ବିଆର୍‌ପିଏଲ୍‌ ବିରୋଧରେ ଏନ୍‌ଜିଟି ମାମଲା: ଏସ୍‌ପିସିବିର ଲୋକଦେଖାଣିଆ ତଦନ୍ତ

ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ.ଏ.),୨୫ା୬: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ନିର୍ଦ୍ଦେଶ ଅନୁସାରେ କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ(ବିଆର୍‌ପିଏଲ୍‌) କାରଖାନାରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ତଦନ୍ତ କରାଯାଇଛି। ଏହି ତଦନ୍ତରେ ଏସ୍‌ପିସିିବି ପକ୍ଷରୁ ପରିବେଶବିତ୍‌ ହିରଣ୍ୟ କୁମାର ନାୟକ ଓ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ସାମିଲ ହୋଇଥିଲେ। ରାଜ୍ୟ ସଭା ସଦସ୍ୟ ତଥା ବିଆର୍‌ପିଏଲ୍‌ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଅଶ୍ୱିନୀ ବୈଷ୍ଣବ ଏବଂ ଅଭିଯୋଗକାରୀ ଅଶ୍ୱିନୀ ଧଳ ଓ ପୂର୍ଣ୍ଣଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ଏହି ତଦନ୍ତ ଟିମ୍‌ କାରଖାନାର ସାରଙ୍ଗପୁର ଗ୍ରାମ ପଟକୁ ଯେଉଁ ବର୍ଜ୍ୟଜଳ ଛଡାଯାଉଛି ବୋଲି ଅଭିଯୋଗ ହୋଇଥିଲା ସେ ଦିଗକୁ ଯାଇ ନ ଥିଲେ ା କେବଳ କାରଖାନା ଭିତରେ ତଦନ୍ତ ସୀମିତ ରହିିଥିଲା। ଏହାସହ ବିଆର୍‌ପିଏଲ୍‌ ଓ ଇଡ୍‌କୋ ପାଇପ୍‌ ଲାଇନ୍‌ର ସଂଯୋଗ ସ୍ଥଳ ଦେଖିଥିବାବେଳେ ସେଠାରୁ କୌଣସି ଜଳ ନମୁନା ସଂଗ୍ରହ ନ କରି ଫେରି ଯାଇଥିଲେ । ମୋଟାମୋଟି ଭାବେ ଏହି ତଦନ୍ତ ଲୋକଦେଖାଣିଆ ଥିଲା ବୋଲି କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି। ଏହାସହ ତଦନ୍ତ ସମୟରେ ଜଣେ ରାଜ୍ୟ ସଭା ସଦସ୍ୟଙ୍କ ଉପସ୍ଥିତି ତଦନ୍ତ ଓ ରିପୋର୍ଟ ପ୍ରସ୍ତୁତିକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ ବୋଲି ସମିତି ଆଶଙ୍କା ପ୍ରକାଶ କରିଛି। ତେଣୁ ଏନ୍‌ଜିଟିରେ ଉପଯୁକ୍ତ ତଦନ୍ତ ରିପୋର୍ଟ ଦାଖଲ ନ କଲେ ପୁଣି ଏକ ନିରପେକ୍ଷ ତଦନ୍ତ କରିବାକୁ ପ୍ରାର୍ଥନା କରାଯିବ ବୋଲି ଅଭିଯୋଗକାରୀ କହିଛନ୍ତି।
ସୂଚନାଯୋଗ୍ୟ, ବିଆର୍‌ପିଏଲ୍‌ କାରଖାନାର ବର୍ଜ୍ୟଜଳ ବାହାରକୁ ଛାଡି ଗଣ୍ଡାନାଳାକୁ ପ୍ରଦୂଷଣ କରୁଥିବା ନେଇ ଏନ୍‌ଜିଟିରେ ଏକ ମାମଲା(ନଂ.୧୪୯/୨୦୧୭/ଇଜେଡ) ରୁଜୁ ହୋଇଥିଲା। ଏହାପରେ ଏନ୍‌ଜିଟିର ନିର୍ଦ୍ଦେଶ ଅନୁଯାୟୀ ଏସ୍‌ପିସିବି ପକ୍ଷରୁ ତା.୨୫ା୧୦ା୨୦୧୭ରେ ଏକ ଯାଞ୍ଚ ରିପୋର୍ଟ ଦାଖଲ ହୋଇଥିଲା। ପରବର୍ତ୍ତୀ ସମୟରେ ତତ୍କାଳୀନ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ୨୦୧୮ ଜୁଲାଇ ପ୍ରଥମ ସପ୍ତାହରେ ବିଆର୍‌ପିଏଲ୍‌ର ବିଷାକ୍ତ ବର୍ଜ୍ୟଜଳ ଗଣ୍ଡାନାଳାରେ ମିଶୁଛି ବୋଲି ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟକୁ ନେଇ ସମିତି ପକ୍ଷରୁ ଏନ୍‌ଜିଟିରେ ପୁଣିଥରେ ନିରପେକ୍ଷ ତଦନ୍ତ କରିବାକୁ ଅନୁରୋଧ କରାଯାଇଥିଲା। ଗୁରୁବାର ତଦନ୍ତ ସଂକ୍ରାନ୍ତରେ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି,ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ତଦନ୍ତ ହୋଇଛି। ତଦନୁସାରେ ରିପୋର୍ଟ ଦାଖଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri