ନ୍ୟୁଜିଲାଣ୍ଡ ହେବ ଡାର୍କ ସ୍କାଏ ନେଶନ

ଓ୍ବେଲିଂଟନ୍‌,୫ା୧୧: ଅନ୍ଧାର ଆକାଶ ରାତ୍ରିଚର ଓ ବିଦେଶାଗତ ପକ୍ଷୀଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ରାତିରେ କୃତ୍ରିମ ଆଲୋକ ଯୋଗୁ କୀଟମାନଙ୍କ ଗତିବିଧି ହ୍ରାସ ପାଉଥିବାରୁ ଡାର୍କ ସ୍କାଏ ସେମାନଙ୍କ ପାଇଁ ଏକ ଜରୁରୀ ଆବଶ୍ୟକତା। ଏହି ଆବଶ୍ୟକତା ପୂରଣ ସକାଶେ ନ୍ୟୁଜିଲାଣ୍ଡ ଏକ ଡାର୍କ ସ୍କାଏ ନେଶନ ବା ଅନ୍ଧାର ଆକାଶ ରାଷ୍ଟ୍ର ହେବାକୁ ଲକ୍ଷ୍ୟ ରଖିଛି। ଏହି ଦ୍ୱୀପରାଷ୍ଟ୍ରର ଅଧିକାଂଶ ଅଞ୍ଚଳ ଆଲୋକ ପ୍ରଦୂଷଣ ଦ୍ୱାରା ପ୍ରଭାବିତ। କିନ୍ତୁ ସରକାର ଏହାକୁ ହ୍ରାସ କରି ଆକାଶର ମୌଳିକ ଦୃଶ୍ୟକୁ ବଜାୟ ରଖିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି।
୮୦ ଭାଗ ଅଞ୍ଚଳ ଆଲୋକ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହୋଇଥିବାରୁ ରାତିରେ ଆକାଶର ଶୋଭା ନଷ୍ଟ ହୋଇଥାଏ। ତେଣୁ ନ୍ୟୁଜିଲାଣ୍ଡ ପକ୍ଷେ ଡାର୍କ ସ୍କାଏ ନେଶନ ଲକ୍ଷ୍ୟ ହାସଲ କଠିନ ବ୍ୟାପାର। ବିଶ୍ୱର ଏକମାତ୍ର ଡାର୍କ ସ୍କାଏ ନେଶନ ରୂପେ ସ୍ବୀକୃତିପ୍ରାପ୍ତ ରାଷ୍ଟ୍ର ହେଉଛି ନିଉଏ, ଯାହାକି ପ୍ରଶାନ୍ତ ମହାସାଗରର ଦକ୍ଷିଣ ଭାଗରେ ଅବସ୍ଥିତ। ଉକ୍ତ ଦ୍ୱୀପରାଷ୍ଟ୍ରକୁ ଇଣ୍ଟରନ୍ୟାଶନାଲ ଡାର୍କ-ସ୍କାଏ ଆସୋସିଏଶନ୍‌ (ଆଇଡିଏସ୍‌ଏ) ପକ୍ଷରୁ ୨୦୨୦ରେ ଏହି ମାନ୍ୟତା ପ୍ରଦାନ କରାଯାଇଥିଲା। ବିଶ୍ୱରେ ବର୍ତ୍ତମାନ ୧୧୫ଟି ଡାର୍କ ସ୍କାଏ ପାର୍କ ଥିବାବେଳେ ଏଭଳି ୨୦ ରିଜର୍ଭ ଓ ୧୬ ଡାର୍କ ସ୍କାଏ ସାଙ୍କଚୁଆରି ରହିଛି। ନ୍ୟୁଜିଲାଣ୍ଡର ମାଓରି ଅଧିବାସୀମାନେ ଡାର୍କ ସ୍କାଏ ସଂରକ୍ଷଣର ପରିବେଶଗତ ଓ ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଉଦ୍ୟମ ଚଳାଇଛନ୍ତି। ଏହି ସମ୍ପ୍ରଦାୟର ଲୋକେ ଚାରା ରୋପଣ, ଫସଲ ଅମଳ, ମାଛ ଧରିବା ଓ ଶିକାର କରିବା ପାଇଁ ଚନ୍ଦ୍ର ପଞ୍ଜିକା ଦେଖି ସର୍ବୋତ୍ତମ ସମୟ ବାହାର କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri