ଅନ୍ତରୁ ନୂଆ ମାର୍ଗ

କଂଗ୍ରେସ ୨୮ ଡିସେମ୍ବରରେ ତା’ର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ନୂଆଦିଲ୍ଲୀସ୍ଥିତ ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ ବରିଷ୍ଠ ନେତା ଏ.କେ. ଆଣ୍ଟୋନି ଦଳୀୟ ପତାକାକୁ ଉତ୍ତୋଳନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁତ୍ର ତଥା ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବାକୁ ନେଇ ବିଭିନ୍ନ ଆଡ଼ୁ ପ୍ରଶ୍ନ ଉଠିଛି। କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ ପୂର୍ବଦିନ ଇଟାଲୀ ଭ୍ରମଣରେ ଯାଇଥିବା ସୋନିଆ ଓ ରାହୁଲ ହୁଏତ ସମଗ୍ର ଦେଶକୁ ବିଶେଷକରି କଂଗ୍ରେସକର୍ମୀଙ୍କୁ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ପ୍ରତିଷ୍ଠା ଦିବସକୁ ସେମାନେ ଭୁଲିଯାଇଥିବେ ଚିନ୍ତା କରିବା ଭୁଲ ହେବ। ଯଦି ତା’ ନ ହୁଏ, ତେବେ ବୁଝିବାକୁ ହେବ ଯେ ଗାନ୍ଧୀ ପରିବାରକୁ ବାଦ୍‌ ଦେଇ କଂଗ୍ରେସ ନେତୃବୃନ୍ଦ ଯଦି ନିଜର ପଥ ଆଲୋକିତ କରିପାରିବେ ତେବେ ସୋନିଆ-ରାହୁଲଙ୍କ କୌଣସି ଆପତ୍ତି ନାହିଁ। କିନ୍ତୁ କଂଗ୍ରେସରେ ବିଦ୍ରୋହର ସ୍ବର ଉତ୍ତୋଳନ କରିଥିବା ଅଧିକାଂଶ ନେତାଙ୍କର ନିଜସ୍ବ ଏକ ସୁରକ୍ଷିତ ଲୋକ ସଭା ନିର୍ବାଚନମଣ୍ଡଳୀ ନାହିଁ। ସେମାନେ ହେଉଛନ୍ତି ମୁଖ୍ୟତଃ ରାଜ୍ୟ ସଭା ଆସନ ଅକ୍ତିଆର କରିଥିବା ହିରୋ। ତେବେ କଂଗ୍ରେସ ପକ୍ଷରୁ ସଫେଇ ଦିଆଯାଇଛି ଯେ, ରାହୁଲଙ୍କ ଆଈମା ଇଟାଲୀର ମିଲନ୍‌ରେ ରହୁଥିବାରୁ ତାଙ୍କୁ ଦେଖିବା ପାଇଁ ବ୍ୟକ୍ତିଗତ କାର୍ଯ୍ୟରେ ସେ ସେଠାକୁ ଯାଇଛନ୍ତି। ଅନ୍ୟପକ୍ଷରେ କେତେକେ କହୁଛନ୍ତି ଯେ, କଂଗ୍ରେସର ପ୍ରିନ୍ସ ନୂଆବର୍ଷ କଟାଇବା ପାଇଁ ଇଟାଲୀ ଯାଇଛନ୍ତି। ସୋସିଆଲ ମିଡିଆରେ ରାହୁଲଙ୍କୁ କଟାକ୍ଷ କରାଯାଇ ମନ୍ତବ୍ୟ ଦିଆଯାଉଛି। କୁହାଯାଉଛି ରାଜନୀତି ପ୍ରତି ରାହୁଲ ଆଉ ତତ୍ପର ନ ଥିବାରୁ ବ୍ୟକ୍ତିଗତ କାର୍ଯ୍ୟରେ ସମୟ ବିନିଯୋଗ କରୁଛନ୍ତି। ଯଦି ସୋସିଆଲ ମିଡିଆ କଥା ସତ୍ୟ ହୋଇଥାଏ ସେଥିରେ ଦେଶବାସୀଙ୍କର କୌଣସି ଆପତ୍ତି ରହିବା କଥା ନୁହେଁ। ଏହାବ୍ୟତୀତ ରାହୁଲଙ୍କ ତଥାକଥିତ ଖାମଖିଆଲ ମନୋଭାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସ୍ବାଗତଯୋଗ୍ୟ ହେବା କଥା। ଆଜିର ସରକାର କୌଣସି ରାଜନୈତିକ ବିରୋଧର ସମ୍ମୁଖୀନ ହେଉନାହିଁ। ହୁଏତ ସେଥିପାଇଁ ମନଇଚ୍ଛା ଆଇନ ପ୍ରଣୟନ କରିବା ଫଳରେ ଦେଶବ୍ୟାପୀ ଅଶାନ୍ତି କ୍ରମଶଃ ସୃଷ୍ଟି ହେଉଛି।
ପୁରୁଣା ଜାତୀୟ ଦଳ ଭାବେ କଂଗ୍ରେସ ଏବେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ପାର୍ଲାମେଣ୍ଟରେ ବିରୋଧୀ ଆସନରେ ବସିବା ପାଇଁ ସର୍ବନିମ୍ନ ଯେତିକି ଆସନ ଦରକାର ତାହା ସେହି ଦଳ ପାଇପାରିଲା ନାହିଁ। ସଦ୍ୟ ଘଟଣା ଦେଖିଲେ ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟ ପ୍ରଦର୍ଶନ ଯୋଗୁ ନିର୍ବାଚନ ପୂର୍ବର ମେଣ୍ଟରେ ଥିବା ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଶାସନ ଗାଦିରେ ବସିପାରିଲା ନାହିଁ। ଓଡ଼ିଆରେ ଢଗ ଅଛି-‘ଯେଉଁ ଡାଳକୁ ଧରିଲେ, ସେହି ଡାଳ ଭାଙ୍ଗିଲା’। କଂଗ୍ରେସ ସ୍ଥିତି ସେହିଭଳି ହୋଇଛି। ତାଙ୍କ ସାଙ୍ଗରେ ଯିଏ ମେଣ୍ଟ ବାନ୍ଧିଲା ସିଏ ମଧ୍ୟ ବୁଡ଼ିଲା। ଏଥିରୁ ବୁଝିବାକୁ ହେବ ଯେ, କଂଗ୍ରେସ ଏକ ମୃତ ଘୋଡ଼ା। ଛାଟ ମାରିଲେ ମଧ୍ୟ ଦୌଡ଼ିପାରିବ ନାହିଁ। ଅଦ୍ୟାବଧି କଂଗ୍ରେସ ଜଣେ ପୂର୍ଣ୍ଣକାଳୀନ ସଭାପତି ବାଛିବାରେ ସକ୍ଷମ ହୋଇପାରୁ ନାହିଁ। ଦଳରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଦେଖା ଦେଉଥିବାରୁ ଜଣେ ପରେ ଜଣେ ନେତା କଂଗ୍ରେସ ଛାଡ଼ୁଛନ୍ତି। ନେତୃତ୍ୱ ନେବାରେ ବରିଷ୍ଠ ନା ଯୁବବର୍ଗଙ୍କୁ ଗୁରୁତ୍ୱ ଦିଆଯିବ, ସେନେଇ ସ୍ପଷ୍ଟ ବାର୍ତ୍ତା ଦଳୀୟ କର୍ମୀଙ୍କ ନିକଟକୁ ଯାଇପାରୁନାହିଁ। ଅନ୍ୟପଟେ ଜନସାଧାରଣ ବାରମ୍ବାର କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଚାଲିଛନ୍ତି। ଦଳୀୟ କନ୍ଦଳ ବିଷୟରେ ଅନେକ ଚର୍ଚ୍ଚା ହେଉଛି।
୨୮ ଡିସେମ୍ବରରେ ଏଆଇସିସି ପକ୍ଷରୁ ତା’ର ସଦସ୍ୟମାନଙ୍କୁ ‘ତ୍ରିରଙ୍ଗା ଯାତ୍ରା’ ଓ ଅନ୍ୟାନ୍ୟ ଅଭିନବ ଅଭିଯାନ କରିବା ଲାଗି କୁହାଯାଇଛି। କେବଳ ପରାମର୍ଶ, ହାଇକମାଣ୍ଡ୍‌ଙ୍କ ନିର୍ଦ୍ଦେଶରେ ଦଳ ସୁଦୃଢ଼ ହୋଇ ନ ଥାଏ। ଜନପ୍ରିୟତା ପାଇବାକୁ ହେଲେ ଲୋକଙ୍କ ସହ ନିରନ୍ତର ମିଶି କାମ କରିବାକୁ ପଡ଼େ। ସେଥିପାଇଁ ଯେଉଁ ନେତୃତ୍ୱ ଏବଂ ସେହି ନେତୃତ୍ୱର ଯେଉଁ ଚରିତ୍ରର ଆବଶ୍ୟକତା ରହିଛି, ତାହାର କୌଣସି ଆଭାସ କଂଗ୍ରେସରେ ମିଳୁନାହିଁ। ପୃଥିବୀବ୍ୟାପୀ ଗଣତାନ୍ତ୍ରିକ ଦେଶଗୁଡ଼ିକରେ ଦେଖିବାକୁ ମିଳେ ଯେ, କ୍ଷମତା ହରାଇବା ପରେ ମଧ୍ୟ ଅନେକ ରାଜନୈତିକ ଦଳ ଏବଂ ନେତା ନିଜର କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଚକ୍ଷୁରେ ରହିବା ସହିତ ସଙ୍ଗଠନକୁ ବଞ୍ଚାଇକରି ରଖିପାରିଛନ୍ତି। ସେହି ଦିଗରେ ଭାରତୀୟ ଜାତୀୟ କଂଗ୍ରେସର ରେକର୍ଡ ଅତ୍ୟନ୍ତ ଖରାପ। କ୍ଷମତାରେ ଥିବାବେଳେ ସବୁ ଦଳ ପାଇଁ ଲୋକବଳ, ବାହୁବଳ ଏବଂ ଅର୍ଥବଳ ବନ୍ୟା ଭଳି ମାଡ଼ିଆସେ। କ୍ଷମତାରୁ ଯିବା ପରେ ବାସ୍ତବ ସାଙ୍ଗଠନିକ ଶକ୍ତି କେତେ ଅଛି ପ୍ରମାଣିତ ହୁଏ। ଉଦାହରଣ ଭାବେ ଭାଜପାକୁ ଦେଖାଯାଇପାରେ। ଗତ ଶତାବ୍ଦୀର ୮୦ ଦଶନ୍ଧିରେ ଭାଜପାର ମାତ୍ର ଦୁଇଜଣ ସଦସ୍ୟ ଲୋକ ସଭାରେ ଥିବାବେଳେ ୧୯୯୮ରେ ସଂଖ୍ୟାଲଘୁ ସରକାର ଗଢ଼ିପାରିଥିଲା। ତାହା ଥିଲା ବାଜପେୟୀଙ୍କ ଭାଜପା ସରକାର। ୨୦୦୪ରେ ବାଜପେୟୀ ସରକାରଙ୍କ ପତନ ପରେ ଭାଜପାର ଶକ୍ତି ୧୦ ବର୍ଷ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ସେହି ଦଶନ୍ଧିରେ ଆଡ୍‌ଭାନୀଙ୍କ ନେତୃତ୍ୱକୁ ଦେଶବାସୀ ସ୍ବୀକାର କଲେ ନାହିଁ। ୨୦୧୩ ମସିହାରେ ଯେତେବେଳେ ଭାଜପା ଏକ ନୂଆ ମୁଖ ଭାବେ ନରେନ୍ଦ୍ର ମୋଦିଙ୍କୁ ଆଣିଲା ସେତେବେଳେ ଭୋଟର ତାହାକୁ ସ୍ବୀକାର କଲେ। କଂଗ୍ରେସର ସମସ୍ୟା ହେଲା ଯେ ଏକ ଦଶନ୍ଧି ମଧ୍ୟରେ କୌଣସି ନୂଆ ଚିନ୍ତାଧାରା ବା ନେତୃତ୍ୱ ଆଣିପାରୁ ନାହିଁ। ସେଥିପାଇଁ ତାହାର ପ୍ରବେଶ ଦେଶର ହୃଦୟ ଭିତରକୁ ହୋଇପାରୁ ନାହିଁ। କଂଗ୍ରେସବାଲା ସାଧାରଣରେ ଜିତିଲା ବେଳକୁ ନିଜର ବାହାଦୁରି ଦେଖାନ୍ତି। ହାରିଲେ ତାହା ଗାନ୍ଧୀ ପରିବାର ଦୋଷ ବୋଲି କୁହନ୍ତି। ଏହିଭଳି ଅନେକ ମୌଳିକ ଦୁର୍ବଳତା କଂଗ୍ରେସକୁ ପୁନର୍ଜୀବିତ ହେବାକୁ ଦେଉନାହିଁ। କଂଗ୍ରେସ ଯେତେଶୀଘ୍ର ନିପାତ ହୋଇଯିବ, ଦେଶ ପାଇଁ ସେତିକି ଭଲ। ଇତିହାସକୁ ଦେଖିଲେ ମଧ୍ୟବିତ୍ତ ଏବଂ ବୁଦ୍ଧିଜୀବୀ ସବୁବେଳେ ସମାଜକୁ କ୍ଷତି ପହଞ୍ଚାଇ ଥାଆନ୍ତି। ଧନୀଙ୍କ ପ୍ରତି ହିଂସା ଏବଂ ଗରିବଙ୍କ ପ୍ରତି ଘୃଣା କରୁଥିବା ଏହି ବର୍ଗ ଯେତେବେଳେ ଆନ୍ଦୋଳନ କରେ ତାହାର ପରବର୍ତ୍ତୀ ଫଳସ୍ବରୂପ ଜଣେ ଅଗଣତାନ୍ତ୍ରିକ ଏକଚ୍ଛତ୍ରବାଦୀ ଶାସକ ସୃଷ୍ଟି ହୋଇଥାଏ। ଏହାର ଏକ ସୁନ୍ଦର ଉଦାହରଣ ଆରବ ସ୍ପ୍ରିଙ୍ଗ୍‌ ବିପ୍ଳବରୁ ଦେଖାଦେଇଥିଲା। ଯେତେବେଳେ ଚାଷୀ, ମୂଲିଆ ଏବଂ ଖଟିଖିଆଙ୍କ ଦ୍ୱାରା ବିପ୍ଳବ ଆସିଛି ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇଛି। ସେହି ନୂଆ ବ୍ୟବସ୍ଥା ଲୋକାଭିମୁଖୀ ଏବଂ ଗଣତାନ୍ତ୍ରିକ ହେବାର ସବୁବେଳେ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି।
ଯେହେତୁ କଂଗ୍ରେସ ଚରିତ୍ରରେ ପରିବର୍ତ୍ତନ ଆଣିବାର କୌଣସି ଉଦାହରଣ ନାହିଁ, ସେଥିପାଇଁ ସେହି ଦଳର ଅନ୍ତ ଭାରତକୁ ଏକ ନୂଆ ମାର୍ଗ ଦେଖାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?