Posted inUncategorized

ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିଯିବ କି ଟିମ୍‌ ଇଣ୍ଡିଆ! ଚମକାଉଛି ଏହି ରେକର୍ଡ…

ନୂଆଦିଲ୍ଲୀ,୬।୩: ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆର ଚମତ୍କାର ବିଜୟ ପରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ମୁକାବିଲା ପାଇଁ ଯୋଗ୍ୟତା ଅର୍ଜନ କରିଛି। ନ୍ୟୁଜିଲାଣ୍ଡର ବିଜୟ ଟିମ ଇଣ୍ଡିଆ ପାଇଁ ଖରାପ ଖବର ଏବଂ ଏହାର କାରଣ ହେଉଛି ବିଗତ ଦିନର ଇତିହାସ, ଯାହାକି ଭାରତୀୟ ପ୍ରଶଂସକଙ୍କ ଚିନ୍ତା ବଢ଼ାଇପାରେ।

ତେବେ ଟିମ ଇଣ୍ଡିଆ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରିଥିଲା। କିନ୍ତୁ ଏହି ଦଳ ସର୍ବଦା ଫାଇନାଲରେ ଭାରତୀୟ ଦଳକୁ ଅସୁବିଧାରେ ପକାଇଥାଏ। ଆସନ୍ତୁ ଆମେ ଆପଣଙ୍କୁ କହିବା କାହିଁକି ନ୍ୟୁଜିଲ୍ୟାଣ୍ଡ ଫାଇନାଲରେ ପହଞ୍ଚିବା ଟିମ ଇଣ୍ଡିଆ ପାଇଁ ଖରାପ ଖବର।

ଟିମ ଇଣ୍ଡିଆ ଏକ ଶକ୍ତିଶାଳୀ ଦଳ ଏବଂ ଏହା ଲଗାତାର ଚାରୋଟି ମ୍ୟାଚ୍‌ ଜିତି ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। କିନ୍ତୁ ନ୍ୟୁଜିଲ୍ୟାଣ୍ଡକୁ କମ ଆକଳନ କରିବା ଏକ ବଡ଼ ଭୁଲ ହେବ। ବିଶେଷକରି କାରଣ ICC ଟୁର୍ନାମେଣ୍ଟ ଫାଇନାଲରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ୧୦୦ ପ୍ରତିଶତ ବିଜୟ ରେକର୍ଡ ରହିଛି।

ICC ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମୁକାବିଲା ୧୫ ଅକ୍ଟୋବର ୨୦୦୦ରେ ହୋଇଥିଲା। ଏହା ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ଥିଲା। ମ୍ୟାଚ୍‌କୁ ଟିମ ଇଣ୍ଡିଆ ୪ ଉଇକେଟରେ ହାରିଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୬୪ ରନ କରିଥିଲା । ଜବାବରେ କିୱି ଦଳ ୨ ବଲ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିଥିଲା। ICC ଟୁର୍ନାମେଣ୍ଟର ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡର ପରବର୍ତ୍ତୀ ମୁକାବିଲା ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ହୋଇଥିଲା, ଯେଉଁଠାରେ ପୁଣି ଥରେ କିୱି ଦଳ ୮ ଉଇକେଟରେ ମ୍ୟାଚ ଜିତିଥିଲା। ତଥାପି, ଭାରତ ICC ODI ଟୁର୍ନାମେଣ୍ଟର ଦୁଇଟି ସେମିଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି।

ଯଦି ଆମେ ICCର ODI ଟୁର୍ନାମେଣ୍ଟ ବିଷୟରେ କଥା ହେବା, ତେବେ ଭାରତ ୮ଟି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୭ରେ ବିଜୟୀ ହୋଇଛି। ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶେଷ ୩ ICC ODI ଟୁର୍ନାମେଣ୍ଟ ମ୍ୟାଚ୍‌ ଜିତିଛି। ଗତ ମ୍ୟାଚ୍‌ ବିଷୟରେ କହିବାକୁ ଗଲେ, ଭାରତ ନ୍ୟୁଜିଲ୍ୟାଣ୍ଡକୁ ୪୪ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୨୪୯ ରନ କରିଥିଲା ଏବଂ ଜବାବରେ ନ୍ୟୁଜିଲାଣ୍ଡ ମାତ୍ର ୨୦୫ ରନରେ ଅଲଆଉଟ ହୋଇଯାଇଥିଲା। ବରୁଣ ଚକ୍ରବର୍ତ୍ତୀ ମାତ୍ର ୪୨ ରନ ଦେଇ ୫ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri