ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା ପୁଣି କମିଲା…

ନୂଆଦିଲ୍ଲୀ,୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଲଗାତାର ୫ ଦିନ ଧରି ୨ ଲକ୍ଷରୁ କମ୍‌ ରହିଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ସୋମବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୨ ହଜାର ୭୩୪ ଥିବାବେଳେ କରୋନା ମୃତକଙ୍କ ସଂଖ୍ୟା ୩,୧୨୮ ଥିଲା। ମଙ୍ଗଳବାର ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ପୁଣି କମିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୧୦ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨,୭୯୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୨ ଲକ୍ଷ ୫୫ ହଜାର ୨୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୮ ଲକ୍ଷ ୯୫ ହଜାର ୫୨୦ଜଣ ଚିକିତ୍ସିତ ହେଉଛନ୍ତି। ଅଧିକ ସଂଖ୍ୟକ ଆକାନ୍ତଙ୍କ ମୃତ୍ୟୁ ଘଟୁ ଥିବାରୁ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଛି। ଶ୍ମଶାନରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ବର୍ତ୍ତମାନ ସୁଦ୍ଧା ୨୧ କୋଟି ୬୦ ଲକ୍ଷ ୪୬ ହଜାର ୬୩୮ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୪ କୋଟି ୬୭ ଲକ୍ଷ ୯୨ ହଜାର ୨୫୭ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri