Posted inଖେଳ

ନୂଆବର୍ଷ: ପ୍ରଶଂସକଙ୍କୁ କୋହଲି, ଅନୁଷ୍କାଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନୂଆବର୍ଷ ପାଇଁ ପ୍ରଶଂସକଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଛନ୍ତି। ଅନୁଷ୍କା ନିଜର ଓ କୋହଲିଙ୍କର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ନୂଆବର୍ଷ ସମସ୍ତଙ୍କ ପାଇଁ ଭଲ ପାଇବା, ସୁଖ, ସମୃଦ୍ଧି ଆଣିଦେଉ ବୋଲି ଅନୁଷ୍କା ଫଟୋ କ୍ୟାପ୍‌ଶନରେ ଉଲ୍ଲେଖ କରିଛନ୍ତି।
କୋଭିଡ୍‌-୧୯ ଟେଷ୍ଟରେ ନେଗେଟିଭ୍‌ ହୋଇଥିବା କେତେକ ବନ୍ଧୁଙ୍କ ସହ ଦୁହେଁ ସମୟ କାଟିଥିଲେ। କୋହଲି ମଧ୍ୟ ସୋସିଆଲ ମିଡିଆରେ ଏକ ଫଟୋ ଅପ୍‌ଲୋଡ କରିଥିଲେ। ଏଥିରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ସ୍ତ୍ରୀ ତଥା ସର୍ବୀୟ ଅଭିନେତ୍ରୀଙ୍କ ସମେତ ଆଉ କେତେଜଣ ବନ୍ଧୁ ଏକାଠି ଡିନର କରିବାରେ ଦେଖାଯାଇଥିଲା। ବନ୍ଧୁମାନଙ୍କ ସହ ଏକାଠି ସମୟ ବିତାଇଛୁ। ସୁରକ୍ଷିତ ପରିବେଶରେ ବନ୍ଧୁମାନଙ୍କ ସହ ଏକାଠି ହେବାଠାରୁ ବଡ଼ କଥା କିଛି ନାହିଁ ବୋଲି କୋହଲି ଫଟୋ କ୍ୟାପ୍‌ଶନରେ ଉଲ୍ଲେଖ କରିଛନ୍ତି। ନୂଆବର୍ଷ ସମସ୍ତଙ୍କ ପାଇଁ ବହୁତ ଖୁସି, ଆନନ୍ଦ, ଉତ୍ତମ ସ୍ବାସ୍ଥ୍ୟ ଆଣିଦେଉ। ସମସ୍ତେ ନିରାପଦ ରୁହନ୍ତୁ ବୋଲି କୋହଲି ଶୁଭେଚ୍ଛା ଜଣାଇବା ସହ ଫଟୋ କ୍ୟାପଶନ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିବିଜି – ରାମ ଜି ଯୋଜନାରେ ଜାଲିଆତି ଅଭିଯୋଗ: କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ବିଡିଓ, କହିଲେ…

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକରେ ସରକାରୀ ଯୋଜନାରେ ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଛି। ଭିବିଜି – ରାମ ଜି ଯୋଜନାରେ ବ୍ୟାପକ…

ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଗର୍ଭବତୀ କଲେ ୬୫ ବର୍ଷୀୟ ବୃଦ୍ଧ, ଥାନାରେ ପହଞ୍ଚି ସବୁ ସତ ବଖାଣିଲେ…

ମୋହନା,୨୦।୪( ମନ୍ମଥ ମିଶ୍ର ) : ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ କଲେ ଗର୍ଭବତୀ ୬୫ ବର୍ଷୀୟ ବୃଦ୍ଧ । ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି…

ହଷ୍ଟେଲ ରୁମ୍‌ ଭିତରୁ ମିଳିଲା ଯୁକ୍ତ ୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଫୁଲବାଣୀ,୨୦।୪(ରାକେଶ କୁମାର ରାଉତ): ଫୁଲବାଣୀ ନବୋଦୟ ବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲ ରୁମ୍‌ ଭିତରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ଗୋଛାପଡ଼ା…

ଚୋରାଚାଲାଣ ହେଉଥିଲା କମର୍ସିଆଲ ଗ୍ୟାସ, ଅଚାନକ ଚଢାଉ କଲା ଯୋଗାଣ ବିଭାଗ, ଜବତ ହେଲା ଏତେ…

ଭବାନୀପାଟଣା/ଜୁନାଗଡ଼,୨୦।୪(ଉତ୍ତମ ଦାଶ/ସୁନୀଲ କୁମାର ସିଂ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ଦେଇ ରାୟପୁରକୁ ଚୋରାଚାଲାଣ ହେଉଥିବା ଏକ ବ୍ୟବସାୟିକ (କମର୍ସିଆଲ) ଗ୍ୟାସ ବୋଝେଇ ପିକ୍‌ଅପ୍‌ ଉପରେ ସୋମବାର…

ରାତିରେ ଘରେ ପଶି କରିଥିଲେ ଚୋରି: ନାବାଳକଙ୍କ ସହ ଜଣେ ଅଟକ

ଆନନ୍ଦପୁର/ହାଟଡିହୀ,୨୦l୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ସୋସୋ ଥାନା ଜମ୍ଭୀରା ଗ୍ରାମରେ ଗତ ଶନିବାର ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରିବା ଅଭିଯୋଗରେ ପୋଲିସ…

ମୋଦିଙ୍କ ଗସ୍ତ ପୂର୍ବରୁ ଅଘଟଣ: କାର୍ଯ୍ୟକ୍ରମ ବାତିଲ ଘୋଷଣା

ଜୟପୁର,୨୦।୪: ରାଜସ୍ଥାନର ବାଲୋତ୍ରା ଜିଲାର ପାଚପଦରା ରିଫାଇନାରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରିଫାଇନାରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ…

ସ୍ତ୍ରୀ-ପୁଅଙ୍କ ସହ କାର୍‌ରେ ଯାଉଥିଲେ, ସାମ୍ନାରୁ ବସ୍‌ ସହ ହେଲା ଧକ୍କା, ଘଟଣାସ୍ଥଳରେ…

ଆନନ୍ଦପୁର ୨୦।୪(ସୁଶାନ୍ତ କୁମାର ସାହୁ ): ବସ୍‌ କାର୍‌ ମୁହାଁମୁହିଁ ଧକ୍କା। ଜଣେ ମୃତ ତିନି ଗୁରୁତର। ଆନନ୍ଦପୁର କରଞ୍ଜିଆ ୫୩ ନମ୍ବର ରାସ୍ତାର ଗୋ ଘାଟି…

ଜନଗଣନା ସର୍ଭେ କରିବାକୁ ଯାଇଥିଲେ ଶିକ୍ଷକ, ଘେରିଗଲେ ମହୁମାଛି: ଆଉ ତା’ପରେ…

ନୂଆପଡ଼ା,୨୦ା୪ (ମକାରୁ ବେମାଲ):ଜନଗଣନା ସର୍ଭେ କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତ ଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri