Posted inଖେଳ

IND vs NZ: ରାଜକୋଟରେ ନ୍ୟୁଜିଲାଣ୍ଡ ରାଜ୍, ଭାରତଠୁ ବିଜୟ ଛଡ଼ାଇ ନେଲେ ୟଙ୍ଗ-ମିଚେଲ

ନୂଆଦିଲ୍ଲୀ,୧୪।୧: ରାଜକୋଟ ଗ୍ରାଉଣ୍ଡ ପୁଣିଥରେ ଟିମ୍ ଇଣ୍ଡିଆ ପାଇଁ ଦୁର୍ଭାଗ୍ୟଜନକ ସାବ୍ୟସ୍ତ ହେଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଟିମ୍ ଇଣ୍ଡିଆର ଏକ ବଡ଼ ପରାଜୟ ହୋଇଛି । ୨୮୪ ରନ୍ କରିଥିବା ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଠାରୁ ଏକପାଖିଆ ଭାବରେ ୭ ୱିକେଟରେ ପରାସ୍ତ ହେଲା। ଚମତ୍କାର ଶତକ ଖେଳିଥିବା ଡାରିଲ୍ ମିଚେଲ୍ ନ୍ୟୁଜିଲ୍ୟାଣ୍ଡର ବିଜୟ ଏବଂ ଭାରତର ପରାଜୟର ଏକ ପ୍ରମୁଖ କାରଣ । ତାଙ୍କ ବ୍ୟତୀତ ୱିଲ୍ ୟଙ୍ଗ୍ ମଧ୍ୟ ୮୭ ରନ୍ କରି ତାଙ୍କ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ଭାରତ ପାଇଁ କେଏଲ୍ ରାହୁଲ ଅପରାଜିତ ୧୧୨ ରନ୍ କରିଥିଲେ, କିନ୍ତୁ ତାଙ୍କର ଶତକ ବ୍ୟର୍ଥ ହୋଇଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।

୨୮୫ ରନର ଟାର୍ଗେଟ ପିଛା କରୁଥିବା ନ୍ୟୁଜିଲାଣ୍ଡର ଆରମ୍ଭ ମନ୍ଥର ଥିଲା। ଡେଭନ କନୱେ ଏବଂ ହେନରୀ ନିକୋଲ୍ସ କ୍ରିଜରେ ଫସି ରହିଥିଲେ । ତା’ପରେ ହର୍ଷିତ ରାଣା କନୱେକୁ ୧୬ ରନରେ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ହେନରୀ ନିକୋଲ୍ସ ମଧ୍ୟ ପ୍ରସିଦ୍ଧ କୃଷ୍ଣଙ୍କ ଶିକାର ହୋଇଥିଲେ । ମନେ ହେଉଥିଲା ଭାରତ ମ୍ୟାଚ୍ ନିୟନ୍ତ୍ରଣ କରିବ, କିନ୍ତୁ ତା’ପରେ ଡାରିଲ ମିଚେଲ ଉଭା ହେଲେ । ସେ ୱିଲ ୟଙ୍ଗଙ୍କ ସହ ମିଶି ୧୫୨ ବଲ୍ ରେ ୧୬୨ ରନ୍ ର ଭାଗୀଦାରୀ କରିଥିଲେ, ଯାହା ମ୍ୟାଚ୍ କୁ ଭାରତର ହାତରୁ ସମ୍ପୂର୍ଣ୍ଣ ଛଡ଼ାଇ ନେଇଥିଲା। ଡାରିଲ ମିଚେଲ ୯୬ ବଲରେ ତାଙ୍କର ଶତକ ହାସଲ କରିଥିଲେ । ସେ ଭାରତ ବିପକ୍ଷରେ ତାଙ୍କର ଶେଷ ଚାରିଟି ଦିନିକିଆ ଇନିଂସ ମଧ୍ୟରୁ ତିନୋଟିରେ ଶତକ ହାସଲ କରିଛନ୍ତି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ୪ ମାସ ନ ପୂରୁଣୁ ଘର ଛାଡ଼ିଲେ ଅମିର ଖାନ: ତୃତୀୟ ସ୍ତ୍ରୀଙ୍କ ସହ….

ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ମିର ଖାନ ପୁଣି ଚର୍ଚ୍ଚାରେ। ପ୍ରଥମ ଦୁଇଟି ବିବାହରେ ବିଚ୍ଛେଦ ପରେ ଅଭିନେତା ନିଜ ଜୀବନର ତୃତୀୟ ଅଧ୍ୟାୟ ଆରମ୍ଭ କରିଛନ୍ତି। ପ୍ରେମିକା…

ଏତିକି ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ସବ୍‌-ରେଜିଷ୍ଟ୍ରାର, ଚାକିରି ଜୀବନ ଆରମ୍ଭରୁ ଦୁର୍ନୀତି ପଙ୍କରେ…

ବାଲିଆପାଳ,୬ା୧୧: ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମହିଳା ଅଧିକାରୀଙ୍କୁ ପଡ଼ିଛି ଭାରି। ସାଧାରଣ ଲୋକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ…

ବଡ଼ ଟ୍ରେନ ଦୁର୍ଘଟଣା: ‘କର୍ମଭୂମି ଏକ୍ସପ୍ରେସ’ର ୪ ବଗିରେ ଭୟଙ୍କର ନିଆଁ, ଅନେକ ଯାତ୍ରୀ ଆହତ ହୋଇଥିବା ଆଶଙ୍କା

ଚଣ୍ଡିଗଡ଼,୬।୧୧: ପଞ୍ଜାବରେ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ପଞ୍ଜାବର ରାଜପୁରା ଠାରେ ‘କର୍ମଭୂମି ଏକ୍ସପ୍ରେସ’ରେ ନିଆଁ ଲାଗିଯାଇଥିଲା, ଯାହା ଟ୍ରେନର ଚାରୋଟି ବଗିକୁ ବ୍ୟାପି…

ଟିମ୍‌ଇଣ୍ଡିଆକୁ ମିଳିଗଲା ନୂଆ ସୁପରଷ୍ଟାର: ସେହ୍ବାଗ-ଦ୍ରାବିଡଙ୍କ ପୁଅ ଉପସ୍ଥିତି ସତ୍ତ୍ୱେ କଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ

ନୂଆଦିଲ୍ଲୀ,୬।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ଭାରତୀୟ ଯୁବ ବୋଲର ଇଶାନ ସୁଦଙ୍କଚମତ୍କାର ପ୍ରଦର୍ଶନ। ଭାରତ ଅଣ୍ଡର-୧୯ ଓ ନେପାଳ ଅଣ୍ଡର-୧୯ ମଧ୍ୟରେ ଆଲ ଆମିରାତ୍ରେ ଖେଳାଯାଉଥିବା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଦୀପକ

ବଞ୍ଚୋ,୬ା୧୧(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଗୌରବ ଆଣିଛନ୍ତି ଯୁବ ଶିକ୍ଷାବିତ୍‌ ଦୀପକ କୁଅଁର। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍କୃଷ୍ଟ ପ୍ରଦର୍ଶନ…

ଓଜନ କମାଇବାକୁ ଚାହୁଁଛନ୍ତି କି? ଡାଏଟ୍‌ରେ ସାମିଲ୍ କରନ୍ତୁ ପ୍ରୋଟିନ୍‌, ଜାଣନ୍ତୁ କାହିଁକି ଜରୁରୀ

ଆଜିକାଲି ଓଜନ କମାଇବା ପାଇଁ ଅନେକ ଲୋକ ବ୍ୟାୟାମ ସହ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । କିଛି ଲୋକ ଓଜନ ହ୍ରାସ କରିବା…

କୋଟିଆକୁ ନେଇ ଆଇନ ମନ୍ତ୍ରୀଙ୍କ କଡ଼ା ବର୍ତ୍ତା, କହିଲେ ଆମେ ଚୁପ୍‌ହୋଇ…

ଭୁବନେଶ୍ୱର,୬।୧୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର କୋଟିଆକୁ ନେଇ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। କୋଟିଆକୁ ନେଇ ସରକାର ଆଉ ଚୁପ୍‌ ହୋଇ ବସିବେ ନାହିଁ…

Video: ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ; କୁନି ଝିଅ କଣ୍ଠରୁ ଶୁଣିଲେ ଭଜନ

ନୂଆଦିଲ୍ଲୀ,୬।୧୧: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ପରିବାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ସୂର୍ଯ୍ୟକୁମାରଙ୍କ ପତ୍ନୀ ଦେବିଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?