ପ୍ରଥମଥର ପାଇଁ ନୂଆ ନିୟମ: ପଞ୍ଜୀକରଣ ମାଧ୍ୟମରେ କପା ବିକିବେ ଚାଷୀ

ଭବାନୀପାଟଣା,୩୦ା୮(ଉତ୍ତମ କୁମାର ଦାଶ):ମଣ୍ଡିରେ ଧାନ ବିକ୍ରିକରିବା ପାଇଁ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି କିମ୍ବା ଧାନ କ୍ରୟ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଠାରେ ପଞ୍ଜୀକରଣ କରୁଥିବାବେଳେ କପାଚାଷୀ କିନ୍ତୁ କପାମଣ୍ଡିରେ ବିକ୍ରି କରିବା ପାଇଁ କୌଣସି ପଞ୍ଜୀକରଣ କରୁ ନ ଥିଲେ। ସେମାନେ ସିଧାସଳଖ କପା ଉତ୍ପାଦନକରି ମଣ୍ଡିକୁ ଯାଇ ବିକ୍ରି କରୁଥିଲେ। ଏଥର କିନ୍ତୁ ଭାରତୀୟ କପାସ ନିଗମ ଲିମିଟେଡ୍‌ କପାଚାଷୀଙ୍କ ପାଇଁ ନୂଆ ନିୟମ ଆଣିଛି। କପାମଣ୍ଡିରେ ବିକ୍ରିକରିବାକୁ ହେଲେ ଚାଷୀଙ୍କୁ ଆଗୁଆ ପଞ୍ଜୀକରଣ କରିବାକୁ ପଡ଼ିବ। ଆସନ୍ତା ସେପ୍ଟେମ୍ବର ୧ରୁ କପାଚାଷୀମାନେ ମୋବାଇଲ ଆପ୍‌ ‘କପାସ କିଷାନ’ ଜରିଆରେ କପା ବିକ୍ରିକରିବା ପାଇଁ ପଞ୍ଜୀକରଣ କରିପାରିବେ। ଏହି ପଞ୍ଜୀକରଣ ସେପ୍ଟେମ୍ବର ୩୦ ଯାଏ ଚାଲିବ ବୋଲି ଆର୍‌ଏମ୍‌ସିକୁ ଆସିଥିବା ଏକ ଚିଠିରୁ ଜଣାପଡ଼ିଛି।
କପା ଉତ୍ପାଦନରେ ପ୍ରଥମ ସ୍ଥାନରେ କଳାହାଣ୍ଡିର ନାମ ରହିଛି। ଜିଲାରେ ଉତ୍ପାଦିତ ହେଉଥିବା କପା ଏସିଆରେ ଉତ୍କୃଷ୍ଟ ମାନର ରହିଛି। ବାର୍ଷିକ ପ୍ରାୟ ୫ଶହ କୋଟିରୁ ଅଧିକ ମୂଲ୍ୟର କପା ଉତ୍ପାଦନ ହେଉଥିବାବେଳେ ଭିତ୍ତିଭୂମି ଅଭାବ ଯୋଗୁ ଆନୁଷଙ୍ଗିକ ଶିଳ୍ପ ନାହିଁ। ଏହାକୁ ନେଇ କପାଚାଷୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। କୃଷି ବିଭାଗର ତଥ୍ୟ ଅନୁଯାୟୀ, ଗତବର୍ଷ ୭୧ ହଜାର ୭୦୦ ହେକ୍ଟର ଜମିରେ କପା ଚାଷ ହୋଇଥିବାବେଳେ ସେଥିରୁ ୧ ଲକ୍ଷ ୫୦ ହଜାର ୪୨୬ ମେଟ୍ରିକ ଟନ୍‌ କପା ଉତ୍ପାଦନ ହୋଇଥିଲା। ଚଳିତବର୍ଷ ଜିଲାରେ ୭୨ ହଜାର ୧୦ ହେକ୍ଟର ଜମିରେ କପାଚାଷ ହୋଇଛି। ସେହିପରି ଜିଲାରେ କପା ବିକ୍ରିକରିବା ପାଇଁ ଆର୍‌ଏମ୍‌ସି ପକ୍ଷରୁ ୪ଟି ମଣ୍ଡି ରହିଛି। ସେଗୁଡିକ ହେଲା ଭବାନୀପାଟଣା ଆର୍‌ଏମ୍‌ସି ଅଧୀନରେ ଥିବା କର୍ଲାପଡ଼ା ଓ ଟୁଟିଙ୍ଗ, ଜୁନାଗଡ଼ ଆର୍‌ଏମ୍‌ସି ଅଧୀନରେ ଥିବା ଗୋଲାମୁଣ୍ଡା ବ୍ଲକ୍‌ର ଉଛଲା ଓ କେସିଙ୍ଗା ଆର୍‌ଏମ୍‌ସି ଅଧୀନରେ ଥିବା ଉତ୍କେଲା। ସରକାରୀ ମୂଲ୍ୟ ଅନୁଯାୟୀ କପାର ଏମ୍‌ଏସ୍‌ପି ୭୧୨୧ ରହିଥିବାବେଳେ ଖୋଲା ବଜାରରେ ଏହାର ମୂଲ୍ୟ ଅଧିକ ଦେଇ ଚାଷୀଙ୍କଠାରୁ ବେପାରୀ କପା କିଣିନେଇଥାନ୍ତି। କଳାହାଣ୍ଡି ଜିଲାରୁ ଉତ୍ପାଦିତ କପା ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଆଦି ରାଜ୍ୟର ବିଭିନ୍ନ କମ୍ପାନୀ ଓ ଦଲାଲମାନେ କ୍ରୟକରି ଦେଶବିଦେଶକୁ ପଠାଇ ମୁନାଫା କମାଉଛନ୍ତି। ଜିଲାରେ ସ୍ପିନିଂ ମିଲ୍‌ କିମ୍ବା ବୟନ ଶିଳ୍ପର ଭିତ୍ତିଭୂମି ନ ଥିବା ଯୋଗୁ କଞ୍ଚାମାଲ ଥାଇ ମଧ୍ୟ କଳାହାଣ୍ଡି ଜିଲା ପଛରେ ରହିଛି। ଜିଲାର କେସିଙ୍ଗାଠାରେ ସରକାରଙ୍କ ଦ୍ୱାରା ନିର୍ମିତ କୋଣାର୍କ ସ୍ପିନିଂ ମିଲ୍‌ ଦେଖି ଜିଲାର ଚାଷୀ କପାଚାଷ ଆରମ୍ଭ କରିଥିଲେ। ସମୟକ୍ରମେ ଜିଲାର କପାଚାଷ ରାଜ୍ୟରେ ୧ ନମ୍ବର ହୋଇଥିଲା। ହେଲେ କୋଣାର୍କ ସ୍ପିନିଂ ମିଲ୍‌ ବନ୍ଦ ହୋଇଗଲା। ଓଡ଼ିଶାର କେବଳ କଳାହାଣ୍ଡି ଜିଲାର ଭବାନୀପାଟଣାଠାରେ ଏକମାତ୍ର ଗବେଷଣା କେନ୍ଦ୍ର ଅଲ ଇଣ୍ଡିଆ କଟନ ରିସର୍ଚ୍ଚ ପ୍ରୋଗ୍ରାମ ରହିଛି। ଓଡ଼ିଶାରେ ରାଶି ୫୬୯, ତୁଳସୀ ତାକତ, କନକ, ବନ୍ଦୀ ଓ ରାଜା ପ୍ରଜାତିର ବିଟି କଟନ ବିହନ ଚାଷ ହେଉଛି। ରାଜ୍ୟ ସରକାର ବିଟି କଟନକୁ ସ୍ବୀକୃତି ଦେଇ ନ ଥିବାବେଳେ ଚାଷୀମାନେ କିନ୍ତୁ ଏଥିପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। କଳାହାଣ୍ଡିର ଚାଷୀ ବିଟି କଟନ ଚାଷକରି ଓଡ଼ିଶା ଜାତୀୟ କପା ଉତ୍ପାଦନ ହାର ସହ ସମାନ ଥିବା ବେଳେ ଏଠାରେ ସମଗ୍ର ଏସିଆର ଉତ୍କୃଷ୍ଟ ମାନର କପା ଉତ୍ପାଦନ କରିଥାନ୍ତି। ଧାନର ବିକଳ୍ପ ଭାବରେ ଚାଷ କରୁଥିବା ଚାଷୀମାନେ କପା ଅମଳ ପରେ ଅଧିକ ଲାଭ ପାଇବେ ବୋଲି ଆଶା ବାନ୍ଧିଥାନ୍ତି। କିନ୍ତୁ ଜିଲାରେ ସରକାରଙ୍କ ୱିନିଂ ଓ ସ୍ପିନିଂ ମିଲ୍‌ ନ ଥିବା ଯୋଗୁ ବାହାର ଦଲାଲ ରାଜ୍ୟ ବାହାରକୁ ନେଉଛନ୍ତି। କେସିଙ୍ଗାଠାରେ ଥିବା କୋଣାର୍କ ସ୍ପିନିଂ ମିଲ୍‌ ପୁନଶ୍ଚ କାର୍ଯ୍ୟକାରୀ ହେଲେ ଚାଷୀଙ୍କ ପାଇଁ ସୁଯୋଗ ସୃଷ୍ଟିହେବ ଏଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?