କୋଭାକ୍ସିନ୍‌ରେ ନବଜାତ ବାଛୁରୀ ସିରମ୍‌: ଗୋହତ୍ୟା ଅଭିଯୋଗ ଆଣିଲା କଂଗ୍ରେସ…

ନୂଆଦିଲ୍ଲୀ,୧୬।୬: ଭାରତ ବାୟୋଟକ୍‌ ଦ୍ୱାରା ତିଆରି ହୋଇଥିବା କୋଭାକ୍ସିନ୍‌ ଟିକାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସୂଚନା ଅଧିକାର ଆଇନ ଅନ୍ତର୍ଗତ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଛି ଯେ, କୋଭାକ୍ସିନ୍‌ରେ ୩ରୁ ୨୦ ଦିନର ନବଜାତ ବାଛୁରୀ ସିରମ୍‌ ବ୍ୟବହାର କରାଯାଇଥାଏ। ବ୍ଲଡ୍‌ ପ୍ଳାଜ୍‌ମାରୁ ସିରମ୍‌ ସଂଗ୍ରହ କରାଯାଇ ଏଥିରେ କରୋ ମହାମାରୀ ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ଭଳି ସିରମ୍‌ ସୃଷ୍ଟି କରାଯାଇଥାଏ। ଏହାକୁ ନେଇ କଂଗ୍ରେସ ଗୋହତ୍ୟା ଅଭିଯୋଗ ଆଣିଛି। କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ସଂଯୋଜକ ଗୌରବ ପାନ୍ଧି ଏହାକୁ ନେଇ ଭାଜପାକୁ ଘେରିବା ଆରମ୍ଭ କରିଛନ୍ତି। ସୂଚନା ଅଧିକାର ଆଇନ ଅନ୍ତର୍ଗତ ସେଣ୍ଟ୍ରାଲ ଡ୍ରଗ୍ସ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ପକ୍ଷରୁ ବିକାଶ ପାଟନି ନାମକ ଜଣେ ବ୍ୟକ୍ତିଙ୍କୁ ଏଭଳି ଉତ୍ତର ସମ୍ବଳିତ ଉତ୍ତର ପ୍ରଦାନ କରାଯାଇଥିବା ଗୌରବ ଦାବି କରିଛନ୍ତି। ଏହା ଅତ୍ୟନ୍ତ ଘୃଣ୍ୟ କାମ ବୋଲି ସେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଲୋକଙ୍କୁ ସୂଚନା ଦେବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଲୋକଙ୍କୁ ଧୋକ୍କା ଦେଇଥିବା ସେ ଟୁଇଟ୍‌ କରି କହିଛନ୍ତି। ଆଇସିଏମ୍‌ଆର୍‌ ପକ୍ଷରୁ ଦାଖଲ କରାଯାଇଥିବା ଗବେଷଣା ରିପୋର୍ଟରେ ପୂର୍ବରୁ ସୂଚିତ କରାଯାଇଥିଲା ଯେ, କୋଭାକ୍ସିନ୍‌ ତିଆରିରେ ନବଜାତ ପ୍ରାଣୀଙ୍କ ସିରମ୍‌ ବ୍ୟବହାର କରାଯାଇଛି। ଏହା ସମସ୍ତ ବାୟୋଲୋଜିକାଲ ଗବେଷଣାର ଅଂଶବିଶେଷ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ନବଜାତ ବାଛୁରୀର ୫ରୁ ୧୦ ପ୍ରତିଶତ ସିରମ୍‌ ସହିତ ଡଲବେକାର ମଡ଼ିଫାଏଡ୍‌ ଇଗଲ ମିଡିୟମ୍‌ (ଡିଏମ୍‌ଇଏମ୍‌) ବ୍ୟବହୃତ ହୋଇଥାଏ।

ଏନେଇ ଭାରତ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି ଯେ, ଶେଷ ଫର୍ମୂଲେଶନରେ ବାଛରୀ ସିରମ୍‌ ବ୍ୟବହାର କରାଯାଇ ନ ଥାଏ। ବାଛୁରୀ ସିରମ୍‌ର ଭେରୋ ସେଲ୍‌କୁ କରୋନା ଭୂତାଣୁ ସଂକ୍ରମଣ ପାଇଁ ବ୍ୟବହାର କରାଯାଇଥାଏ। ପରେ ଭୂତାଣୁର ବିକାଶ ସହିତ ଭେରୋ ସେଲ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ। ପରେ ଏହି ଇନଆକ୍ଟିଭେଟେଡ୍‌ ଏବଂ ପ୍ୟୁରିଫାଏଡ୍‌ ଭାଇରାଲ ଗ୍ରୋଥ୍‌କୁ ଭାକ୍ସିନ୍‌ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ ବୋଲି ଭାରତ ବାୟୋଟେକ୍‌ କହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri