ଆମ ପାଇଁ ନୂଆ

Dillip Cherian

ଜଣେ କୂଟନୀତିଜ୍ଞଙ୍କୁ ସମସ୍ତେ ଭଲ ପାଆନ୍ତି। ଗତ ମାସରେ ଇଣ୍ଟର୍ନ ବା ପ୍ରଶିକ୍ଷଣାର୍ଥୀମାନଙ୍କୁ ଆମନ୍ତ୍ରଣ କରିବାକୁ ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ତା’ ନୀତିର ସଂଶୋଧନ କରି ନୂଆ ରୂପ ଦେବା ପରେ ଇଣ୍ଟର୍ନମାନଙ୍କ ପାଇଁ ଦ୍ୱାରା ଖୋଲିଦେଇଥିଲା। ଏଥିପାଇଁ ଦେଶର ସବୁଆଡୁ ଆବେଦନର ସୁଅ ଛୁଟିଲା। ନୂଆ ନୀତି ଅନୁଯାୟୀ, ଏମ୍‌ଇଏ ପ୍ରତ୍ୟେକ ବର୍ଷ ଦୁଇଟି ବ୍ୟାଚ୍‌ରେ ୬୦ ଜଣ ପ୍ରଶିକ୍ଷଣାର୍ଥୀଙ୍କୁ ନେବ। ମନ୍ତ୍ରଣାଳୟରେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀ ତିନି ମାସ ରହି ପ୍ରଶିକ୍ଷଣ ଲାଭ କରିବେ। ଏମ୍‌ଇଏର ୨୦୧୬ର ପ୍ରାରମ୍ଭରେ ପ୍ରସ୍ତୁତ କରାଯାଇଥିତ୍ବା ନୀତିକୁ ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା ସଂଶୋ କରିଥିବା ଜଣାପଡ଼ିଛି। ଦେଶର ବିଭିନ୍ନ ଅଞ୍ଚଳର ଯୁବକମାନଙ୍କୁ ଆଣି ବୈଦେଶିକ ନୀତି ପ୍ରସ୍ତୁତିକୁ ଅତି ନିକଟରୁ ଦେଖାଇବା ତାଙ୍କର ଉଦ୍ଦେଶ୍ୟ। ଆମେରିକା ସରକାରରେ ଏଭଳି ଇଣ୍ଟର୍ନଶିପ ଅତି ସାଧାରଣ କଥା । ଦେଶ କିପରି କାର୍ଯ୍ୟ କରୁଛି ତାହା ଶିଖାଇବା ଲାଗି ଏହା କଲେଜ ପାସ୍‌ ଛାତ୍ରମାନଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଭାରତରେ ଆମ ପାଇଁ ଏହା ଏକ ନୂଆ କଥା। ଯଦି ମନ୍ତ୍ରଣାଳୟର ଏହି ପରୀକ୍ଷଣ ସଫଳ ହୁଏ ତେବେ ନୂଆ ମେଧାବୀମାନଙ୍କୁ ଆଣି ଶିକ୍ଷା ଦେବା ଲାଗି ସରକାର ନୂଆ ବିଚାର ନେଇ ଏହି ମଡେଲକୁ ଅନ୍ୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକରେ ଦୋହରାଇପାରନ୍ତି ବୋଲି ଆଶା କରାଯାଉଛି। ସମ୍ଭବତଃ ଏମ୍‌ଇଏ ଏଭଳି ଉଦ୍ଦେଶ୍ୟ ରଖି ଏହା ଆରମ୍ଭ କରିଥାଇପାରେ। ଭଲଭାବେ ଜଣା ଯେ,ଭାରତର ଅନୁମୋଦିତ କୂଟନୀତିଜ୍ଞଙ୍କ ସଂଖ୍ୟା ୯୧୨ ଓ ଏହି କ୍ଷେତ୍ରରେ ଆହୁରି ଅଧିକ ଆବଶ୍ୟକ। ତେବେ ଏମ୍‌ଇଏର ଏଭଳି ପଦକ୍ଷେପ କେତେଜଣ ପ୍ରଶିକ୍ଷଣାର୍ଥୀଙ୍କୁ କୂଟନୈତିକ କ୍ୟାରିୟର କରିବା ପାଇଁ ପ୍ରେରିତ କରିବ ତାହା ଦେଖିବାକୁ ବାକି ରହିଛି। କିନ୍ତୁ ଏଥିତ୍ରେ ଇଚ୍ଛୁକ ପକ୍ଷମାନେ ଏମ୍‌ଇଏର ପଦକ୍ଷେପକୁ ଅତି ପାଖରୁ ନିରୀକ୍ଷଣ କରିବା ସହ ଅନୁସରଣ କରିବେ।
ସରକାର ଆଶାବାଦୀ
ଅନେକ ସମୟରେ କୁହାଯାଏ ଯେ, ୨୦ରୁ ୩୦ ବର୍ଷ ପାଖାପାଖି ବୟସରେ ସିଭିଲ ସର୍ଭିସରେ ଯୋଗ ଦେଉଥିବା ବାବୁମାନଙ୍କ ମଧ୍ୟରୁ ଅଳ୍ପ କେତେ ଜଣ ସେମାନଙ୍କ ଜ୍ଞାନକୌଶଳ ବଳରେ ନିଜକୁ ମଜଭୁତ କରିଥାଆନ୍ତି। ହେଲେ ଏବେ ଆଉ ଅଧିକ ଦକ୍ଷ ଅଧିକାରୀ ସୃଷ୍ଟି କରିବା ଲାଗି ମୋଦି ସରକାର ଏକ ନୂଆ ପଦ୍ଧତି ଆପଣାଇଛନ୍ତିି। ସରକାର ଅଧିତ୍କାରୀମାନଙ୍କ ପାଇଁ ଏକ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ଯାଉଥିତ୍ବା ଜଣାପଡୁଛି, ଯାହା ସେମାନଙ୍କ ପୃଷ୍ଠଭୂମି, ଆଗ୍ରହ ଏବଂ ପ୍ରଶିକ୍ଷଣ ବିବରଣୀ ସହ ଅନ୍ୟ ବିଷୟ ସମ୍ପର୍କିତ ତଥ୍ୟକୁ ସୁରକ୍ଷିତ ରଖିତ୍ବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରରେ ଖାଲି ରହିଥିବା ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାରେ ଏହା ମଧ୍ୟ ସାହାଯ୍ୟ କରିବ। ଏଣୁ ଆଗକୁ ନିଯୁକ୍ତି ଏହି ଏଆଇ ପଦ୍ଧତି ଆଧାରରେ ଚାଲୁ ରହିପାରେ ବୋଲି କୁହାଯାଉଛି। ଉକ୍ତ ପଦ୍ଧତି ଇଣ୍ଟିଗ୍ରେଟେଡ ଗଭର୍ନମେଣ୍ଟ ଅନ୍‌ଲାଇନ ଟ୍ରେନିଂ (ଆଇଜିଓଟି) ଉପରେ ଆଧରିତ ହୋଇଥିବା ସ୍ପଷ୍ଟ ଜଣାପଡୁଛି। ଏହା ଅଧିକାରୀମାନଙ୍କୁ ସେମାନଙ୍କ କ୍ୟାରିୟର କୈନ୍ଦ୍ରିକ ତଥା ରୁଚି ଆଧାରିତ ଅନ୍‌ଲାଇନ ପ୍ରଶିକ୍ଷଣ ପ୍ରଦାନ କରିବାରେ ଉପଯୋଗ କରାଯିବ। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ଦ୍ୱାରା ବିକାଶ କରାଯାଇଥିବା ଏହି ପଦ୍ଧତି ଏବେ ବାବୁମାନଙ୍କୁ ସେମାନଙ୍କ ଜ୍ଞାନ ବୃଦ୍ଧି କରିବା ସହ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଦୃଢ ପ୍ରୋତ୍ସାହନ ଯୋଗାଇଦେବ। କାରଣ ବାବୁମାନଙ୍କର ଆଗମୀ ନିଯୁକ୍ତି ସେମାନଙ୍କର ପ୍ରଶିକ୍ଷଣ ଇତିହାସ ଉପରେ ନିର୍ଭର କରିବ। ବାହାରୁ ବିଶେଷଜ୍ଞମାନଙ୍କୁ ଆଣି ନିଯୁକ୍ତି ଦେବା(ଲାଟେରାଲ ଏଣ୍ଟ୍ରି)ସହ ଏହି ପଦକ୍ଷେପ ମାଧ୍ୟମରେ ଶାସନ ଓ ନୀତି ନିର୍ଦ୍ଧାରଣରେ ଉନ୍ନତି ଆଣିବା ଲାଗି ମୋଦି ସରକାର ଆଶାବାଦୀ ଅଛନ୍ତି।
ହ୍ବିସିଲ୍‌ବ୍ଲୋୟରଙ୍କୁ ବାଧା
ବ୍ୟବସ୍ଥା ବିରୋଧରେ ଅବିଶ୍ରାନ୍ତ ଲଢ଼େଇ କରିବାରେ ଭାରତୀୟ ବନ ସେବା ଅଧିକାରୀ ସଞ୍ଜୀବ ଚତୁର୍ବେଦୀ ବେଶ୍‌ ଜଣାଶୁଣା। କୌଣସି ରାଜ୍ୟ ସରକାର ଓ ଅନୁଷ୍ଠାନ ପାଇଁ ସେ ଏକ କଣ୍ଟା(କିମ୍ବା ହ୍ବିସିଲ୍‌ବ୍ଲୋୟର) ହୋଇ ରହିଆସିଛନ୍ତି। ହରିୟାଣା ସରକାର ଏବଂ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ(ଏଆଇଆଇଏମ୍‌ଏସ୍‌) ଅଧିତ୍କାରୀମାନଙ୍କ ସହ ତାଙ୍କର ଲଢେଇ ତାଙ୍କୁ ଖବର ଶୀର୍ଷକରେ ସ୍ଥାନ ଦେଇଛି। ଅଧିତ୍କାରୀମାନଙ୍କ ଉପରେ ସବୁଦିଗରୁ ନଜର ରଖାଯାଇ ସେମାନଙ୍କ କାର୍ଯ୍ୟକଳାପ ଉପରେ ବିବରଣୀ ସଂଗ୍ରହ କରାଯିବା ପଦ୍ଧତି ଏବଂ ଲାଟେରାଲ ନିଯୁକ୍ତିକୁ ବିରୋଧ କରିି ୨୦୦୨ ବ୍ୟାଚ୍‌ର ଉତ୍ତରାଖଣ୍ଡର କ୍ୟାଡର ଅଧିକାରୀ ଚତୁର୍ବେଦୀ ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ(ସିଏଟି)ର ନୈତାଲ ବେଞ୍ଚରେ ଚ୍ୟାଲେଞ୍ଜ କରିଛନ୍ତି। ଚତୁର୍ବେଦୀଙ୍କ ପିଟିଶନ ଶୁଣାଣିରୁ ଜଣେ ଜଜ୍‌ ନିଜକୁ ଦୂରେଇ ରଖିତ୍ତ୍ଛନ୍ତି। ପୂର୍ବରୁ ଜଜ୍‌ ଜଣଙ୍କ ବିଭିନ୍ନ ମାମଲାରେ ଚତୁର୍ବେଦୀଙ୍କ ବିରୋଧରେ ଓକିଲ ଭାବେ ଲଢିଥିତ୍ବା ବିଷୟ ପ୍ରକାଶ ପାଇଲା ପରେ ସେ ଏହା କରିଛନ୍ତି। କିନ୍ତୁ କୌତୂହଳର କଥା,ଜାନୁୟାରୀ ପ୍ରାରମ୍ଭରେ ସିଏଟି ଅଧ୍ୟକ୍ଷ ଏଲ. ନରସୀମା ରେଡ୍ଡୀ ମଧ୍ୟ ଶୁଣାଣି କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଜଜ୍‌ମାନେ ଶୁଣାଣିକୁ ଏଭଳି ଅଗ୍ରାହ୍ୟ କରିବାରୁ ଜଣାପଡୁଛି ଯେ,ଚତୁର୍ବେଦୀଙ୍କ ପିଟିଶନକୁ ଆଉ ଏକ ବେଞ୍ଚ ଗ୍ରହଣ କରିବାକୁ ପଡ଼ିବ। ୨୦୧୯ରେ ମଧ୍ୟ ସିଏଟି ମୁଖ୍ୟ ଚତୁର୍ବେଦୀଙ୍କ ଆଉ ତିନିଟି ପିଟିଶନ ଉପରେ ଶୁଶାଣିି କରିବାକୁ ଚାହଁି ନ ଥିଲେ। ଦୁର୍ଭାଗ୍ୟଜନକ ଘଟଣାକ୍ରମ ଓ ଆଉ କିଛି କାରଣ ଦର୍ଶାଇ ସେ ଏହା କରିଥିଲେ। କିନ୍ତୁ ହ୍ବିସିଲ୍‌ବ୍ଲୋୟର ଚତୁର୍ବେଦୀଙ୍କର ପୂର୍ବରୁ ସମ୍ପାଦିତ କାର୍ଯ୍ୟ ବିବରଣୀକୁ ଦେଖିତ୍ଲେ ଏଭଳି ବିଳମ୍ବ ତାଙ୍କୁ ବାଧା ଦେବ। ସେ କାର୍ଯ୍ୟ ଜାରି ରଖିବାରେ ଅକ୍ଷମ ହେବାର ସମ୍ଭାବନା ମଧ୍ୟ ଦେଖାଦେଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri