Posted inଖେଳ

୮୪ ବଲ୍‌ରେ ଫାଇନାଲ୍‌ ଆଭିମୁଖ୍ୟ ବଦଳାଇଦେଲା ନ୍ୟୁଜିଲାଣ୍ଡ

ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ନ୍ୟୁଜିଲାଣ୍ଡ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ତୃତୀୟ ଦିନରେ ଦଳ ୮୪ ଟି ବଲରେ ୩୬ ରନ ଦେଇ ଟିମ ଇଣ୍ଡିଆର ୩ ଉଇକେଟ ନେଇ ମ୍ୟାଚକୁ ଫେରିଛି। ଦ୍ୱିତୀୟ ଦିନର ଖେଳ ଶେଷରେ ଟିମ ଇଣ୍ଡିଆର ସ୍କୋର ତିନି ଉଇକେଟ ହରାଇ ୧୪୬ ରନ ଥିଲା। ଦ୍ରୁତ ବୋଲର କେଏଲ ଜେମସନଙ୍କ ନେତୃତ୍ୱରେ କିୱି ବୋଲରମାନେ କେବଳ ଟିମ ଇଣ୍ଡିଆକୁ ଅସୁବିଧାରେ ପକାଇ ନାହାଁନ୍ତି, ବରଂ ସେମାନଙ୍କୁ ବ୍ୟାକଫୁଟରେ ମଧ୍ୟ ଠେଲି ଦେଇଛନ୍ତି।
ଟିମ ଇଣ୍ଡିଆ ଦିନର ୧୮ ତମ ବଲରେ ପ୍ରଥମ ଝଟକା ପାଇଥିଲା। କାଇଲ ଜେମସନ ବିରାଟ କୋହଲିଙ୍କୁ (୪୪) ଆଉଟ୍‌ କରିଥିଲେ। ତୃତୀୟ ଦିନରେ ବିରାଟ କୋହଲି ଗୋଟିଏ ରନ ସ୍କୋର ମଧ୍ୟ କରିପାରି ନ ଥିଲେ। ଏହା ପରେ ରିଷଭ ପନ୍ତ (୪) ମଧ୍ୟ ଏକ ବଡ଼ ଇନିଂସ ଖେଳିପାରି ନ ଥିଲେ। ତାଙ୍କୁ ଜେମସନ ମଧ୍ୟ ଆଉଟ୍‌ କରିଥିଲେ। ଅଜିଙ୍କେ ରାହାନେ (୪୯) ଭଲ ଖେଳୁଥବଲେ ମଧ୍ୟ ତାଙ୍କୁ ନିଲ ୱାଗନର୍‌ ଆଉଟ୍‌ କରିଥିଲେ। ଟିମ ଇଣ୍ଡିଆର ସ୍କୋର ୬ ଉଇକେଟରେ ୧୮୨ ରନ ହୋଇଥିଲା। ଅର୍ଥାତ୍‌ ୮୪ଟି ବଲରେ ୩୬ ରନ ପାଇଁ ଦଳ ତିନୋଟି ବଡ ଉଇକେଟ ହରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇଏସ୍‌ଏଲ୍‌: ଚେନ୍ନାଇନ୍‌କୁ ହରାଇଲା ଜାମଶେଦପୁର

ବାମ୍ବୋଲିମ,୧୧।୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଜାମଶେଦପୁର ଏଫ୍‌ସି ୧-୦ ଗୋଲରେ ଚେନ୍ନାଇନ୍‌ ଏଫ୍‌ସିକୁ ପରାସ୍ତ କରିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି...

ଏସିଆ ଏକାଦଶ ଟି୨୦: କାର୍ଯ୍ୟଭାର ମୂଲ୍ୟାଙ୍କନ ପରେ ଖେଳାଳିଙ୍କ ନାମ ସ୍ପଷ୍ଟ ହେବ

ଖ୍ରୀଷ୍ଟଚର୍ଚ୍ଚ,୨୯।୨(ପି.ଟି.)- ମାର୍ଚ୍ଚ ୨୧ ଓ ୨୨ ତାରିଖରେ ଢାକାରେ ଖେଳାଯିବାକୁ ଥିବା ବିଶ୍ୱ ଏକାଦଶ ବିପକ୍ଷ ଦୁଇ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ପାଇଁ ଏସିଆ ଏକାଦଶ...

ଜିମ୍‌ରୁ ଜାଭେଲିନ

ଟୋକିଓ,୭।୮: ଜିମ୍‌ ଛାଡି ଜାଭେଲିନ ଥ୍ରୋ ଆରମ୍ଭ କରିଥିବା ନୀରଜ ଚୋପ୍ରା ଦିନେ ଭାରତ ପାଇଁ ଆଥ୍‌ଲେଟିକ୍ସରେ ପ୍ରଥମ ଅଲିମ୍ପିକ୍ସ ପଦକ ହାସଲ କରିବେ ବୋଲି...

ଏହି ଖେଳାଳିଙ୍କ ଆଇପିଏଲ୍‌ ଖେଳିବା ସ୍ବପ୍ନ ଚୁର୍‌ମାର୍‌

ନୂଆଦିଲ୍ଲୀ,୧୨।୨: ସ୍ପଟ ଫିକ୍ସିଂ ଅଭିଯୋଗରୁ ମୁକ୍ତ ହେବା ପରେ କ୍ରିକେଟକୁ ଫେରିଥିବା ଏସ୍‌.ଶ୍ରୀସନ୍ତଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଆଇପିଏଲର ୧୪ତମ ସିଜନ ପାଇଁ କୌଣସି...

ବୋଲିଂ ବାଛିଲା ପଞ୍ଜାବ

ଚେନ୍ନାଇ,୨୩।୪: ଏଠାକାର ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ ନୁହେଁ। ଏହା ସତ୍ତ୍ୱେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କିଙ୍ଗ୍ସ ପଞ୍ଜାବ ଅଧିନାୟକ...

ଦକ୍ଷିଣ ଆଫ୍ରିକାକୁ ହରାଇଲା ପାକିସ୍ତାନ

ଲଣ୍ଡନ,୨୪।୬(ପି.ଟି.)- ଶେଷରେ ପାକିସ୍ତାନ ଜୋରଦାର୍‌ ପ୍ରତ୍ୟାବର୍ତ୍ତନ ସହ ବିଶ୍ୱକପ୍‌ର ୩୦ତମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରି ତା’ର ସେମିଫାଇନାଲର କ୍ଷୀଣ ଆଶାକୁ...

ନ୍ୟୁଜିଲାଣ୍ଡର ରୋମାଞ୍ଚକ ବିଜୟ

ମାଞ୍ଚେଷ୍ଟର, ୨୩ା୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅଧିତ୍ନାୟକ କେନ୍‌ ଓ୍ବିଲିୟମସନଙ୍କ କ୍ୟାରିୟର ଶ୍ରେଷ୍ଠ ୧୪୮ ରନ ସହାୟତାରେ ନ୍ୟୁଜିଲାଣ୍ଡ...

ପୁଣି ନ୍ୟୁଜିଲାଣ୍ଡକୁ ଲାଗିଲା ଝଟ୍‌କା

ଲଣ୍ଡନ,୧୦।୬: ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହୋଇଛି। ବାମ କହୁଣୀରେ ଆଘାତ ଲାଗିବାରୁ ନ୍ୟୁଜିଲାଣ୍ଡ ଅଧିନାୟକ...

Advertisement
Archives

Model This Week