ଆମ ପାଇଁ ନୂଆ

Dillip Cherian

ଜଣେ କୂଟନୀତିଜ୍ଞଙ୍କୁ ସମସ୍ତେ ଭଲ ପାଆନ୍ତି। ଗତ ମାସରେ ଇଣ୍ଟର୍ନ ବା ପ୍ରଶିକ୍ଷଣାର୍ଥୀମାନଙ୍କୁ ଆମନ୍ତ୍ରଣ କରିବାକୁ ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ତା’ ନୀତିର ସଂଶୋଧନ କରି ନୂଆ ରୂପ ଦେବା ପରେ ଇଣ୍ଟର୍ନମାନଙ୍କ ପାଇଁ ଦ୍ୱାରା ଖୋଲିଦେଇଥିଲା। ଏଥିପାଇଁ ଦେଶର ସବୁଆଡୁ ଆବେଦନର ସୁଅ ଛୁଟିଲା। ନୂଆ ନୀତି ଅନୁଯାୟୀ, ଏମ୍‌ଇଏ ପ୍ରତ୍ୟେକ ବର୍ଷ ଦୁଇଟି ବ୍ୟାଚ୍‌ରେ ୬୦ ଜଣ ପ୍ରଶିକ୍ଷଣାର୍ଥୀଙ୍କୁ ନେବ। ମନ୍ତ୍ରଣାଳୟରେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀ ତିନି ମାସ ରହି ପ୍ରଶିକ୍ଷଣ ଲାଭ କରିବେ। ଏମ୍‌ଇଏର ୨୦୧୬ର ପ୍ରାରମ୍ଭରେ ପ୍ରସ୍ତୁତ କରାଯାଇଥିତ୍ବା ନୀତିକୁ ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା ସଂଶୋ କରିଥିବା ଜଣାପଡ଼ିଛି। ଦେଶର ବିଭିନ୍ନ ଅଞ୍ଚଳର ଯୁବକମାନଙ୍କୁ ଆଣି ବୈଦେଶିକ ନୀତି ପ୍ରସ୍ତୁତିକୁ ଅତି ନିକଟରୁ ଦେଖାଇବା ତାଙ୍କର ଉଦ୍ଦେଶ୍ୟ। ଆମେରିକା ସରକାରରେ ଏଭଳି ଇଣ୍ଟର୍ନଶିପ ଅତି ସାଧାରଣ କଥା । ଦେଶ କିପରି କାର୍ଯ୍ୟ କରୁଛି ତାହା ଶିଖାଇବା ଲାଗି ଏହା କଲେଜ ପାସ୍‌ ଛାତ୍ରମାନଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଭାରତରେ ଆମ ପାଇଁ ଏହା ଏକ ନୂଆ କଥା। ଯଦି ମନ୍ତ୍ରଣାଳୟର ଏହି ପରୀକ୍ଷଣ ସଫଳ ହୁଏ ତେବେ ନୂଆ ମେଧାବୀମାନଙ୍କୁ ଆଣି ଶିକ୍ଷା ଦେବା ଲାଗି ସରକାର ନୂଆ ବିଚାର ନେଇ ଏହି ମଡେଲକୁ ଅନ୍ୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକରେ ଦୋହରାଇପାରନ୍ତି ବୋଲି ଆଶା କରାଯାଉଛି। ସମ୍ଭବତଃ ଏମ୍‌ଇଏ ଏଭଳି ଉଦ୍ଦେଶ୍ୟ ରଖି ଏହା ଆରମ୍ଭ କରିଥାଇପାରେ। ଭଲଭାବେ ଜଣା ଯେ,ଭାରତର ଅନୁମୋଦିତ କୂଟନୀତିଜ୍ଞଙ୍କ ସଂଖ୍ୟା ୯୧୨ ଓ ଏହି କ୍ଷେତ୍ରରେ ଆହୁରି ଅଧିକ ଆବଶ୍ୟକ। ତେବେ ଏମ୍‌ଇଏର ଏଭଳି ପଦକ୍ଷେପ କେତେଜଣ ପ୍ରଶିକ୍ଷଣାର୍ଥୀଙ୍କୁ କୂଟନୈତିକ କ୍ୟାରିୟର କରିବା ପାଇଁ ପ୍ରେରିତ କରିବ ତାହା ଦେଖିବାକୁ ବାକି ରହିଛି। କିନ୍ତୁ ଏଥିତ୍ରେ ଇଚ୍ଛୁକ ପକ୍ଷମାନେ ଏମ୍‌ଇଏର ପଦକ୍ଷେପକୁ ଅତି ପାଖରୁ ନିରୀକ୍ଷଣ କରିବା ସହ ଅନୁସରଣ କରିବେ।
ସରକାର ଆଶାବାଦୀ
ଅନେକ ସମୟରେ କୁହାଯାଏ ଯେ, ୨୦ରୁ ୩୦ ବର୍ଷ ପାଖାପାଖି ବୟସରେ ସିଭିଲ ସର୍ଭିସରେ ଯୋଗ ଦେଉଥିବା ବାବୁମାନଙ୍କ ମଧ୍ୟରୁ ଅଳ୍ପ କେତେ ଜଣ ସେମାନଙ୍କ ଜ୍ଞାନକୌଶଳ ବଳରେ ନିଜକୁ ମଜଭୁତ କରିଥାଆନ୍ତି। ହେଲେ ଏବେ ଆଉ ଅଧିକ ଦକ୍ଷ ଅଧିକାରୀ ସୃଷ୍ଟି କରିବା ଲାଗି ମୋଦି ସରକାର ଏକ ନୂଆ ପଦ୍ଧତି ଆପଣାଇଛନ୍ତିି। ସରକାର ଅଧିତ୍କାରୀମାନଙ୍କ ପାଇଁ ଏକ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ଯାଉଥିତ୍ବା ଜଣାପଡୁଛି, ଯାହା ସେମାନଙ୍କ ପୃଷ୍ଠଭୂମି, ଆଗ୍ରହ ଏବଂ ପ୍ରଶିକ୍ଷଣ ବିବରଣୀ ସହ ଅନ୍ୟ ବିଷୟ ସମ୍ପର୍କିତ ତଥ୍ୟକୁ ସୁରକ୍ଷିତ ରଖିତ୍ବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରରେ ଖାଲି ରହିଥିବା ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାରେ ଏହା ମଧ୍ୟ ସାହାଯ୍ୟ କରିବ। ଏଣୁ ଆଗକୁ ନିଯୁକ୍ତି ଏହି ଏଆଇ ପଦ୍ଧତି ଆଧାରରେ ଚାଲୁ ରହିପାରେ ବୋଲି କୁହାଯାଉଛି। ଉକ୍ତ ପଦ୍ଧତି ଇଣ୍ଟିଗ୍ରେଟେଡ ଗଭର୍ନମେଣ୍ଟ ଅନ୍‌ଲାଇନ ଟ୍ରେନିଂ (ଆଇଜିଓଟି) ଉପରେ ଆଧରିତ ହୋଇଥିବା ସ୍ପଷ୍ଟ ଜଣାପଡୁଛି। ଏହା ଅଧିକାରୀମାନଙ୍କୁ ସେମାନଙ୍କ କ୍ୟାରିୟର କୈନ୍ଦ୍ରିକ ତଥା ରୁଚି ଆଧାରିତ ଅନ୍‌ଲାଇନ ପ୍ରଶିକ୍ଷଣ ପ୍ରଦାନ କରିବାରେ ଉପଯୋଗ କରାଯିବ। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ଦ୍ୱାରା ବିକାଶ କରାଯାଇଥିବା ଏହି ପଦ୍ଧତି ଏବେ ବାବୁମାନଙ୍କୁ ସେମାନଙ୍କ ଜ୍ଞାନ ବୃଦ୍ଧି କରିବା ସହ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଦୃଢ ପ୍ରୋତ୍ସାହନ ଯୋଗାଇଦେବ। କାରଣ ବାବୁମାନଙ୍କର ଆଗମୀ ନିଯୁକ୍ତି ସେମାନଙ୍କର ପ୍ରଶିକ୍ଷଣ ଇତିହାସ ଉପରେ ନିର୍ଭର କରିବ। ବାହାରୁ ବିଶେଷଜ୍ଞମାନଙ୍କୁ ଆଣି ନିଯୁକ୍ତି ଦେବା(ଲାଟେରାଲ ଏଣ୍ଟ୍ରି)ସହ ଏହି ପଦକ୍ଷେପ ମାଧ୍ୟମରେ ଶାସନ ଓ ନୀତି ନିର୍ଦ୍ଧାରଣରେ ଉନ୍ନତି ଆଣିବା ଲାଗି ମୋଦି ସରକାର ଆଶାବାଦୀ ଅଛନ୍ତି।
ହ୍ବିସିଲ୍‌ବ୍ଲୋୟରଙ୍କୁ ବାଧା
ବ୍ୟବସ୍ଥା ବିରୋଧରେ ଅବିଶ୍ରାନ୍ତ ଲଢ଼େଇ କରିବାରେ ଭାରତୀୟ ବନ ସେବା ଅଧିକାରୀ ସଞ୍ଜୀବ ଚତୁର୍ବେଦୀ ବେଶ୍‌ ଜଣାଶୁଣା। କୌଣସି ରାଜ୍ୟ ସରକାର ଓ ଅନୁଷ୍ଠାନ ପାଇଁ ସେ ଏକ କଣ୍ଟା(କିମ୍ବା ହ୍ବିସିଲ୍‌ବ୍ଲୋୟର) ହୋଇ ରହିଆସିଛନ୍ତି। ହରିୟାଣା ସରକାର ଏବଂ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ(ଏଆଇଆଇଏମ୍‌ଏସ୍‌) ଅଧିତ୍କାରୀମାନଙ୍କ ସହ ତାଙ୍କର ଲଢେଇ ତାଙ୍କୁ ଖବର ଶୀର୍ଷକରେ ସ୍ଥାନ ଦେଇଛି। ଅଧିତ୍କାରୀମାନଙ୍କ ଉପରେ ସବୁଦିଗରୁ ନଜର ରଖାଯାଇ ସେମାନଙ୍କ କାର୍ଯ୍ୟକଳାପ ଉପରେ ବିବରଣୀ ସଂଗ୍ରହ କରାଯିବା ପଦ୍ଧତି ଏବଂ ଲାଟେରାଲ ନିଯୁକ୍ତିକୁ ବିରୋଧ କରିି ୨୦୦୨ ବ୍ୟାଚ୍‌ର ଉତ୍ତରାଖଣ୍ଡର କ୍ୟାଡର ଅଧିକାରୀ ଚତୁର୍ବେଦୀ ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ(ସିଏଟି)ର ନୈତାଲ ବେଞ୍ଚରେ ଚ୍ୟାଲେଞ୍ଜ କରିଛନ୍ତି। ଚତୁର୍ବେଦୀଙ୍କ ପିଟିଶନ ଶୁଣାଣିରୁ ଜଣେ ଜଜ୍‌ ନିଜକୁ ଦୂରେଇ ରଖିତ୍ତ୍ଛନ୍ତି। ପୂର୍ବରୁ ଜଜ୍‌ ଜଣଙ୍କ ବିଭିନ୍ନ ମାମଲାରେ ଚତୁର୍ବେଦୀଙ୍କ ବିରୋଧରେ ଓକିଲ ଭାବେ ଲଢିଥିତ୍ବା ବିଷୟ ପ୍ରକାଶ ପାଇଲା ପରେ ସେ ଏହା କରିଛନ୍ତି। କିନ୍ତୁ କୌତୂହଳର କଥା,ଜାନୁୟାରୀ ପ୍ରାରମ୍ଭରେ ସିଏଟି ଅଧ୍ୟକ୍ଷ ଏଲ. ନରସୀମା ରେଡ୍ଡୀ ମଧ୍ୟ ଶୁଣାଣି କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଜଜ୍‌ମାନେ ଶୁଣାଣିକୁ ଏଭଳି ଅଗ୍ରାହ୍ୟ କରିବାରୁ ଜଣାପଡୁଛି ଯେ,ଚତୁର୍ବେଦୀଙ୍କ ପିଟିଶନକୁ ଆଉ ଏକ ବେଞ୍ଚ ଗ୍ରହଣ କରିବାକୁ ପଡ଼ିବ। ୨୦୧୯ରେ ମଧ୍ୟ ସିଏଟି ମୁଖ୍ୟ ଚତୁର୍ବେଦୀଙ୍କ ଆଉ ତିନିଟି ପିଟିଶନ ଉପରେ ଶୁଶାଣିି କରିବାକୁ ଚାହଁି ନ ଥିଲେ। ଦୁର୍ଭାଗ୍ୟଜନକ ଘଟଣାକ୍ରମ ଓ ଆଉ କିଛି କାରଣ ଦର୍ଶାଇ ସେ ଏହା କରିଥିଲେ। କିନ୍ତୁ ହ୍ବିସିଲ୍‌ବ୍ଲୋୟର ଚତୁର୍ବେଦୀଙ୍କର ପୂର୍ବରୁ ସମ୍ପାଦିତ କାର୍ଯ୍ୟ ବିବରଣୀକୁ ଦେଖିତ୍ଲେ ଏଭଳି ବିଳମ୍ବ ତାଙ୍କୁ ବାଧା ଦେବ। ସେ କାର୍ଯ୍ୟ ଜାରି ରଖିବାରେ ଅକ୍ଷମ ହେବାର ସମ୍ଭାବନା ମଧ୍ୟ ଦେଖାଦେଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri