ଶିଶୁ ପାଇଁ ନ୍ୟୁମୋକୋକାଲ ଟିକା

 

ଶିଶୁଟିଏ ଖାଲି ମାତାପିତାଙ୍କର ନୁହେଁ, ରାଷ୍ଟ୍ର ପାଇଁ ବି ଅମୂଲ୍ୟ ସମ୍ପଦ। ତା’ର ହସରେ ସଭିଙ୍କୁ ଦିଏ ଆନନ୍ଦ ଆଉ ତା’ ରୁଗ୍‌ଣତା ପାଲଟେ ପରିବାରରେ ଚିନ୍ତାର କାରଣ।
ଆମ ଦେଶରେ ପାଞ୍ଚବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ରୁଗ୍‌ଣତା ଓ ମୃତ୍ୟୁର ପ୍ରଧାନ କାରଣ ହେଉଛି ନିମୋନିଆ ରୋଗ। ଏହି ବୟସର ଶିଶୁ ମୃତ୍ୟୁହାର ପ୍ରତି ହଜାରରେ ୨୮ ଜଣ। ଦୁଃଖର ବିଷୟ ଯେ, ଏହି ମୃତ୍ୟୁ ମଧ୍ୟରୁ ୮ଟିର କାରଣ ହେଉଛି ନିମୋନିଆ। ସାମଗ୍ରିକ ଭାବରେ ଆକଳନ କଲେ ଆମ ଦେଶରେ ପ୍ରତିବର୍ଷ ୮ ଲକ୍ଷ ଅର୍ଥାତ୍‌ ଦିନକୁ ହାରାହାରି ୨୨୦୦ ନିରୀହ ଶିଶୁ ମୃତ୍ୟୁବରଣ କରିଥାନ୍ତି। ତେବେ ନ୍ୟୁମୋକୋକାଲ ଟିକା ଦ୍ୱାରା ଏହି ଶିଶୁ ମୃତ୍ୟୁ ହାର କମାଯାଇପାରେ।
ନିମୋନିଆ ରୋଗ ନବଜାତ ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଙ୍କୁ ହୋଇପାରେ। ଷ୍ଟ୍ରେପ୍ଟୋକେକସ୍‌ ନିମୋନି, ହେମୋଫାଇଲସ୍‌ ଇନ୍‌ଫ୍ଲୁଏଞ୍ଜି ଟାଇପ୍‌(ବି) ଜୀବାଣୁ ଏହାର ମୁଖ୍ୟ କାରଣ। ଏହା ବ୍ୟତୀତ ଅନ୍ୟ ଭୂତାଣୁ(ଭାଇରସ୍‌), ପାରାସାଇଟ୍‌ ଓ ଫଙ୍ଗସ୍‌ ଦ୍ୱାରା ମଧ୍ୟ ଏହି ରୋଗ ହୋଇଥାଏ। ଏମାନଙ୍କ ମଧ୍ୟରୁ ନ୍ୟୁମୋକୋକସ୍‌ର ପ୍ରାଦୁର୍ଭାବ ସର୍ବାଧିକ। ସୁଖର ବିଷୟ ଏହିକି ଯେ, ଏହି ମାରାତ୍ମକ ରୋଗ ପ୍ରତିରୋଧ ପାଇଁ ପ୍ରତିଷେଧକ ଟିକା ନ୍ୟୁମୋକୋକାଲ ଭ୍ୟାକ୍ସିନ୍‌ ଉପଲବ୍ଧ ଅଛି। ଯାହାକୁ ଆମ ଦେଶ ସମେତ ଅନେକ ଦେଶ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରିସାରିଛନ୍ତି। ଆମ ଦେଶରେ ବିହାର, ହୀମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା ଆଦି ରାଜ୍ୟରେ ଏହି ଟିକା ସରକାରୀ ସ୍ତରରେ ଲାଗୁ କରାଯାଇଛି।
ଏହି ଟିକାର ପ୍ରକାର: ଏହି ଟିକା ମୁଖ୍ୟତଃ ୩ ପ୍ରକାରର ରହିଛି। ଯଥା- PCV-୧୦, PCV- ୧୩ ଏବଂ PPSV- ୨୩।
PCV-୧୦, PCV- ୧୩: ଏହି ଟିକା ଦ୍ୱୟ ନ୍ୟୁମୋକୋକାଲ୍‌ ଜୀବାଣୁର ଯଥାକ୍ରମେ ୧୩ଟି ସିରୋଟାଇପ୍‌ ଓ ୧୦ଟି ସିରୋଟାଇପ୍‌ ଦ୍ୱାରା ହେଉଥିବା ନିମୋନିଆରୁ ସୁରକ୍ଷା ଦେଇଥାଏ। ଶିଶୁର ବୟସ ୬ ସପ୍ତାହ ହୋଇ ଗଲେ ଏହି ଭ୍ୟାକ୍ସିନ୍‌ର ତିନୋଟି ଡୋଜ୍‌ ଇଞ୍ଜେକ୍ସନ ଯଥାକ୍ରମେ ୬, ୧୦ ଏବଂ ୧୪ ସପ୍ତାହରେ ଦିଆଯାଏ। ଏହାର ବୁଷ୍ଟର ଡୋଜ୍‌ ଶିଶୁକୁ ୧୫ରୁ ୧୮ ମାସରେ ଦିଆଯାଏ। କୌଣସି କାରଣରୁ ଏହି ସମୟରେ ଟିକା ନ ନେଇପାରିଲେ ଛଅ ମାସର ଶିଶୁକୁ ଏକ ମାସ ଅନ୍ତରରେ ୩ ଥର ଏବଂ ଏକ ବର୍ଷ ପରେ ବୁଷ୍ଟର ଡୋଜ୍‌ ଦେଇପାରିବେ। ଛଅମାସରୁ ଏକ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ଏକ ମାସ ଅନ୍ତରରେ ଦୁଇଟି ଟିକା ଏବଂ ଏକ ବର୍ଷ ପରେ ବୁଷ୍ଟର ଟିକା ଦେଇପାରିବେ।
ଏକ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ PCV-୧୦ ଦୁଇଟି ଡୋଜ୍‌ ୫ ବର୍ଷ ବୟସ ଯାଏ କିମ୍ବା PCV-୧୩ ଦୁଇଟି ଡୋଜ୍‌(୧-୨ ବର୍ଷ) ଏବଂ ଆଉ ଗୋଟିଏ ଡୋଜ୍‌ (୨-୫ ବର୍ଷ ) ମଧ୍ୟରେ ଦିଆଯାଏ । PCV-୧୩ ଭ୍ୟାକ୍ସିନ୍‌ ୫୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଲାଗି ମଧ୍ୟ ଉପକାରୀ।
PPSV-୨୩: ଏହି ଟିକାଟି ଦୁଇ ବର୍ଷରୁ ଊର୍ଦ୍ଧ୍ୱ ଓ ବିପଦସଙ୍କୁଳ ପରିସ୍ଥିତିରେ ଥିବା ଯଥା- ହୃଦ୍‌ରୋଗୀ, ସିକିଲ୍‌ସେଲ୍‌ ଆନେମିଆ, ନେଫ୍ରୋଟିକ୍‌ ସିଣ୍ଡ୍ରୋମ ରୋଗ ଥିବା ଅଥବା କକ୍ଲିଆ ଇମ୍ପ୍ଲାଣ୍ଟ, ସ୍ପ୍ଲେନେକ୍ଟୋମୀ ହୋଇଥିବା ଶିଶୁ କିମ୍ବା ବ୍ୟକ୍ତିଙ୍କୁ ଦିଆଯାଏ।
ଟିକା ବ୍ୟବହାର ଦ୍ୱାରା ଶିଶୁର କର୍ଣ୍ଣପାଚିକା ଓ ମସ୍ତିଷ୍କ ପ୍ରଦାହ ରୋଗ ହୋଇ ନ ଥାଏ। ତେଣୁ ଅଭିଭାବକମାନେ ଶିଶୁ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଯଥା ସମୟରେ ଶିଶୁଙ୍କୁ ଏହି ଟିକାକରଣ କରାଇନେବା ଆବଶ୍ୟକ। ଏହା ଦ୍ୱାରା ବିଶ୍ୱରେ ୫ ବର୍ଷରୁ କମ୍‌ ଶିଶୁ ମୃତ୍ୟୁ ହାର ଅନେକାଂଶରେ କମିଯାଇପାରିବ।
– ଡା. ମୃତ୍ୟୁଞ୍ଜୟ ଦାସ ଶିଶୁରୋଗ ବିଶେଷଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri