Posted inଜାତୀୟ

ଭାଜପାର‘ପେଡ୍‌ ନ୍ୟୁଜ୍‌’ ଉପରେ ପ୍ରତିକ୍ରିୟା ରଖିଲା ନ୍ୟୁୟର୍କ ଟାଇମ୍ସ

ନୂଆଦିଲ୍ଲୀ,୧୯ା୮: ଆମେରିକାର ପ୍ରତିଷ୍ଠିତ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ଅଗଷ୍ଟ ୧୮ ଗୁରୁବାର ସଂସ୍କରଣରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ନେଇ ଏକ ଆର୍ଟିକଲ ପ୍ରକାଶ ପାଇଛି। ପ୍ରଥମ ପୃଷ୍ଠାରେ ପ୍ରକାଶିତ ଉକ୍ତ ଷ୍ଟୋରିରେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ରୂପେ ତାଙ୍କ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଅବତାରଣା କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ଏନେଇ ସିସୋଡିଆଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ଦିଲ୍ଲୀ ଶିକ୍ଷା ମଡେଲ ସମ୍ପର୍କିତ ଉକ୍ତ ନିବନ୍ଧକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଅନ୍ୟପକ୍ଷେ ଭାଜପା ଏହାକୁ ଏକ ‘ପେଡ୍‌ ନ୍ୟୁଜ୍‌’ ଭାବେ ଅଭିହିତ କରି କେନ୍ଦ୍ରଶାସିତ ଅଞ୍ଚଳର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାରଙ୍କୁ ସମାଲୋଚନା କରିଛି। ଦିଲ୍ଲୀ ଭାଜପାର ପୂର୍ବତନ ଅଧ୍ୟକ୍ଷ ମନୋଜ ତିଓ୍ବାରୀ ନ୍ୟୁୟର୍କ ଟାଇମ୍ସର ଷ୍ଟୋରି ସହ ଖଲିଜ୍‌ ଟାଇମ୍ସରେ ପ୍ରକାଶିତ ସମାନ ରିପୋର୍ଟର ପେପର କଟିଂକୁ ଏକସଙ୍ଗେ ଟୁଇଟ୍‌ କରିଛନ୍ତି। ଜଣେ ବ୍ୟକ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଗୋଟିଏ ରିପୋର୍ଟ ଏକକାଳୀନ ଦୁଇଟି ବିଦେଶୀ ଗଣମାଧ୍ୟମରେ କିପରି ପ୍ରକାଶ ପାଇଲା ବୋଲି ମନୋଜ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଭାଜପାର ଏହି ପ୍ରଶ୍ନର ପ୍ରତିକ୍ରିୟା ରଖିଛି ନ୍ୟୁୟର୍କ ଟାଇମ୍ସ। ଖବରକାଗଜ ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଛି ଯେ, ଏହି ଆର୍ଟିକଲ ବିଜ୍ଞାପନ କିମ୍ବା ପେଡ୍‌ ନ୍ୟୁଜ୍‌ ନୁହେଁ, ବରଂ ଗ୍ରାଉଣ୍ଡ ରିପୋର୍ଟ ଉପରେ ଆଧାରିତ। ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିଥିବା ଉପରେ ଆମର ଏହି ରିପୋର୍ଟ ନିରପେକ୍ଷ ତଥା ଗ୍ରାଉଣ୍ଡ ରିପୋର୍ଟିଂ ଉପରେ ଆଧାରିତ ବୋଲି ନ୍ୟୁୟର୍କ ଟାଇମ୍ସ କହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?