Posted inଫୁରସତ

ପ୍ରଥମ ରୋଜଗାର ଟଙ୍କା ଘରେ ଦେଇଥିଲି: ସଂଗ୍ରାମ କେଶରୀ ସାମନ୍ତରାୟ

ଖୋର୍ଦ୍ଧା ଜିଲାର ଖୋର୍ଦ୍ଧା ବ୍ଲକ୍‌ ଅନ୍ତର୍ଗତ ଓରବରସିଂହ ଗ୍ରାମପଞ୍ଚାୟତ ଅଧୀନ ରାୟପୁର ଗାଁରେ ମୋ ଜନ୍ମ। ଶିକ୍ଷାଗତ ଯୋଗ୍ୟତା ଇତିହାସରେ ଏମ୍‌.ଏ.। ଅବଶ୍ୟ ପାଠପଢ଼ା ସରିବା ପରେ ବେଶ୍‌ କିଛିଦିନ ଗାଁରେ ରହି ଜେଜେବାପା, ଦାଦାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିଥିଲି। ତା’ସହିତ କୁଟା, ପାଳ ଓ ନଡ଼ା ସାହାଯ୍ୟରେ ସୁନ୍ଦର ସୁନ୍ଦର ଗ୍ରୀଟିଙ୍ଗ୍ସ କାର୍ଡ ତିଆରି କରିବାର ଅଭ୍ୟାସ ଥିବାରୁ ତାକୁ ନେଇ ସେ ସମୟରେ ଏକ ବ୍ୟବସାୟ ବି କରିଥିଲି। ସେଥିରୁ ମୋର ପ୍ରାୟ ୫୬ ହଜାର ଟଙ୍କା ଲାଭ ହୋଇଥିଲା; ଯାହାକୁ ଘରେ ଦେଇଥିଲି। ଚାହିଁଥିଲେ ଏହି ବ୍ୟବସାୟକୁ ଆହୁରି ବ୍ୟାପକ କରି ସେଥିରେ କ୍ୟାରିୟର୍‌ କରିପାରିଥାନ୍ତି, ହେଲେ ମୋର ଲକ୍ଷ୍ୟ ଥିଲା ଭିନ୍ନ। ଅସହାୟଙ୍କୁ ସହାୟତା କରିବା, ବିଭିନ୍ନ ପ୍ରକାର ସମାଜମଙ୍ଗଳ କାର୍ଯ୍ୟ ଯେମିତିକି ଗଛ ଲଗାଇବା, ଗାଁ ରାସ୍ତାଘାଟ ଓ ପୋଖରୀ ସଫା କରିବା ଇତ୍ୟାଦି ପ୍ରତି ମୋର ପିଲାଟି ଦିନରୁ ରୁଚି ରହିଆସିଥିଲା। ତେଣୁ ସେହି ଦିଗରେ କିଛି କରିବାକୁ ଚିନ୍ତା କରି ୨୦୦୦ ମସିହାରେ ‘ଅଭିଯାନ’ ନାମରେ ମୁଁ ଏକ ସାମାଜିକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମୀଣ ଜୀବନ ଶୈଳୀର ବିକାଶ। ପାଖାପାଖି ୪ ବର୍ଷ ଏହି ଅନୁଷ୍ଠାନ ଚଲାଇ ଗାଁରେ ବହୁ ଉନ୍ନତିମୂଳକ କାମ କରିବା ପରେ ୨୦୦୪ରେ ବିଶିଷ୍ଟ ସାମାଜିକ କର୍ମୀ ଡ.ଏସ୍‌.ଏନ୍‌.ସୁବାରାଓ (ଭାଇ ଜି) (ଜାତୀୟ ଯୁବ ପ୍ରକଳ୍ପର ନିର୍ଦ୍ଦେଶକ)ଓ ରାଜଗୋପାଳ ପି.ଭି. (ଏକତା ପରିଷଦର ସଂସ୍ଥାପକ)ଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଥିଲି। ସେମାନଙ୍କ ସହ ଭେଟ ହେବାପରେ ମୋ ଭିତରେ ଏକ ବିରାଟ ପରିବର୍ତ୍ତନ ଆସିଥିଲା, ଆଉ ମୁଁ ବିଭିନ୍ନ ରାଜ୍ୟକୁ ଯାଇ ଗାନ୍ଧୀ ବିଚାରଧାରା ଉପରେ ତାଲିମ ନେଇଥିଲି। ପରେ ପରେ ଏକତା ପରିଷଦ (ଭୂମି ଅଧିକାର ଅଭିଯାନ ପାଇଁ ସାରା ଦେଶ ଓ ସାରା ବିଶ୍ୱରେ କାମ କରୁଥିବା ଏକ ଗଣ ସଂଗଠନ)ର ପଞ୍ଚାୟତ କାର୍ଯ୍ୟକର୍ତ୍ତା ଭାବେ ଖୋର୍ଦ୍ଧାରେ ୨୦୦୬ ମାର୍ଚ୍ଚରେ ଯୋଗ ଦେଇଥିଲି।

ସେତେବେଳେ ଏହି ସଂଗଠନ ତରଫରୁ ମାସକୁ ୧୮୦୦ ଟଙ୍କା ଦରମା ମିଳୁଥିଲା। ସେହି ବର୍ଷ ଶେଷ ବେଳକୁ ଷ୍ଟେଟ୍‌ ୟୁଥ୍‌ କୋ-ଅର୍ଡିନେଟର୍‌ ଭାବେ ଉକ୍ତ ସଂଗଠନ ତରଫରୁ ମୋତେ ନୂଆ ଦାୟିତ୍ୱ ଦିଆଗଲା। ତା’ପରେ ୨୦୦୮ରୁ ୨୦୧୬ ଯାଏ ମୁଁ ନ୍ୟାଶନାଲ୍‌ ୟୁଥ୍‌ କୋ-ଅର୍ଡିନେଟର୍‌ ଭାବେ ଦାୟିତ୍ୱ ସମ୍ଭାଳିଥିଲି। ଅବଶ୍ୟ ତା’ରି ଭିତରେ ମୁଁ ସେମାନଙ୍କଠାରୁ ଅନୁମତି ନେଇ ଓଡ଼ିଶାରେ ‘ରାଷ୍ଟ୍ରୀୟ ଶାନ୍ତି ଅଭିଯାନ’(ଓଡ଼ିଶାରେ ଶାନ୍ତି, ନ୍ୟାୟ ପ୍ରତିଷ୍ଠା କରିବା ଥିଲା ଯାହାର ମୁଖ୍ୟ ଲକ୍ଷ୍ୟ) ନାମରେ ଏକ କ୍ୟାମ୍ପେନ୍‌ ଆରମ୍ଭ କରିଥିଲି। ଏହି ଅଭିଯାନର ମୁଁ ଥିଲି ରାଜ୍ୟ ଆବାହକ ଆଉ ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରାୟ ୨୬୪ଟି ସହଯୋଗୀ ଅନୁଷ୍ଠାନ ଏଥିରେ ଯୋଡ଼ି ହୋଇଥିଲେ। ଉକ୍ତ ଅଭିଯାନର ଗୋଟିଏ ସ୍ଲୋଗାନ ବି ଥିଲା: ‘ଆମେ ଶାନ୍ତି ଚାହୁଁ, ସମସ୍ତେ ଚାହିଁଲେଣି, ଯଦି ଆପଣ ଚାହାନ୍ତି ଆସନ୍ତୁ ମିଳିମିଶି ଓଡ଼ିଶା ପାଇଁ କାମ କରିବା।’ ତେବେ ଏହି କ୍ୟାମ୍ପେନ୍‌କୁ ୨୦୧୮ ପର୍ଯ୍ୟନ୍ତ ମୁଁ ଓଡ଼ିଶାରେ ଚଲାଇଥିଲି। ତା’ପରେ ଏହାର ସମସ୍ତ ଦାୟିତ୍ୱ ମୋର କେତେଜଣ ତାଲିମପ୍ରାପ୍ତ ବନ୍ଧୁଙ୍କ ହସ୍ତରେ ଦେଇ ମୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ କେମିତି ସୁରୁଖୁରୁରେ ରକ୍ତଦାନ ଶିବିର ଆୟୋଜନ ହୋଇପାରିବ ସେ କଥା ବୁଝି ଚାଲିଲି। ଏଥିସହିତ ଯେହେତୁ ଆମ ପଞ୍ଚାୟତ ହେଉଛି ଏକ ବନ୍ୟାଞ୍ଚଳ,ତେଣୁ ପ୍ରତିବର୍ଷ ଏଠାରେ ବନ୍ୟା ହୋଇଥାଏ। ଲୋକମାନଙ୍କର ଘରବାଡ଼ି ସହ ଗାଈଙ୍କର ଗୁହାଳ ବି ଭାଙ୍ଗିଯାଏ। ସେତେବେଳେ ସେମାନେ ବହୁ କଷ୍ଟ ଭୋଗିଥାନ୍ତି। ତେଣୁ ଆମେ କେତେଜଣ ବନ୍ଧୁ ମିଶି ଆଲୋଚନା କଲୁ, ଏହି ଅସହାୟ ଗାଈଗୁଡ଼ିକୁ କିପରି ସୁରକ୍ଷା ଦେବା ସହ ପେଟଭରି ମୁଠେ ଖାଇବାକୁ ଦେଇପାରିବୁ।

ସେଥିପାଇଁ ଆମେ ୨୦୨୦ ସେପ୍ଟେମ୍ବର ୫ରୁ ‘ଅସ୍ଥାୟୀ ଗୋଶାଳା କେନ୍ଦ୍ର’ ନାମରେ ଏକ ଅଭିଯାନ ଆରମ୍ଭ କଲୁ। ଧୀରେ ଧୀରେ ଏହି ଅଭିଯାନକୁ ଲୋକମାନେ ପସନ୍ଦ କଲେ ଆଉ ଏହାକୁ ନିରନ୍ତର ଚଲେଇବା ପାଇଁ ସେମାନେ ପ୍ରେରଣା ଦେବାରୁ ପରବର୍ତ୍ତୀ ସମୟରେ ଏହାର ନାମକୁ ବଦଳାଇ ‘ମହାତ୍ମା ଗାନ୍ଧୀ ଗୋଶାଳା କେନ୍ଦ୍ର’ ରଖିଲୁ। ଗାଈମାନଙ୍କର ଭଲମନ୍ଦ ବୁଝିବା, ସେମାନଙ୍କୁ ପେଟଭରି ଖାଇବାକୁ ଦେବା ଏପରିକି ଗରିବ ଲୋକଟିଏ ଅଭାବ ଯୋଗୁ ଘରେ ରଖିଥବା ଗାଈଙ୍କର ଭଲରେ ଯତ୍ନ ନ ନେଇପାରିଲେ ସେମାନଙ୍କୁ ସାହାଯ୍ୟ କରିବା ତଥା ଗୋରୁ ଚାଲାଣକୁ ରୋକିବା ହେଉଛି ଏହି ଗୋଶାଳା କେନ୍ଦ୍ରର ମୁଖ୍ୟ ଲକ୍ଷ୍ୟ; ଯାହାର ସଂଯୋଜକ ଭାବେ ଏବେ ମୁଁ ଦାୟିତ୍ୱ ତୁଲାଉଅଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri