ଜମିରୁ ମହିଳାଙ୍କଠାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ମହାକାଳପଡ଼ା,୨୯ା୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଳାଇଲୋ ଗ୍ରାମ ଚାଷ ଜମି ମଝି ରାସ୍ତାରୁ ଗୁରୁବାର ଜଣେ ମହିଳାଙ୍କଠାରୁ ସଦ୍ୟ ନବଜାତ ଶିଶୁକନ୍ୟାକୁ ଗାଁର ଦୁଇଜଣ ଯୁବକ ଉଦ୍ଧାର କରିଛନ୍ତି। ଖବରପାଇ ମହାକାଳପଡ଼ା ଥାନା ପୋଲିସ ପହଞ୍ଚତ୍ ୧୦୮ ଆମ୍ବୁଲାନ୍ସ ଯୋଗେ ନବଜାତ ଶିଶୁକନ୍ୟାକୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଅଳାଇଲୋ ଗାଁଠାରୁ କେନ୍ଦ୍ରାପଡ଼ା ସଦର ଥାନା ମଧୁରକୂଳ ପର୍ଯ୍ୟନ୍ତ ୩ କିମି ଗହୀର ମଝିରେ ମହିଳା ଜଣକ ନବଜାତ ଶିଶୁକନ୍ୟାର ନାହି ଲାଗିଥିବା ଅବସ୍ଥାରେ ଧରି ଯାଉଥିଲେ। ଗ୍ରାମର ସନାତନ ସେଠୀ ଓ ବୈଦ୍ୟନାଥ ସେଠୀଙ୍କ ସନ୍ଦେହ ହେବାରୁ ମହିଳାଙ୍କୁ ଏହି ନବଜାତ ଶିଶୁକନ୍ୟା ସମ୍ପର୍କରେ ପଚରାଉଚୁରା କରିଥିଲେ। ମହିଳା ଜଣକ କହିବା କଥା ଗୁରୁବାର ପୂର୍ବାହ୍ନ ୧୦ଟାରେ ମଝି ବିଲରେ ଶିଶୁକନ୍ୟାକୁ ସେ ଜନ୍ମ ଦେଇଥିଲେ। ତେବେ ମହିଳା ଏହି ଶିଶୁକନ୍ୟା ଜନ୍ମ କରିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡୁ ନ ଥିବା ଦେଖିବାକୁ ମିଳିଛି। ଏହି ଘଟଣା ପ୍ରଚାରିତ ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଏ ସମ୍ପର୍କରେ ମହିଳାଙ୍କୁ ପଚାରିବାରୁ ନିଜ ନାମ ମନସ୍ମିତା ଜେନା (୪୦) ଓ ସ୍ବାମୀ ଧୀରେନ ପ୍ରଧାନ ବୋଲି କହିଛନ୍ତି। ମହିଳାଙ୍କ ଘର ମାର୍ଶାଘାଇ ଥାନା ଅଞ୍ଚଳରେ ହୋଇଥିବା ବେଳେ ଶାଶୁଘର କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ବୋଲି କହିଛନ୍ତି। ଏହାର ତଦନ୍ତ କରାଗଲେ ଖରାବେଳେ ଜମି ରାସ୍ତାରେ ମନସ୍ମିତା ଶିଶୁକନ୍ୟାକୁ କୁଆଡେ ନେଉଥିଲେ ତାହା ଜଣାପଡିବ। ସେ ତାଙ୍କର କନ୍ୟା ନଁା ଆଉ କାହାର ତାହା ସନ୍ଦେହ ଘେରରେ ରହିଛି। ଏ ସମ୍ପର୍କରେ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ମନୋଜ କୁମାର ପଣ୍ଡାଙ୍କୁ ପଚାରିବାରେ କେନ୍ଦ୍ରାପଡ଼ାରେଏକ ମିଟିଂ ଅଛି। ଖବର ଯାହା ମିଳିଛି ଶିଶୁଟିର ରକ୍ତସ୍ରାବ ହେଉଥିଲା। ଅଧିକ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ରଘୁନାଥ ସାହୁଙ୍କୁ ମିଳିଲା ଏହି ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ତାଲିକାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ। ସେ ବଡ଼ଚଣାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri