ସ୍ବାମୀଙ୍କ ଦୁଇହାତକୁ ଧରିଲେ ନବବିବାହିତା, କୁରାଢ଼ିରେ ଚୋଟ ପରେ ଚୋଟ ମାରିଚାଲିଲେ ପ୍ରେମିକ; ଆଉ ତା’ ପରେ…

ଭୋପାଳ,୧୦ା୭: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ନବବିବାହିତା ମହିଳା ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ଏ ସମ୍ପର୍କରେ ସତ୍ୟ ଉନ୍ମୋଚନ କରିଛି ବିଦିଶା ପୋଲିସ।

ପୋଲିସ ଅଧୀକ୍ଷକ ବିନାୟକ ବର୍ମାଙ୍କ କହିବାନୁଯାୟୀ, ବିଦିଶା ତହସିଲ ଅନ୍ତର୍ଗତ ଲଟେରି  ମଲିୟାଖେଡ ଗାଁରେ ମଙ୍ଗଳବାର ରାତିରେ ନବଦମ୍ପତି ଏକାସାଥୀରେ ବେଡ୍‌ରୁମ୍‌କୁ ଶୋଇବାକୁ ଯାଇଥିଲେ। ଏହି ସମୟରେ ନବବିବାହିତା ଜଣକ ତାଙ୍କ ପ୍ରେମିକଙ୍କୁ ଫୋନ୍‌ କରି ଡାକିଥିଲେ। ଆଉ କହିଥିଲେ ସୋନୁ ଶୋଇ ପଡ଼ିଲେଣି। ଶୀଘ୍ର ଆସି ମାରିଦିଅ। ଏହା ପରେ ପ୍ରେମିକ ଜଣକ ଆସି ପହଞ୍ଚିଯାଇଥିଲେ। ପରେ ଦୁହେଁ ମିଶି ତାଙ୍କୁ ହତ୍ୟା କରିଥିଲେ। ମହିଳା ଜଣଙ୍କ ସ୍ବାମୀଙ୍କ ଦୁଇହାତକୁ ଧରିଥିବା ବେଳେ ପ୍ରେମିକ ଏକ କୁରାଢ଼ିରେ ଚୋଟ ପରେ ଚୋଟ ମାରି ଚାଲିଲେ। ଫଳରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମରୁ ହିଁ ପୋଲିସ ମହିଳା ଜଣଙ୍କୁ ସନ୍ଦେହ କରୁଥିଲା। ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ସତ ହୋଇଥିଲା।

ଏହି ମହିଳାଙ୍କ ନାମ କ୍ରିଷ୍ଣା ଦେବୀ ଏବଂ  ପ୍ରେମିକ ଶୁଭମ୍‌ଙ୍କ ସହ ୪ ବର୍ଷ ଧରି ତାଙ୍କର ପ୍ରେମ ସମ୍ପର୍କ ଥିଲା। ବିବାହ ପରେ ମଧ୍ୟ କ୍ରିଷ୍ଣା ତାଙ୍କ ପ୍ରେମିକଙ୍କୁ ଭଲ ପାଉଥିଲେ। କ୍ରିଷ୍ଣା ବାପଘରକୁ୍‌ ସ୍ବାମୀଙ୍କ ସହ ବୁଲିବାକୁ ଆସିଥିଲେ। ଏହି ସମୟରେ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ତେବେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାକିସ୍ତାନ ବିରୋଧରେ କେବେ କରିବ ସାମରିକ କାର୍ଯ୍ୟାନୁଷ୍ଠାନ ? ଆମେରିକା ଗୁପ୍ତଚର ରିପୋର୍ଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ଅଧିକ। ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର...

ପ୍ରତିଭାଙ୍କୁ ମେକ୍ସିକୋର ସର୍ବୋଚ୍ଚ ସମ୍ମାନ

ପୁଣେ,୨ା୬(ଆଇଏଏନ୍‌ଏସ୍‌): ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ଶନିବାର ମେକ୍ସିକୋର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡନ୍‌ ମେକ୍ସିକାନା ଡେଲ୍‌ ଆଗୁଇଲା ଆଜ୍‌ଟେକା’ରେ ସମ୍ମାନିତ କରାଯାଇଛି। ବିଦେଶୀମାନଙ୍କୁ...

ଆଜି ଜାଗ୍ରତ ହେବ ବିକ୍ରମ ଲ୍ୟାଣ୍ଡର

ନୂଆଦିଲ୍ଲୀ,୨୨ା୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ଚନ୍ଦ୍ରୟାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ସହିତ ପୁନଃ ସମ୍ପର୍କ ସ୍ଥାପନ କରିବାକୁ...

ପିକେଙ୍କ ଜନ ସୁରାଜ ଯାତ୍ରା ଭାଜପା ଦ୍ୱାରା ପ୍ରାୟୋଜିତ, ଲଲନଙ୍କ ଅଭିଯୋଗ…

ପାଟନା,୩।୧୦ :ଜନତା ଦଳ ୟୁନାଇଟେଡର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ଓରଫ ଲଲନ ସିଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ)ଙ୍କ ଜନ ସୁରାଜ ଯାତ୍ରାକୁ ଭାଜପା...

ଭାଜପାକୁ ମିଳିଛି ୭୦୦ କୋଟି ଚାନ୍ଦା

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ୨୦୧୮-୧୯ ଆର୍ଥିକ ବର୍ଷରେ ଶାସକ ଭାଜପାକୁ ୭ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଚାନ୍ଦା ମିଳିଥିବା ଦଳ ପକ୍ଷରୁ ଘୋଷଣା କରାଯାଇଛି। ଚେକ୍‌ ଏବଂ...

ଜାତୀୟତା ବିରୋଧୀ ଖବର ପାଇଁ ନ୍ୟୁଜ କ୍ଲିକ ବିକଶିତ କରାଯାଇଥିଲା, ଚାଇନାରୁ ଆସୁଥିଲା ଟଙ୍କା: ଇଡିର ଦାବି…

ନୂଆଦିଲ୍ଲୀ,୮।୮ : କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବାମପନ୍ଥୀ ନ୍ୟୁଜ ପୋର୍ଟାଲ ନ୍ୟୁଜ କ୍ଲିକ (ନ୍ୟୁଜ କ୍ଲିକ ବିରୋଧରେ ଇଡି ପ୍ରୋବ) ଚଳାଉଥିବା...

୪୦ କଂଗ୍ରେସ ବିଧାୟକଙ୍କୁ ପଠାଗଲା ହୋଟେଲ

ଜୟପୁର,୨।୬: ରାଜସ୍ଥାନରେ ୪ ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ହେବାକୁ ଥିବାବେଳେ ସମସ୍ତ ଦଳୀୟ ବିଧାୟକଙ୍କୁ ଏକାଠି କରି ରଖିବା ଲାଗି କଂଗ୍ରେସ ପ୍ରାୟ...

ସୋନାଲୀ ମୃତ୍ୟୁ ମାମଲା: ଖଟ୍ଟରଙ୍କ ସହ କଥା ହେଲେ ଗୋଆ ମୁଖ୍ୟମନ୍ତ୍ରୀ

ପଣଜୀ,୨୯।୮: ହରିଆଣା ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁ ପରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି...

Advertisement
Archives

Model This Week