ନୂଆ ଟ୍ରେଣ୍ଡ: ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌

ଶଙ୍ଖା, ସିନ୍ଦୂର ଭଳି ମଙ୍ଗଳସୂତ୍ରକୁ ମଧ୍ୟ ବିବାହିତା ନାରୀର ଗୋଟିଏ ଲକ୍ଷଣ ଭାବେ ବିବେଚନା କରାଯାଇଥାଏ। କଳାମାଳିରେ ଗୁନ୍ଥା ଏହି ମଙ୍ଗଳସୂତ୍ରଟି ବିବାହିତାଙ୍କ ପାଇଁ ସବୁଠୁ ଖାସ୍‌ ଆଉ ପବିତ୍ର ହୋଇଥାଏ। ଏହାକୁ ମୁଖ୍ୟତଃ ବେକରେ ପିନ୍ଧିବାର ବିଧି ଥିଲା, କିନ୍ତୁ ଏବେର ଏହି ଫ୍ୟାଶନେବଲ୍‌ ଦୁନିଆରେ ମହିଳାମାନେ ସିମ୍ପଲ୍‌ ଡିଜାଇନ୍‌ ମଙ୍ଗଳସୂତ୍ର ପରିବର୍ତ୍ତେ ନୂଆ ନୂଆ ଷ୍ଟାଇଲିଶ୍‌ ଡିଜାଇନ୍‌ର ମଙ୍ଗଳସୂତ୍ର ପିନ୍ଧିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ସେହି ଦୃଷ୍ଟିରୁ ଦେଖିଲେ ବର୍ତ୍ତମାନ ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌ ଏକ ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି। ଶୁଣିବାକୁ ମିଳୁଛି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା କୁଆଡ଼େ ପ୍ରଥମେ ଏହି ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌ ପିନ୍ଧିଥିବାର ନଜରକୁ ଆସିଥିଲେ। ବାସ୍‌ ତା’ପରଠୁ ଏହି ଟ୍ରେଣ୍ଡର ଧୀରେ ଧୀରେ ପ୍ରଚଳନ ହେବାକୁ ଲାଗିଥିଲା…

ଅକ୍ଷରବାଲା ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌: ନିଜ ଜୀବନସାଥୀଙ୍କ ନାମର ପ୍ରଥମ ଅକ୍ଷରକୁ ନେଇ ଡିଜାଇନ୍‌ ହୋଇଥିବା ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌ ବି ପିନ୍ଧିବାକୁ ବେଶ୍‌ ଟ୍ରେଣ୍ଡି ଲାଗିଥାଏ। ଏହାକୁ ଆପଣ ଶାଢ଼ି ହେଉ କିମ୍ବା ଅନ୍ୟ ଯେ କୌଣସି ଆଉଟ୍‌ଫିଟ୍‌ ସହ ମଧ୍ୟ ଆରାମରେ କ୍ୟାରି କରିପାରିବେ।

ହାର୍ଟ ସେପ୍‌ ଡିଜାଇନ୍‌: ଆଜିକାଲି ଦେଖିବାକୁ ମିଳୁଛି ବାହାଘର ପରେ ନବ ବିବାହିତାମାନେ ଆଉ ବେଶିଦିନ ପର୍ଯ୍ୟନ୍ତ ବେକରେ ମଙ୍ଗଳସୂତ୍ର ପିନ୍ଧିବାକୁ ପସନ୍ଦ କରୁନାହାନ୍ତି। ସେମାନେ ଚାହିଁଲେ ହାର୍ଟ ସେପ୍‌ର ପେଣ୍ଡେଣ୍ଟ ଲାଗିଥିବା ବ୍ରେସ୍‌ଲେଟ୍‌ ଡିଜାଇନ୍‌ର ମଙ୍ଗଳସୂତ୍ରକୁ ବି ଟ୍ରାଏ କରି ଡିଫରେଣ୍ଟ ଲୁକ୍‌ ପାଇପାରିବେ।
ଲେୟାର୍‌ ଡିଜାଇନ୍‌: ମାର୍କେଟ୍‌ରେ ଏବେ ସିଙ୍ଗିଲ୍‌ ହେଉ ଅବା ଡବଲ୍‌ ଅଥବା ମଲ୍ଟି ଲେୟାର୍‌ ଡିଜାଇନ୍‌ର ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌ ବି ମିଳିଲାଣି। ମହିଳାମାନେ ନିଜ ପସନ୍ଦ ମୁତାବକ ଯେ କୌଣସି ଡିଜାଇନ୍‌ର ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌ ପିନ୍ଧି ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ।

ପିନ୍ଧିବାକୁ କମ୍ଫଟେବଲ୍‌: ଏହି ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌କୁ ମହିଳାମାନେ ଯେ କୌଣସି ଆଉଟ୍‌ଫିଟ୍‌ ଏବଂ ଯେ କୌଣସି ଅକେଜନ୍‌ରେ ଆରାମରେ ପିନ୍ଧିପାରିବେ। କାରଣ ଏହା ପିନ୍ଧିବାକୁ ଯେମିତି କମ୍ଫଟେବଲ୍‌ ହୋଇଥାଏ ଦେଖିବାକୁ ବି ସେମିତି ଟ୍ରେଣ୍ଡି ଲାଗିଥାଏ।

ଅଭିନେତ୍ରୀଙ୍କ ପସନ୍ଦ: କେବଳ ଶିଳ୍ପା ଶେଟ୍ଟୀ ନୁହନ୍ତି, ଅଭିନେତ୍ରୀ ସୋନମ କପୁର ଓ ବିପାଶା ବସୁଙ୍କୁ ବି ଅନେକ ସମୟରେ ଏହି ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌ ପିନ୍ଧିଥିବାର ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri