ସମ୍ପର୍କ ସୃଷ୍ଟି କରୁଛି ଖବରକାଗଜ

ଖୋର୍ଦ୍ଧା ଅଫିସ,୧୬ା୩: ଖୋର୍ଦ୍ଧା ଗୁରୁଜଙ୍ଗର ଗଣେଶ ପାଟଶାଣୀ। ବୟସ ୬୫ ଟପିଲାଣି। ତେବେ ଏ ବୟସରେ ବି ସେ ବେଶ ଚଳଚଞ୍ଚଳ। ଦୀର୍ଘ ୨୮ବର୍ଷ ଧରି ଖୋର୍ଦ୍ଧା ସହରରେ ଖବରକାଗଜ ବିତରଣ କରୁଛନ୍ତି। ସକାଳ ପାଇଲେ ପେପର ପଏଣ୍ଟରେ ପହଞ୍ଚି ସମସ୍ତଙ୍କଠାରୁ ଖବରକାଗଜ ସଂଗ୍ରହ କରି ବାଣ୍ଟିବା ପାଇଁ ଚାଲି ଯାଇଥାନ୍ତି। କରୋନା ଭଳି ମହାମାରୀ ସମୟରେ ଲୋକେ ଘରକୁ ବାହାରକୁ ଆସିବାକୁ ଭୟ କରୁଥିବା ବେଳେ ସେ କିନ୍ତୁ ଲୋକଙ୍କ ନିକଟରେ ଖବରକାଗଜ ପହଞ୍ଚାଇବା ପାଇଁ ସେ ସାଇକେଲରେ ଭୋରରୁ ଚାଲି ଆସୁଥିଲେ। ସକାଳ ପାଇଲେ ଲୋକଙ୍କ ନିକଟରେ ଖବରକାଗଜ ପହଞ୍ଚାଇବାର ନିଶା ଖୋର୍ଦ୍ଧାରେ ତାଙ୍କ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବୟସ ହୋଇଯାଇଥିଲେ ମଧ୍ୟ ତାଙ୍କ କାର୍ଯ୍ୟ ଜାରି ରଖୁଥିବାରୁ ସମସ୍ତେ ପ୍ରଶଂସା କରୁଛନ୍ତି।

୬ଟାଠାରୁ ତାଙ୍କ ଯାତ୍ରା ଆରମ୍ଭ ହୋଇ ୯ଟା ସୁଦ୍ଧା ଘରକୁ ଫେରିଥାନ୍ତି। ବୟସାଧିକ କାରଣରୁ ଏବେ ତାଙ୍କ ସାନ ପୁଅ ତାଙ୍କୁ ଏହି କାମରେ ସହଯୋଗ କରୁଛନ୍ତି। ବାପାଙ୍କ ଅନୁପସ୍ଥିତିରେ ସେ ଖବରକାଗଜ ବାଣ୍ଟିଥାନ୍ତି। ଗଣେଶ କୁହନ୍ତି ଖବରକାଗଜ ବିତରଣ ଦିନଠାରୁ ଲୋକଙ୍କ ସହ ସମ୍ପର୍କ ଯୋଡି ହୋଇଯାଇଛି। ପ୍ରତିଦିନ ପିଲାଠାରୁ ବୟସ୍କ ସମସ୍ତଙ୍କ ସହ ଦେଖା ହୋଇ ଖବରକାଗଜ ଦେବା ସମୟରେ ଦୁଇ ପଦ କଥା ହୋଇ କାମ ଚାଲିଥାଏ। ଏହାରି ମଧ୍ୟରେ ଅନେକ ପରିବର୍ତ୍ତନ ଆସିଲାଣି। ପୂର୍ବରୁ ଲୋକେ ଖବରକାଗଜକୁ ଚାହିଁ ରହୁଥିଲେ। ବିଳମ୍ବ ହେଲେ କେତେବେଳେ ଆସିବ ବୋଲି ଫୋନ ଯୋଗେ ପଚାରୁଥିଲେ। କରୋନା ମହାମାରୀ ପରଠାରୁ ଖବରକାଗଜ ଚାହିଦା କିଛିଟା କମିଥିଲା। ଏବେ ସାମାନ୍ୟ ସୁଧାର ଆସିଥିବା ବେଳେ ଲୋକେ ଖବରକାଗଜ ପାଇଁ ଅପେକ୍ଷା କରିରହୁଛନ୍ତି।

ସୂଚନାଯୋଗ୍ୟ, ଯୁବବସ୍ଥାରେ ଗଣେଶ କୋଲକତା ଚାଲିଯାଇଥିଲେ। ସେଠାରେ ଝୋଟ କଳରେ କାମ କରୁଥିଲେ। ପରେ ତାହା ବନ୍ଦ ହୋଇଯିବାରୁ ଖୋର୍ଦ୍ଧାକୁ ଚାଲି ଆସିଥିଲେ। କିଛିଦିନ ଖୋର୍ଦ୍ଧା ସ୍ପିନିଙ୍ଗ ମିଲରେ କାମ କରିଥିଲେ। ପରେ ନୟାଗଡରୁ ଆସି ଖବରକାଗଜ ବିତରଣ କରୁଥିବା ବିତରକ ବୈକୁଣ୍ଠଙ୍କ ସହ ସାକ୍ଷାତ ହୋଇ ପରବର୍ତ୍ତୀ ମୁହୂର୍ତ୍ତରେ ଗଣେଶ ମଧ୍ୟ ଖବରକାଗଜ ବାଣ୍ଟିବା କାର୍ଯ୍ୟ କରିଥିଲେ। ଧୀରେ ଧୀରେ ଏହି କାର୍ଯ୍ୟକୁ ନିଜର ପେସା ଭାବେ ଗ୍ରହଣ କରିନେଇଥିଲି। ଏହି ପେସା ଜୀବନର ଏକ ଅଙ୍ଗ ପାଲଟି ଯାଇଛି ବୋଲି ଗଣେଶ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri