ନୂଆ ଟ୍ରେଣ୍ଡ: ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌

ଶଙ୍ଖା, ସିନ୍ଦୂର ଭଳି ମଙ୍ଗଳସୂତ୍ରକୁ ମଧ୍ୟ ବିବାହିତା ନାରୀର ଗୋଟିଏ ଲକ୍ଷଣ ଭାବେ ବିବେଚନା କରାଯାଇଥାଏ। କଳାମାଳିରେ ଗୁନ୍ଥା ଏହି ମଙ୍ଗଳସୂତ୍ରଟି ବିବାହିତାଙ୍କ ପାଇଁ ସବୁଠୁ ଖାସ୍‌ ଆଉ ପବିତ୍ର ହୋଇଥାଏ। ଏହାକୁ ମୁଖ୍ୟତଃ ବେକରେ ପିନ୍ଧିବାର ବିଧି ଥିଲା, କିନ୍ତୁ ଏବେର ଏହି ଫ୍ୟାଶନେବଲ୍‌ ଦୁନିଆରେ ମହିଳାମାନେ ସିମ୍ପଲ୍‌ ଡିଜାଇନ୍‌ ମଙ୍ଗଳସୂତ୍ର ପରିବର୍ତ୍ତେ ନୂଆ ନୂଆ ଷ୍ଟାଇଲିଶ୍‌ ଡିଜାଇନ୍‌ର ମଙ୍ଗଳସୂତ୍ର ପିନ୍ଧିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ସେହି ଦୃଷ୍ଟିରୁ ଦେଖିଲେ ବର୍ତ୍ତମାନ ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌ ଏକ ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି। ଶୁଣିବାକୁ ମିଳୁଛି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା କୁଆଡ଼େ ପ୍ରଥମେ ଏହି ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌ ପିନ୍ଧିଥିବାର ନଜରକୁ ଆସିଥିଲେ। ବାସ୍‌ ତା’ପରଠୁ ଏହି ଟ୍ରେଣ୍ଡର ଧୀରେ ଧୀରେ ପ୍ରଚଳନ ହେବାକୁ ଲାଗିଥିଲା…

ଅକ୍ଷରବାଲା ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌: ନିଜ ଜୀବନସାଥୀଙ୍କ ନାମର ପ୍ରଥମ ଅକ୍ଷରକୁ ନେଇ ଡିଜାଇନ୍‌ ହୋଇଥିବା ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌ ବି ପିନ୍ଧିବାକୁ ବେଶ୍‌ ଟ୍ରେଣ୍ଡି ଲାଗିଥାଏ। ଏହାକୁ ଆପଣ ଶାଢ଼ି ହେଉ କିମ୍ବା ଅନ୍ୟ ଯେ କୌଣସି ଆଉଟ୍‌ଫିଟ୍‌ ସହ ମଧ୍ୟ ଆରାମରେ କ୍ୟାରି କରିପାରିବେ।

ହାର୍ଟ ସେପ୍‌ ଡିଜାଇନ୍‌: ଆଜିକାଲି ଦେଖିବାକୁ ମିଳୁଛି ବାହାଘର ପରେ ନବ ବିବାହିତାମାନେ ଆଉ ବେଶିଦିନ ପର୍ଯ୍ୟନ୍ତ ବେକରେ ମଙ୍ଗଳସୂତ୍ର ପିନ୍ଧିବାକୁ ପସନ୍ଦ କରୁନାହାନ୍ତି। ସେମାନେ ଚାହିଁଲେ ହାର୍ଟ ସେପ୍‌ର ପେଣ୍ଡେଣ୍ଟ ଲାଗିଥିବା ବ୍ରେସ୍‌ଲେଟ୍‌ ଡିଜାଇନ୍‌ର ମଙ୍ଗଳସୂତ୍ରକୁ ବି ଟ୍ରାଏ କରି ଡିଫରେଣ୍ଟ ଲୁକ୍‌ ପାଇପାରିବେ।
ଲେୟାର୍‌ ଡିଜାଇନ୍‌: ମାର୍କେଟ୍‌ରେ ଏବେ ସିଙ୍ଗିଲ୍‌ ହେଉ ଅବା ଡବଲ୍‌ ଅଥବା ମଲ୍ଟି ଲେୟାର୍‌ ଡିଜାଇନ୍‌ର ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌ ବି ମିଳିଲାଣି। ମହିଳାମାନେ ନିଜ ପସନ୍ଦ ମୁତାବକ ଯେ କୌଣସି ଡିଜାଇନ୍‌ର ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌ ପିନ୍ଧି ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ।

ପିନ୍ଧିବାକୁ କମ୍ଫଟେବଲ୍‌: ଏହି ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌କୁ ମହିଳାମାନେ ଯେ କୌଣସି ଆଉଟ୍‌ଫିଟ୍‌ ଏବଂ ଯେ କୌଣସି ଅକେଜନ୍‌ରେ ଆରାମରେ ପିନ୍ଧିପାରିବେ। କାରଣ ଏହା ପିନ୍ଧିବାକୁ ଯେମିତି କମ୍ଫଟେବଲ୍‌ ହୋଇଥାଏ ଦେଖିବାକୁ ବି ସେମିତି ଟ୍ରେଣ୍ଡି ଲାଗିଥାଏ।

ଅଭିନେତ୍ରୀଙ୍କ ପସନ୍ଦ: କେବଳ ଶିଳ୍ପା ଶେଟ୍ଟୀ ନୁହନ୍ତି, ଅଭିନେତ୍ରୀ ସୋନମ କପୁର ଓ ବିପାଶା ବସୁଙ୍କୁ ବି ଅନେକ ସମୟରେ ଏହି ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌ ପିନ୍ଧିଥିବାର ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ଅକ୍ଟୋବର ୯ରେ ନକ୍ଷତ୍ର ବଦଳାଇବେ ଶନିଦେବ: ଚମକିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଓ କର୍ମର କାରକ ଗ୍ରହ ଭାବେ ମାନ୍ୟତା ଦିଆଯାଇଛି। କୁହାଯାଏ, ଶନିଦେବ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି।…

Chanakya Niti: କେମିତି ନିବିଡ଼ ହେବ ସମ୍ପର୍କ, ଏହାକୁ ବଜାୟ ରଖିବାର ସହଜ କଳା…

ଭାରତୀୟ ସଂସ୍କୃତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି। ଚାଣକ୍ୟ କେବଳ ରାଜନୀତି କିମ୍ବା କୂଟନୀତି ନୁହନ୍ତି, ବରଂ ମାନବୀୟ ସମ୍ପର୍କକୁ କିପରି ସୁନ୍ଦର ଓ…

ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

ଥାଲାସିମିଆ ହେଉଛି ଏକ ବଂଶଗତ ରୋଗ । ଏହି ରୋଗରେ ଶରୀରରେ ସଠିକ୍ ପରିମାଣରେ ହିମୋଗ୍ଲୋବିନ୍ ଏବଂ ସୁସ୍ଥ ଲୋହିତ ରକ୍ତ କଣିକା ତିଆରି ହୋଇପାରେ ନାହିଁ।…

ଟାଇପ ୧ ଡାଇବେଟିସ କ’ଣ? ଏହା ପଛରେ କ’ଣ ରହିଛି କାରଣ ଜାଣନ୍ତୁ…

ନୀରବ ଘାତକ ଭାବରେ ଗଣନା କରାଯାଉଥିବା ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ହେଉଛି ଡାଇବେଟିସ୍‌ ବା ମଧୁମେହ। ଏହା ପଛରେ ଅନେକ କାରଣ ରହିଛି। ତେବେ ଟାଇପ…

ସୃଷ୍ଟି ହେବ ବିରଳ ତ୍ରିଗ୍ରହୀ ଯୋଗ; ବଦଳିଯିବ ୩ ରାଶିର ଭାଗ୍ୟ, ପ୍ରଚୁର ଧନ ଲାଭ

ଅକ୍ଟୋବର ମାସରେ ତୁଳା ରାଶିରେ ସୂର୍ଯ୍ୟ, ବୁଧ ଓ ଶୁକ୍ରଙ୍କ ଯୁତି ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତିନି ଗ୍ରହ ଗୋଟିଏ ରାଶିରେ ରହିବା…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?