ପୁରୁଣା କାନ୍ଥରେ ନୂଆ ସ୍ମାର୍ଟ କ୍ଲାସ୍‌ରୁମ୍‌

ଯାଜପୁର ଅଫିସ,୨୧ା୯:ଯାଜପୁର ଜିଲାରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି) ପାଣ୍ଠିରେ ଖର୍ଚ୍ଚ ହେଉଥିବା ମୋ ସ୍କୁଲ ଅଭିଯାନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହି ଯୋଜନାରେ ଜିଲାର ବ୍ୟାସନଗର ପୌର ପରିଷଦର ଶଶିଭୂଷଣ ବାଳିକା ବିଦ୍ୟାଳୟରେ ୬ଟି ଗାତ ଖୋଳି ସାରିବା ପରେ ଠିକାଦାର ନିର୍ମାଣ ସାମଗ୍ରୀ ଧରି ଫେରାର ହୋଇଯାଇଥିବା ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ଯାଜପୁର ଓଏମ୍‌ବିଏଡିସି ସେଲ୍‌ରୁ ମିଳିଥିବା ସୂଚନା ଅନୁଯାୟୀ ମୋ ସ୍କୁଲ ଅଭିଯାନରେ ଜିଲାର ୬୫ଟି ସ୍ମାର୍ଟ ସ୍କୁଲ ନିର୍ମାଣ ପାଇଁ ୬୦ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ମଞ୍ଜୁର ହୋଇଛି। ତେବେ କୌଣସି ଟେଣ୍ଡର ନ କରି ବିଡିଓଙ୍କ ଜରିଆରେ ବ୍ୟୟ ଅଟକଳ ବାହାରେ ଯେନତେନ ପ୍ରକାରେ ପୁରୁଣା କାନ୍ଥରେ ନୂଆ ନିର୍ମାଣ କରି ସିଂହଭାଗ ଅର୍ଥ ଚଳୁ କରିବାକୁ ଉଦ୍ୟମ ହେଉଥିବା ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନାନୁଯାୟୀ, ଯାଜପୁର ଓଏମ୍‌ବିଏଡିସି ସେଲ୍‌ ପକ୍ଷରୁ ବଡ଼ଚଣା ବ୍ଲକରେ ୭, ବରୀରେ ୫, ବିଞ୍ଝାରପୁରରେ ୬, ଦାନଗଦିରେ ୪, ଦଶରଥପୁରରେ ୫, ଧର୍ମଶାଳାରେ ୬, ଯାଜପୁରରେ ୬, କୋରେଇରେ ୮, ରସୁଲପୁରରେ ୮ ଓ ସୁକିନ୍ଦା ବ୍ଲକରେ ୫ ଏବଂ ଯାଜପୁର ମ୍ୟୁନିସିପାଲିଟିରେ ୩ ଏବଂ ବ୍ୟାସନଗର ମ୍ୟୁନିସିପାଲିଟିରେ ୨ଟି ସ୍ମାର୍ଟ ସ୍କୁଲ ମୋ ସ୍କୁଲ ଅଭିଯାନରେ ନିର୍ମାଣ ହେଉଛି। ଆସନ୍ତା ଅକ୍ଟୋବର ୨ ସୁଦ୍ଧା ଏହିସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ହୋଇଛି। ବ୍ୟୟ ଅଟକଳ ଅନୁଯାୟୀ ୫ ଲକ୍ଷ ଟଙ୍କା ଲେଖାଏଁ ୨ଟି ସ୍ମାର୍ଟ କ୍ଲାସ୍‌ରୁମ୍‌, ୧୦ ଲକ୍ଷ ଟଙ୍କାର ଫର୍ନିଚର, ୫ ଲକ୍ଷ ଟଙ୍କାରେ ଇ-ଲାଇବ୍ରେରି, ୪ ଲକ୍ଷ ଟଙ୍କାରେ ସାଇନ୍ସ ଲାବରେଟୋରି, ୩ ଲକ୍ଷ ଟଙ୍କାରେ ପାନୀୟ ଜଳ ସୁବିଧା, ଖେଳ ସାମଗ୍ରୀ ଓ ଇନ୍‌ଡୋର ଗେମ୍‌ ପାଇଁ ୨ ଲକ୍ଷ ଟଙ୍କା, ପରିସ୍ରାଗାର, ଖେଳପଡିଆର ଉନ୍ନତୀକରଣ, ବଗିଚା, କିଚେନ ଗାର୍ଡେନ, ପାଥୱେ ଇତ୍ୟାଦି ବାବଦକୁ ଖର୍ଚ୍ଚ ହେବ ବୋଲି ଦର୍ଶାଯାଇଛି। ତେବେ କ୍ଷେତ୍ରପାଳ ହାଇସ୍କୁଲ, ଖଣ୍ଡିତର, ମଧୁପୁର, ଆଦମପୁର ଆଦି ହାଇସ୍କୁଲରେ ପୁରୁଣା କାନ୍ଥରେ ସ୍ମାର୍ଟ କ୍ଲାସରୁମ୍‌ ନିର୍ମାଣ ହେଉଥିବା ଅଞ୍ଚଳବାସୀଙ୍କଠାରୁ ସୂଚନା ମିଳିଛି। ବ୍ୟାସନଗର ମ୍ୟୁନିସିପାଲିଟିର ଶଶିଭୂଷଣ ବାଳିକା ବିଦ୍ୟାଳୟରେ ଗତ ୫ ତାରିଖରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପରିଦର୍ଶନ କରି ସ୍ମାର୍ଟ ସ୍କୁଲ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହିକ୍ରମରେ ନଡିଆ ଗଛ କାଟି ପିଲର ପାଇଁ ଗାତ ଖୋଲା ହୋଇଥିଲା। ବାଲି, ଗେଟି, ମେଟାଲ ଆଦି ନିର୍ମାଣ ସାମଗ୍ରୀ ମଧ୍ୟ ସ୍କୁଲ ପରିସରରେ ସାଇତି ରଖାଯାଇଥିଲା। ହଠାତ୍‌ କୌଣସି ସୂଚନା ନ ଦେଇ ସୋମବାର ସମ୍ପୃକ୍ତ ଠିକାଦାର ଜଣକ ନିର୍ମାଣ ସାମଗ୍ରୀଗୁଡିକୁ ଟ୍ରାକ୍ଟର ଯୋଗେ ଅନ୍ୟତ୍ର ସ୍ଥାନାନ୍ତର କରି ନେଇଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, କେଉଁ କାରଣରୁ ସେଠାରୁ ନିର୍ମାଣ ସାମଗ୍ରୀ ଉଠାଇ ନିଆଯାଇଛି ତାହା ସେ ଜାଣି ନାହାନ୍ତି। କିନ୍ତୁ ଯେଉଁଠାରେ ସ୍ମାର୍ଟ ସ୍କୁଲ ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଛି ସେଠାରେ ନିଶ୍ଚିତ ଭାବେ ନିର୍ମାଣ କରାଯିବ। ସୂଚନାଯୋଗ୍ୟ, ଓଏମ୍‌ବିଏଡିସି ଅର୍ଥକୁ ପାନୀୟ ଜଳ ଯୋଗାଣ, ଶିକ୍ଷା(ପ୍ରଶିକ୍ଷଣ ଏବଂ କୌଶଳ ବିକାଶ), ସ୍ବାସ୍ଥ୍ୟ(ଅଙ୍ଗନଓ୍ବାଡି କେନ୍ଦ୍ର ସମେତ), ଜୀବନ ଜୀବିକା, ଗ୍ରାମ୍ୟ ସଂଯୋଗୀକରଣ, ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ, ଜଳ ସଂରକ୍ଷଣ ଓ ଭୂତଳ ଜଳ ରିଚାର୍ଜ କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri