Posted inଖେଳ

ଆଜି ନ୍ୟୁଜିଲାଣ୍ଡ-ପାକିସ୍ତାନ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ

ବେଙ୍ଗାଲୁରୁ, ୪।୧୧:ଦିନିକିଆ କ୍ରିକେଟ ବିଶ୍ୱକପର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମ୍ୟାଚ ଶନିବାର ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚଟି ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। କାରଣ କ୍ରମାଗତ ୪ ବିଜୟ ପରେ ୩ ପରାଜୟ ବରଣ କରି ନ୍ୟୁଜିଲାଣ୍ଡ ଆଶା ଓ ଆଶଙ୍କାରେ ରହିଛି। କାରଣ ଆଉ ଗୋଟିଏ ମ୍ୟାଚ ହାରିଲେ ଦଳପାଇଁ ଟପ୍‌-୪ରେ ରହିବା କଷ୍ଟକର ହୋଇ ପଡ଼ିବ। ଅନ୍ୟପକ୍ଷରେ ପ୍ରତିଯୋଗିତାରେ ପାକିସ୍ତାନ ସ୍ଥିର ପ୍ରଦର୍ଶନ ଦେଇପାରି ନାହିଁ। ୭ ମ୍ୟାଚରୁ ଦଳ ମାତ୍ର ୩ ବିଜୟ ହାସଲ କରିପାରିଛି। ଆଗାମୀ ମ୍ୟାଚରେ ଯଦି ଦଳ ପରାଜିତ ହୁଏ ତେବେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିବା ସାର ହେବ। ତେଣୁ ଏହି ମ୍ୟାଚଟି ଉଭୟ ଦଳପାଇଁ ‘କର ଅବା ମର’ ସ୍ଥିତି ସୃଷ୍ଟି କରିଛି।

ଖେଳାଳି ଆହତ ସମସ୍ୟା ଏବଂ ମ୍ୟାଟ ହେନରିଙ୍କ ବିଦାୟ ଫଳରେ ନ୍ୟୁଜିଲାଣ୍ଡ ଦଳ ଦୁର୍ବଳ ହୋଇ ପଡ଼ିଛି। ୭ ମ୍ୟାଚରେ ଦଳର ପଏଣ୍ଟ ସଂଖ୍ୟା ମାତ୍ର ୮ ରହିଛି। ନ୍ୟୁଜିଲାଣ୍ଡର ୫ ଖେଳାଳି ଏବେ ଆହତ ତାଲିକାରେ ଅଛନ୍ତି। ୭ ମ୍ୟାଚରୁ ୧୧ ଉଇକେଟ ନେଇ ସାରିଥିବା ହେନରି ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ପାଇଁ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଓହରି ଯାଇଛନ୍ତି। ଫଳରେ ନ୍ୟୁଜିଲାଣ୍ଡ ମ୍ୟାନେଜମେଣ୍ଟ ବାଧ୍ୟ ହୋଇ ତାଙ୍କ ସ୍ତାନରେ ଫାଷ୍ଟ ବୋଲର କାଏଲ ଜେମିସନଙ୍କୁ ଦଳରେ ସାମିଲ କରିଛି।

ଜେମ୍ସ ନିଶାମ କଚଟିରେ ଆଘାତ ପାଇଥିବାବେଳେ କେନ୍‌ ଓ୍ବିଲିୟମସନ (ଆଙ୍ଗୁଳି) ଓ ମାର୍କ ଚାପ୍‌ମାନ ପେଣ୍ଡା ମାଂଶପେସୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଲୋକି ଫର୍ଗୁସନ ମଧ୍ୟ ଏହି ତାଲିକାରେ ରହିଛନ୍ତି। ଓ୍ବିଲିୟମସନ ଓ ନିଶାମ ଶୁକ୍ରବାର ନେଟ୍ସରେ ଦେଖିବାକୁ ମିଳିଥିଲେ। ଏହା ନ୍ୟୁଜିଲାଣ୍ଡ ପାଇଁ ଏକ ଭଲ ଖବର ବୋଲି ବିବେଚିତ ହେଉଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ନ୍ୟୁଜିଲାଣ୍ଡ ଇନିଂସ ୧୬୦ରେ ସୀମିତ ହୋଇ ଯାଇଥିଲା। ତେଣୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ରାଚିନ ରବୀନ୍ଦ୍ର, ଡେଭନ କନ୍‌ଓ୍ବେ, ଡାରିଲ ମିଚେଲ ଓ ଗ୍ଲେନ୍‌ ଫିଲିପ୍ସଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ। ଗତ ୨ଟି ମ୍ୟାଚରେ ନ୍ୟୁଜିଲାଣ୍ଡ ବୋଲରମାନଙ୍କ ଦିଗହରା ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ୩୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିଲେ। ଏହା ମଧ୍ୟ ଦଳପାଇଁ ଅନ୍ୟତମ ଚିନ୍ତାର କାରଣ ହୋଇଛି।

ପାକିସ୍ତାନର ଅବସ୍ଥା ଆହୁରି ଖରାପ। ଏହି ଦଳ ମାତ୍ର ୬ ପଏଣ୍ଟରେ ଥିବାରୁ ପରବର୍ତ୍ତୀ ୨ଟି ଯାକ ମ୍ୟାଚ ଅର୍ଥାତ୍‌ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ବିଜୟୀ ହୋଇ ପାରିଲେ ଯାଇ ସେମିଫାଇନାଲ ପାଇଁ ଆଶା ସଞ୍ଚାର କରିପାରିବ। ଏଥିପାଇଁ ଅଧିନାୟକ ବାବର ଆଜମ, ମହମ୍ମଦ ରିଜଓ୍ବାନ ଓ ଅବଦୁଲ ଶଫିକ୍‌ଙ୍କ ବ୍ୟାଟରୁ ବଡ଼ ସ୍କୋର ଆବଶ୍ୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri