସନ ପକ୍ଷରୁ ନିଯୁକ୍ତି ଓକିଲ ତଥା ଷ୍ଟାଣ୍ଡିଂ କାଉନ୍‌ସେଲ୍‌ ସମାପିକା ମିଶ୍ର ଅତିରିକ୍ତ କାଉଣ୍ଟର ଆଫିଡେଫିଟ୍‌ ଦାଖଲ କରିବାକୁ ଏନ୍‌ଜିଟିକୁ ଆହୁରି ୨ ସପ୍ତାହ ସମୟ ମାଗଛନ୍ତି। ପରବର୍ତ୍ତୀ ଶୁଣାଣି ୧୪ା୨ା୨୦୨୩ରେ ଧାର୍ଯ୍ୟ ହୋଇଛି।
ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟ ଅନୁସାରେ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ନିମନ୍ତେ ଠିକାସଂସ୍ଥାକୁ ଦର୍ପଣ ତହସିଲଦାରଙ୍କ ପକ୍ଷରୁ ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ପାଇଁ କୌଣସି ଅନୁମତି ଦିଆଯାଇନାହିଁ। ୩ା୯ା୨୦୨୨ରେ ସିଆର୍‌ ରିପୋର୍ଟ ଅନୁସାରେ ମଧ୍ୟ ସମ୍ପୃକ୍ତ ଠିକାସଂସ୍ଥାକୁ ମୋରମ୍‌, ପଥର ଓ ବାଲି ଉତ୍ତୋଳନ ପାଇଁ ପରିବେଶଗତ ଅନୁମତି ମିଳିନାହିଁ। ତେଣୁ ୪୦ କିମି ଦୂରତା ବିଶିଷ୍ଟ ଏହି ଏନ୍‌ଏଚ୍‌ ସମ୍ପ୍ରସାରଣ କାର୍ଯ୍ୟରେ ବୈଧ୍ୟ ଟ୍ରାନଜିଟ ପାସ୍‌ ବିନା ସମସ୍ତ ଲଘୁ ଖଣିଜ ଦ୍ରବ୍ୟ ପରିବହନ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଦାନଗଦି ତହସିଲଦାର ଆରଟିଆଇରେ ଦେଇଥିବା ତଥ୍ୟ ଅନୁସାରେ ସମ୍ପୃକ୍ତ ଠିକାସଂସ୍ଥାକୁ କୌଣସି ଲଘୁ ଖଣିଜ ଦ୍ରବ୍ୟ ଖାଦାନ ଦିଆଯାଇନାହିଁ। ଏହିକ୍ରମରେ ଧର୍ମଶାଳା ତହସିଲ ଅଧୀନ ରାହାଡ଼ପୁର, ବରଡ଼ା, ଲୁଣିବର, ଡଙ୍କାରୀ, ଅଞ୍ଜିରା, ବାଜବାଟି ଆଦି ପାହାଡ଼ରୁ ମଞ୍ଜୁର ପରିମାଣରୁ ବହୁ ଗୁଣ କଳାପଥର ଲୁଟ କରି ଏହି ଏନ୍‌ଏଚ୍‌ କାର୍ଯ୍ୟରେ ବିନିଯୋଗ ହୋଇଛି। ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ବ୍ୟବହାର ହୋଇଥିବା ଲଘୁ ଖଣିଜ ଦ୍ରବ୍ୟ ସଂକ୍ରାନ୍ତରେ ଟ୍ରାନଜିଟ ପାସ, ରାଜସ୍ବ ଦେୟର ମନି ରିସିପ୍ଟ ଆଦି ତଥ୍ୟ ଦେବାରେ ବିଫଳ ହୋଇଛନ୍ତି ବୋଲି ଏନ୍‌ଜିଟି ମାମଲାରେ ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏହାବାଦ୍‌ ହାଇୱା, ଟ୍ରକ, ଟ୍ରାକ୍ଟର ଯୋଗେ ଏହି ସମ୍ପ୍ରସାରଣ କାର୍ଯ୍ୟରେ ଓଭରଲୋଡିଂ ଗାଡ଼ି ଚଳାଚଳ କରୁଛି। ଦିନକୁ ୨ ହଜାରରୁ ଊର୍ଦ୍ଧ୍ୱ ବୋଲଡର, ଗେଟି, ଚିପ୍ସ, ବାଲି, ମୋରମ ଓଭରଲୋଡିଂ ଗାଡ଼ି ଚଳାଚଳ କରୁଥିଲେ ହେଁ ରାଜସ୍ବ ଆଦାୟ ଅଶାନୁରୂପ ହୋଇ ପାରିନାହିଁ ା ବରଂ ମାସକୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଲାଞ୍ଚ ଆଦାୟ କରାଯାଇଛି ା ଫଳରେ ବର୍ଷକୁ ସରକାର ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେବଳ ଓଭରଲୋଡିଂ ବାବଦକୁ ହରାଇଛନ୍ତି। ଏହି ବେଆଇନ କାର୍ଯ୍ୟରେ ସମୁଦାୟ ପ୍ରାୟ ୧୦୦ କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ଏହି ମାମଲାକୁ ଏନଜିଟି ଅତି ଗୁରୁତ୍ୱର ସହ ଗ୍ରହଣ କରି ଯାଜପୁର ଜିଲାପାଳଙ୍କୁ ଉପଯୁକ୍ତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri