ଆର୍ଥିକ ଯୁଦ୍ଧର ନୂଆ କୌଶଳ

ଯୁଦ୍ଧ ସମୟରେ ଆର୍ଥିକ ଅସ୍ତ୍ର(ଆର୍ଥିକ ଏବଂ ବିତ୍ତୀୟ କଟକଣା)ଗୁଡ଼ିକ ବ୍ୟବହାରର ଏକ ଲମ୍ବା ଇତିହାସ ରହିଛି। କିନ୍ତୁ ଜଗତୀକରଣ ଓ ସୀମାପାର ଯୋଗାଣ ଶୃଙ୍ଖଳ ବୃଦ୍ଧି ପାଇବା ଯୋଗୁ ଏହିସବୁ ଅହିଂସ ଅସ୍ତ୍ରଗୁଡ଼ିକୁ ଅଭୂତପୂର୍ବ ଶକ୍ତି ମିଳିଛି। ଆର୍ଥିକ ଏବଂ ବିତ୍ତୀୟ କଟକଣାକୁ ଗୋଳାବାରୁଦ ଭଳି ଆକସ୍ମିକ ପ୍ରୟୋଗ କରାଯାଇ ନ ପାରିଲେ ବି ଏଗୁଡ଼ିକର ପ୍ରଭାବ ବିନାଶକାରୀ ହୋଇପାରେ। ଜଗତୀକରଣ ବିଶ୍ୱରେ ଆର୍ଥିକ ଯୁଦ୍ଧ ଏତେ ନୂଆ ଓ ଭିନ୍ନ ହୋଇଯାଇଛି ଯେ ଆମେ ଏଯାବତ୍‌ ଏହାକୁ ସଞ୍ଚାଳନ କରୁଥିବା କିଛି ନିୟମକୁ ସମ୍ପୂର୍ଣ୍ଣ ବୁଝିନାହଁୁ। ଏଥିରେ ପ୍ରତ୍ୟେକ ଉପରେ ସମ୍ଭାବ୍ୟ ପ୍ରତ୍ୟକ୍ଷ ଏବଂ ତତ୍‌ସମ୍ବନ୍ଧିତ କ୍ଷତିର ବିଶ୍ୱସନୀୟ ଆକଳନ କରୁନାହଁୁ। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଯେତେବେଳେ ୟୁକ୍ରେନ୍‌ ଆକ୍ରମଣ କଲେ ସେତେବେଳେ ପାଶ୍ଚାତ୍ୟ ନୀତିନିର୍ଦ୍ଧାରକମାନେ ହଡ଼ବଡ଼େଇ ଯାଇ ହଠାତ୍‌ ଏହାର ମୁକାବିଲା କଲେ, ଯାହା ପାଇଁ ସେମାନେ ପ୍ରସ୍ତୁତ ରହି ନ ଥିଲେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଏବଂ ଆମେରିକାର ନାଟୋ ମେଣ୍ଟ ପୁଟିନ୍‌ଙ୍କୁ ପ୍ରତିରୋଧ କରିବା ଏବଂ ସୈନ୍ୟବଳ ବଦଳରେ ବିଭିନ୍ନ କଟକଣା ଲଗାଇ ଏକ ଗମ୍ଭୀର ଆଣବିକ ଯୁଦ୍ଧ ରୋକିବା ଲାଗି ଠିକ୍‌ ସମୟରେ ଉଚିତ୍‌ ନିଷ୍ପତ୍ତି ନେଇଛି। ହେଲେ ଏସବୁ କାର୍ଯ୍ୟକଳାପର ପ୍ରଭାବକୁ ସମୀକ୍ଷା କରିବା ପାଇଁ ସମସ୍ତ ନୂଆ ଡାଟା ଓ ସୂଚନା ଉପଯୋଗ କରିବାରେ ପାଶ୍ଚାତ୍ୟ ସରକାରଗୁଡ଼ିକ ଅତ୍ୟଧିକ କାର୍ଯ୍ୟ ଚାପକୁ ସାମ୍ନା କରୁଛନ୍ତି। ଏଣୁ ଆଗକୁ ମହାଶକ୍ତି ସଂଘର୍ଷ ଦେଖା ଦେବା ପୂର୍ବରୁ ଆର୍ଥିକ ଯୁଦ୍ଧ ସଞ୍ଚାଳନ କରିବା ପାଇଁ ବିଶ୍ୱ କିଛି ନିୟମ ଲାଗୁ କରିବା ଆବଶ୍ୟକ।
ପୁଟିନ୍‌ଙ୍କୁ ହରାଇବା ଲାଗି କିପରି ପ୍ରଭାବୀ ଢଙ୍ଗରେ ଆର୍ଥିକ କଟକଣାକୁ ଲାଗୁ କରାଯିବ, ତା’ଉପରେ ତୁରନ୍ତ ଚିନ୍ତା କରାଯିବା ଦରକାର। ତେବେ ଆମେରିକା, ୟୁରୋପ ଏବଂ ଅନ୍ୟ ଉନ୍ନତ ଅର୍ଥ ବ୍ୟବସ୍ଥାଗୁଡ଼ିକ ସହିତ ଥିବା ବାଣିଜି୍ୟକ ଏବଂ ଆର୍ଥିକ ସମ୍ପର୍କ ବନ୍ଦ କରିବା ଯୋଗୁ ରୁଷିଆର ଅର୍ଥ ବ୍ୟବସ୍ଥାର କ୍ଷତି ଘଟିଛି। କିନ୍ତୁ ପ୍ରଥମରୁ ଯେତିକି କ୍ଷତି ହେବ ବୋଲି ଅନୁମାନ କରାଯାଉଥିଲା ସେତିକି ହୋଇନାହିଁ। ଉଦାହରଣ ସ୍ବରୂପ, ରୁଷିଆ ତୈଳର ବାଣିଜି୍ୟକ କାରବାରରେ କଟକଣା ଲଗାଇବା ଯୋଗୁ ରୁଷିଆ ଉପତ୍ାଦିତ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଉପରକୁ ଉଠିଗଲା। ଏହାସହ ଆମେରିକୀୟ ଡଲାର ତୁଳନାରେ ରୁବେଲର ତୀବ୍ର ମୂଲ୍ୟହ୍ରାସ ଘଟିଲା। କିନ୍ତୁ ରୁବେଲ ମୂଲ୍ୟ ଯେତିକି ତଳକୁ ଖସିବ ବୋଲି ଆଶା କରାଯାଉଥିଲା ତାହା ହେଲା ନାହିଁ, ବରଂ ଏବେ ଏଥିରେ କିଛିମାତ୍ରାରେ ସୁଧାର ଆସିଛି।
ଏହା ସତ୍ୟ ଯେ, କଟକଣା ପୂର୍ବରୁ ତେଲ ଦର ଯାହା ଥିଲା ଏବେ ତାହାଠାରୁ ଅଧିକ ରହିଛି ଓ ରହିବ। ଲମ୍ବା ଯୋଗାଣ ପଥ ଯୋଗୁ ଯୋଗାଣ ମୂଲ୍ୟ ବୃଦ୍ଧି ହେବ, ଯାହା ପାଇଁ ତେଲ ଦର ଉଚ୍ଚ ରହିବ। କିନ୍ତୁ ଯୋଗାଣ ସମ୍ପର୍କରେ ପରିବର୍ତ୍ତନ ହେଲେ ପ୍ରାରମ୍ଭିକ ଝଟକା ଧୀରେ ଧୀରେ ଅପସରି ଯିବ। କାରବାର ଯେମିତି ଚାଲିଥିଲା ସେମିତି ଚାଲିବ। ଆଉ ଏକ ଉପଶମକାରୀ ବିଷୟ ରୁଷିଆକୁ ସାହାଯ୍ୟ କରିପାରେ। ରୁଷିଆ ତୈଳ କାରବାର ଉପରେ ଆମେରିକାର କଟକଣା ଯୋଗୁ ତୈଳ ଦର ବଢ଼ିବା ଆରମ୍ଭ ହେଲା। ହେଲେ ରୁଷିଆର ତୈଳ ରପ୍ତାନି ହ୍ରାସ ପାଇଥିଲେ ବି ତା’ର ମୋଟ ଆୟ କମି ନ ପାରେ। ଏହା ଏବେ ଘଟୁଛି ଓ ରୁବେଲ ମୂଲ୍ୟରେ ଆଂଶିକ ସୁଧାର ଏହା ସୂଚିତ କରିଛି। ତୈଳ କାରବାର ଉପରେ ଆମେରିକା ଲଗାଇଥିବା କଟକଣାରୁ ଯେପରି ରୁଷିଆ ମୁକୁଳି ନ ପାରେ, ତାହା ନିଶ୍ଚିତ କରିବାକୁ ପଡ଼ିବ। ନୂଆ କୌଶଳ ଆପଣାଇବାକୁ ପଡ଼ିବ। ଏଥିପାଇଁ ଆମେରିକାକୁ ଅଧିତ୍କ ପ୍ରଭାବୀ ‘ଟ୍ରିଆଡିକ ଥ୍ରେଟ୍‌’ ବା ବହୁ ସ୍ତରୀୟ ବିପଦ ସୃଷ୍ଟି କରିବାକୁ ହେବ। କେବଳ ରୁଷିଆ ଉପରେ ନୁହେଁ , ବରଂ ତା’ଠାରୁ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ କଡ଼ା କଟକଣା ଲଗାଇବାକୁ ପଡ଼ିବ। ଏଭଳି କଟକଣା ଲଗାଇବାରେ ଆମେରିକା ମାହିର ଏବଂ ଛୋଟଦେଶଗୁଡ଼ିକ ବିରୋଧରେ ଅନୈତିକ ଭାବେ ଏହା ଲାଗୁ କରିଛି। ୧୯୭୩ରେ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ବାଂଲାଦେଶର ଭୟଙ୍କର ଦୁର୍ଭିକ୍ଷ ସମୟରେ ଖାଦ୍ୟ ସହାୟତା ବନ୍ଦ କରିଦେଇଥିଲେ। ବାଂଲାଦେଶ କ୍ୟୁବା ସହ ବାଣିଜି୍ୟକ କାରବାର କରୁଥିଲା ବୋଲି ସେ ଏହା କରିଥିଲେ। ନିକ୍ସନଙ୍କ ପଦକ୍ଷେପର କୌଣସି ନୈତିକ ଆଧାର ନ ଥିବାବେଳେ କ୍ୟୁବାକୁ ଅଲଗା କରିବା ଲାଗି ୧୯୯୬ର ହେଲ୍‌ମେସ-ବୁରଟନ ଆକ୍ଟ ଭଳି ଏକ କୂଟନୈତିକପୂର୍ଣ୍ଣ ସଂଘୀୟ ଆଇନ ଗଢ଼ାଯାଇଥିଲା। ମୋ ଦ୍ୱାରା ଲିଖିତ ପୁସ୍ତକ ‘ପ୍ରିଲ୍ୟୁଡ ଟୁ ପଲିଟିକାଲ ଇକୋନୋମି’ରେ ଆମେରିକା କିଭଳି କ୍ୟୁବାର ତଣ୍ଟି ଚିପିବା ପାଇଁ ଏହି ଆଇନକୁ ବ୍ୟବହାର କରିଛି, ସେ ସମ୍ପର୍କରେ ଆଲୋଚନା କରିଛି। ସେହିଭଳି ଆମେରିକା ୧୯୬୨ର କ୍ୟୁବାନ୍‌ ମିଶାଇଲ କ୍ରାଇସିସ୍‌ (ଇଟାଲୀ ଓ ତୁର୍କୀରେ ଆମେରିକାର ମିଶାଇଲ ମୁତୟନ ଏବଂ କ୍ୟୁବାରେ ରୁଷିଆର ବାଲାଷ୍ଟିକ ମିଶାଇଲ ମୁତୟନ)ସମୟରେ ବିଶ୍ୱକୁ ଏକ ଆଣବିକ ଯୁଦ୍ଧର ଦ୍ୱାର ଦେଶରୁ ଦୂରେଇ ନେବା ଲାଗି ଆମେରିକା କଠୋର ରଣନୀତିକ ବିଶ୍ଳେଷଣ କରି ତାହାକୁ ଉପଯୋଗ କରିଥିଲା। ଏହା ଗୁରୁତ୍ୱପୂର୍ଣ୍ଣ ଯେ, ଆମେରିକା ଏବେ ସମାନ ପ୍ରକାର ଯଥାଥର୍ର୍ ବିଶ୍ଳେଷଣାମତ୍କ ରଣନୀତି ପ୍ରୟୋଗ କରୁଛି। ନାଟୋ ତା ସୀମାରେ ଉପତ୍ୀଡ଼କ ପୁଟିନ୍‌ଙ୍କୁ ମୁକାବିଲା କରୁଥିବାବେଳେ ଆମେରିକାର ଏଭଳି ବିଶ୍ଳେଷଣ ଅତି ଗୁରୁତ୍ୱପୂର୍ଣ୍ଣ।
ଆଣବିକ ଯୁଦ୍ଧଜନିତ ବିପଦ ଟାଳିବାକୁ ହେଲେ ଆମେରିକା ସ୍ପଷ୍ଟ ଭାବେ ଜଣାଇବା ଉଚିତ ଯେ, ରୁଷିଆ ବିରୋଧରେ ଲଗାଯାଇଥିବା କଟକଣାଗୁଡ଼ିକ କେବଳ ପୁଟିନ୍‌ ଏବଂ ତାଙ୍କ ସାଥୀଙ୍କ ପାଇଁ ଉଦ୍ଦିଷ୍ଟ। ରୁଷିଆର ଏବକାର ଶାସନ ଯିବା ପରେ ପରେ ତା’ ଅର୍ଥ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଫେରାଇ ଆଣିବା ଲାଗି ଆମେରିକା ସାହାଯ୍ୟ କରିବ ବୋଲି ଜଣାଇବା ଆବଶ୍ୟକ। ଏହି ବାର୍ତ୍ତା ସମସ୍ତ ରୁଷବାସୀଙ୍କ ନିକଟରେ ପହଞ୍ଚିବା ଦରକାର। ଏହାବ୍ୟତୀତ ଅନ୍ୟ ଦୀର୍ଘମିଆଦୀ ବିଷୟ ପ୍ରତି ଦୃଷ୍ଟି ପକାଇବା ଉଚିତ, ଯାହା ଉପରେ ନିକଟରେ ରଘୁରାମ ଜି. ରାଜନ ଗୁରୁତ୍ୱ ଦେଇଛନ୍ତି। ଆର୍ଥିକ ଯୁଦ୍ଧକୁ ନିୟନ୍ତ୍ରଣ କରିବା ଲାଗି ଏକ ନିୟମ ଗଢ଼ିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏବକାର ଜଟିଳ ବହୁରାଷ୍ଟ୍ରୀୟ ଉପତ୍ାଦନ ଭାଗୀଦାରି ସମ୍ପନ୍ନ ଜଗତୀକରଣ ବିଶ୍ୱରେ ବୃହତ୍‌ ଏବଂ ଶକ୍ତିଶାଳୀ ଦେଶଗୁଡ଼ିକ ଏଥିପାଇଁ ବିଭିନ୍ନ ଟେକ୍‌ନିକ୍‌ ଉପଯୋଗ କରିପାରିବେ। ଅନ୍ୟ ଦେଶ ଅର୍ଥ ବ୍ୟବସ୍ଥାକୁ ଧୂଳିସାତ କରିବା ଲାଗି ଆବଶ୍ୟକ ହେଉଥିତ୍ବା କିଛି ଗୁରୁତ୍ୱପୂର୍ଣ୍ଣ ଇନ୍‌ପୁଟ ଯଥା ଶକ୍ତି, ତଥ୍ୟ ଓ ଅର୍ଥ ଯୋଗାଣ ବନ୍ଦ କରାଯାଇପାରିବ।
ସେହିଭଳି ଏକ ବିକାଶଶୀଳ ଦେଶ ସହ ଏକ ପ୍ରମୁଖ ଶକ୍ତିର ଯୁଦ୍ଧରେ କିଛି ସପ୍ତାହ ମଧ୍ୟରେ ଅତ୍ୟଧିକ ମୁଦ୍ରାସ୍ଫୀତି ଦେଖାଯାଇପାରେ। ବିଶେଷକରି ସ୍ଥାନୀୟ ମୁଦ୍ରା ଛପାଇ ତାହାକୁ ସହର ଓ ବଜାରରେ ବ୍ୟାପକ ଭାବେ ଛାଡିବା ଦ୍ୱାରା ଏହା ଘଟିପାରେ। ଏସବୁ ପଦକ୍ଷେପଗୁଡ଼ିକୁ ଯଦି ଓ୍ୟପଚାରିକ ଭାବେ ରୋକା ନ ଯାଏ , ତେବେ କେହି ଏଭଳି ଉପାୟର ସାହାରା ନେବାକୁ ବାଧ୍ୟ ହେବ। ପୁଟିନ୍‌ଙ୍କୁ ହରାଇବା ଲାଗି ପାଶ୍ଚାତ୍ୟ ରୁଷିଆ ଉପରେ ଲଗାଇଥିବା କଠୋର କଟକଣାଗୁଡ଼ିକ ନ୍ୟାୟସଙ୍ଗତ ହୋଇପାରେ। କିନ୍ତୁ ସେମାନେ ଅର୍ଥନୈତିକ ଯୁଦ୍ଧକୁ ତୀବ୍ର କରିବା ସହ ଏହାକୁ ଅଭୂତପୂର୍ବ ସ୍ତରକୁ ନେଇଛନ୍ତି। କଟକଣା ଲଗାଇ ନାଗରିକଙ୍କୁ ଟାର୍ଗେଟ କରିବା ଭଳି ପାରମ୍ପରିକ ଲଢ଼େଇକୁ ପରିଚାଳିତ କରିବା ପାଇଁ ଯେମିତି ନିୟମ ସବୁ ରହିଛି, ସେହିଭଳି ଆର୍ଥିକ ସଂଘର୍ଷରେ କଣ ସବୁ ନିଷିଦ୍ଧ ଓ କ’ଣ କରିବାକୁ ଅନୁମତି ଦିଆଯିବ, ତା’ପାଇଁ ଆମକୁ ନିୟମ ଗଢ଼ିବାକୁ ପଡ଼ିବ।

କୌଶିକ ବସୁ

ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ, ବିଶ୍ୱବ୍ୟାଙ୍କ; ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଭାରତ ସରକାର


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?