Posted inଖେଳ

ଯୁବବର୍ଗ ପାଇଁ ଓଡ଼ିଶା ସରକାରଙ୍କ ନୂଆ ପଦକ୍ଷେପ

ଭୁବନେଶ୍ୱର, ୨୯ା୧୧(ବିଜୟ ରଣା): ଓଡ଼ିଶାର ଯୁବକମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ସରକାର ଆଉ ଏକ ନୂଆ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ନିକଟରେ ‘ନୂଆ ଓ’ କାର୍ଯ୍ୟକ୍ରମର ଘୋଷଣା କରିଥିଲେ। ଏଥିରେ କ୍ରୀଡ଼ା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ। ସମଗ୍ର ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ। ୧୩ରୁ ୩୫ ବର୍ଷ ବୟସ ବର୍ଗରେ ୬ଟି ବିଭାଗରେ ଖେଳ ଯଥା ଖୋ-ଖୋ, କ୍ରିକେଟ, ହକି, ଫୁଟ୍‌ବଲ, ଭଲିବଲ୍‌ ଅନୁଷ୍ଠିତ ହେବ। ପୁରୁଷ ଓ ମହିଳା କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ଲାଗି ବର୍ତ୍ତମାନ ୪୭,୦୦୦ରୁ ଊର୍ଦ୍ଧ୍ୱ ଟିମ୍‌ ପଞ୍ଜୀକୃତ କରିଛନ୍ତି। ତନ୍ମଧ୍ୟରୁ ୧୯,୭୦୧ ଦଳ କ୍ରିକେଟ, ୮,୩୮୫ ଦଳ ଫୁଟ୍‌ବଲ, ୭,୫୬୭ ଦଳ ଭଲିବଲ ଏବଂ ୬୨୦୨ ଦଳ କବାଡ଼ିରେ ଭାଗ ନେବାକୁ ଥିବାବେଳେ ଖୋ ଖୋ ଓ ହକିରେ ଯଥାକ୍ରମେ ୪,୨୦୯ ଏବଂ ୧,୬୮୩ ଦଳ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ମହିଳା କାଟେଗୋରିରେ ୫,୦୦୦ ଟିମ୍‌ ପଞ୍ଜୀକୃତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଯଥା ବ୍ଲକ ଲେଭଲ/ୟୁବି ଲେଭଲ, ଇନଷ୍ଟିଚ୍ୟୁଶନାଲ ଲେଭଲ, ଡିଷ୍ଟ୍ରିକ୍ଟ ଲେଭଲ ୪ଟି ସ୍ତରରେ ହେବ। ବ୍ଲକ/ୟୁବି ଲେଭଲରେ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ହେବ। ଇନଷ୍ଟିଚ୍ୟୁଶନାଲ ସ୍ତରରେ ସମାଜସେବା ଓ କାର୍ଯ୍ୟକଳାପ ବ୍ୟବସ୍ଥା ରହିଛି। ଜିଲା ଓ ରାଜ୍ୟସ୍ତରରେ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ହେବ। ଏଥିରେ ସାମାଜିକ ସଚେତନତା ପାଇଁ ୟୁଥ ଫେଷ୍ଟିଭାଲ, ଡିଜିଟାଲ ଏନଗେଜମେଣ୍ଟ ଏବଂ ସୋସିଆଲ ମିଡିଆ ପ୍ରତିଯୋଗିତା ରହିବ। ଏହି ପ୍ରୋଗ୍ରାମରେ ମାଗଣା ସ୍ପୋଟର୍‌ସ କିଟ୍‌ ସହ ଆର୍ଥତ୍କ ପୁରସ୍କାର ବ୍ୟବସ୍ଥା ରହିଛି। ‘ନୂଆ ଓ’ କାର୍ଯ୍ୟକ୍ରମକୁ ସଫଳତାର ସହ ଆଗେଇନେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ହାୟର ଏଜୁକେଶନ, ସ୍କୁଲ ଆଣ୍ଡ ମାସ୍‌ ଏଜୁକେଶନ, ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକ୍‌ନିକାଲ ଏଜୁକେଶନ, ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକ୍‌ନିକାଲ ଏଜୁକେଶନ, ଏସ୍‌ଟି ଆଣ୍ଡ୍‌ ଏସ୍‌ସି ଡେଭଲପମେଣ୍ଟ, ହେଲ୍‌ଥ ଆଣ୍ଡ୍‌ ଫ୍ୟାମିଲି ଓ୍ବେଲଫେୟାର, ଏଗ୍ରିକଲଚର ଆଣ୍ଡ ଫାର୍ମର୍ସ ଏମ୍ପାଓ୍ବାରମେଣ୍ଟ ବିଭାଗ ବ୍ୟତୀତ କ୍ରୀଡ଼ା ଯୁବସେବା ବିଭାଗ, ଜିଲା ପ୍ରଶାସନ ଓ ରାଜ୍ୟ କ୍ରୀଡ଼ା ଆସୋସିଏଶନ ମିଳିତ ଭାବେ କାର୍ଯ୍ୟକରିବେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri