ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମଲୋଚନ ସୁନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ବସନ୍ତପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ମଲ୍ଲିକ , ସିଆରସିସି ଜଳନ୍ଧର ମାଝୀ, ଶିକ୍ଷକ ରାଧାମାଧବ ରଥ, ମନୋଜ କୁମାର ମହାକୁଡ଼, ହିରଣ୍ୟ କୁମ୍ଭାର, ଡମ୍ବରୁଧର ସାହୁ, ଦୁର୍ଗା ମାଧବ ମହାକୁଡ଼, ଦୁର୍ଯ୍ୟୋଧନ ନାଏକ, ପ୍ରଭାତୀ ମଲ୍ଲିକ, ସୋନାଲି ବେହେରା, ନଳିନୀ ମୁଣ୍ଡଛିନ୍ନା ପ୍ରମୁଖ ନୂତନ କମିଟି ଗଠନରେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ପୁରୁଣା କମିଟି ଭଙ୍ଗ କରାଯାଇଥିଲା । ଅଭିଭାବକମାନଙ୍କ ମଧ୍ୟରୁ ପ୍ରଥମେ ୧୫ ଜଣଙ୍କୁ ପରିଚାଳନା କମିଟି ସଦସ୍ୟ ଭାବେ ଚୟନ କରାଯାଇଥିଲା । ତା’ପରେ ସେହି ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ସଭାପତି ଓ ଉପସଭାପତି ଭାବେ ଚୟନ କରାଯାଇଥିଲା ଏବଂ ୧୩ ଜଣ ସଦସ୍ୟ ସଭ୍ୟସଭ୍ୟା ଭାବେ ରହିଲେ । ଏହି ପରିପେକ୍ଷୀରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାବେ ଚାରୁଚନ୍ଦ୍ର ନାଗ ଓ ଉପସଭାନେତ୍ରୀ ଭାବେ ଶାନ୍ତିଲତା ପ୍ରଧାନୀଙ୍କୁ ସର୍ବ ସମ୍ମତି କ୍ରମେ ୨ ବର୍ଷ ପାଇଁ ମନୋନୀତ ହୋଇଥିଲେ। କମିଟି ସଦସ୍ୟ ଭାବେ ୫ ଜଣକୁ ଚୟନ କରାଯାଇଥିବା ବେଳେ କମିଟି ସଚିବ ବିଦ୍ୟାଳୟ ପ୍ରଧାନଶିକ୍ଷକ ପଦ୍ମଲୋଚନ ସୁନା, ବିଦ୍ୟାଳୟ ଶିକ୍ଷକ ପ୍ରତିନିଧି ମନୋଜ କୁମାର ମହାକୁଡ଼, ୱାର୍ଡ ମେମ୍ବର ଚନ୍ଦ୍ର ନାଏକ, ସଦସ୍ୟା ଭାବେ ଅଙ୍ଗନଓ୍‌ବାଡି କର୍ମୀ ନୃପତି ଭୋଇ, ଆଶାକର୍ମୀ ସରସ୍ବତୀ ଦଳେଇ ପ୍ରମୁଖ ମନୋନୀତ ହୋଇଥିବା ବେଳେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଶେଷରେ ସମସ୍ତ ମନୋନୀତ ସଭାପତି, ସଭାନେତ୍ରୀ, ସଭ୍ୟସଭ୍ୟା ଓ ସଦସ୍ୟସଦସ୍ୟାମାନେ ଗଣେଶ ମୂର୍ତ୍ତି ପାଖରେ କମିଟି କିଭଳି ସୁଚାରୁ ରୂପେ ପରିଚାଳନା କରାଯିବ ସେନେଇ ଶପଥ ନେଇଥିଲେ। ଏହି ପରିଚାଳନା କମିଟି ଗଠନ କାର୍ଯ୍ୟକ୍ରମରେ ୨ ଶହରୁ ଅଧିକ ଅଭିଭାବକ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ସହଯୋଗ କରିଥିବାବେଳେ ଶେଷରେ ଶିକ୍ଷକ ରାଧାମାଧବ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇଟାର ଜବାବ ଦେବୁ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

ମରିବୁ ପଛେ ଛାଡିବୁ ନାହିଁ : ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ମତ୍ସ୍ୟଜୀବୀ, ସମାଧାନ ନ ହେଲେ…

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ମରିବୁ ପଛେ ଛାଡିବୁ ନାହିଁ। ପ୍ରଶାସନ ଓ ପୋର୍ଟ କର୍ତ୍ତୃପକ୍ଷ ଆମକୁ ଦିନକୁ ଦିନ ଧୋକା ଦେବାରେ ଲାଗିଛନ୍ତି । ଏନେଇ ଆନ୍ଦୋଳନ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri