Posted inଜାତୀୟ

ଷ୍ଟାଟ୍‌ଅପ୍‌ ମାଧ୍ୟମରେ ଗଠନ ହେବ ନୂଆ ଭାରତ…

ନୂଆଦିଲ୍ଲୀ, ୨୯।୫ : ଦେଶରେ ଷ୍ଟାଟ୍‌ଅପ୍‌ ଦ୍ୱାରା ବିକାଶ ହେବାରେ ଲାଗିଛି। ଷ୍ଟାଟ୍‌ଅପ୍‌ ଦ୍ୱାରା ନୂଆ ଭାରତ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମର ୮୯ ସଂସ୍କରଣରେ ରବିବାର ସୂଚନା ପ୍ରଦାନ କରିଛନ୍ତି।

ଦେଶରେ ୟୁନିକର୍ନ ସଂଖ୍ୟା ୧୦୦ ପାର୍‌ ହୋଇଛି। ଷ୍ଟାଟ୍‌ଅପ୍‌ ଗଠନ ନେଇ ଛୋଟଛୋଟ ସହର ଏବେ ଆଗୁଆ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶ ଅନେକ ଭାଷା, ସ୍କ୍ରିପ୍ଟ ଏବଂ ଉପଭାଷାରେ ସମୃଦ୍ଧ। ବିଭିନ୍ନ ଅଞ୍ଚଳରେ ଭିନ୍ନ ପୋଷାକ, ଖାଦ୍ୟ ଏବଂ ସଂସ୍କୃତି ହେଉଛି ଆମର ପରିଚୟ। ଏହି ବିବିଧତା ଆମକୁ ଏକ ରାଷ୍ଟ୍ର ଭାବରେ ଅଧିକ ଶକ୍ତିଶାଳୀ କରିଥାଏ।

ପ୍ରଧାନମନ୍ତ୍ରୀ ତୀର୍ଥସ୍ଥାନ ସମ୍ପର୍କରେ କହିଛନ୍ତିି ଯେ, ଏସବୁ ଅଞ୍ଚଳର ସମ୍ମାନ ରକ୍ଷା କରିବା ଆବଶ୍ୟକ। ଉତ୍ତରାଖଣ୍ଡରେ ଚାର ଧାମର ପବିତ୍ର ତୀର୍ଥଯାତ୍ରା ଚାଲିଛି। ପ୍ରତିଦିନ ହଜାର ହଜାର ଭକ୍ତ ଏଠାରେ ପହଞ୍ଚୁଛନ୍ତି। କିନ୍ତୁ ମୁଁ ଦେଖିଛି ଯେ କେଦାରନାଥରେ କିଛି ତୀର୍ଥଯାତ୍ରୀଙ୍କ ଦ୍ୱାରା ଅପରିଷ୍କାର କରାଯିବା ଯୋଗୁ ଭକ୍ତମାନେ ଅସନ୍ତୁଷ୍ଟ ହେଉଛନ୍ତି। ଅନେକ ଲୋକ ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିଛନ୍ତି। ଯଦି ଆମେ ଏକ ପବିତ୍ର ତୀର୍ଥଯାତ୍ରାରେ ଯିବା ଏବଂ ସେଠାରେ ଏକ ମଇଳା ଜମା କରିବା । ତାହା କେବେ ମଧ୍ୟ ଠିକ ନୁହେଁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ୨୧ ଜୁନ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ଯାଉଛୁ। ଏଥର ଯୋଗ ଦିବସର ବିଷୟବସ୍ତୁ ହେଉଛି ମାନବିକତା ପାଇଁ ଯୋଗ। ଯୋଗ ଦିବସକୁ ଉତ୍ସାହର ସହିତ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ବର୍ତ୍ତମାନଠାରୁ ଯୋଗ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯୋଗ ଦିବସରେ ଯୋଗଦେବାକୁ ସମସ୍ତଙ୍କୁ ପ୍ରେରଣା ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପୁଣିଥରେ ଦେଶରେ ଲକଡାଉନ୍‌ ଲାଗୁ କରିପାରନ୍ତି’, ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ପରେ ଏମିତି କହିଲେ…

ନୂଆଦିଲ୍ଲୀ,୨୭।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାର ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ପଶ୍ଚିମ ବର୍ଦ୍ଧମାନରେ…

ଇରାନ ସଂଘର୍ଷ ଭିତରେ ଭାରତ ପାଇଁ ଆଶ୍ବସ୍ତି, ଆସିଲା LPG ବୋଝେଇ ଟ୍ୟାଙ୍କର

ନୂଆଦିଲ୍ଲୀ,୨୭ା୩: ଭାଡିନାର ବନ୍ଦରରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଖବର ମିଳିଛି । ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଆଶ୍ୱସ୍ତିର ସଙ୍କେତ ଦେଖାଦେଇଛି । ଏଲପିଜି ବୋଝେଇ…

ଥରିଲା ପୃଥିବୀ, ଭାରତରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ,୨୭ା୩: ଶୁକ୍ରବାର ସକାଳେ ଲେହ ଲଦାଖରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯…

ପେଟ୍ରୋଲ-ଡିଜେଲ ଶସ୍ତା କଲେ ସରକାର, ହ୍ରାସ ହେଲା ଉତ୍ପାଦ ଶୁଳ୍କ, ଜାଣନ୍ତୁ ପ୍ରତି ଲିଟର କେତେ…

ନୂଆଦିଲ୍ଲୀ,୨୭ା୩: ଆମେରିକା-ଇରାନ ଯୁଦ୍ଧ ଯୋଗୁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବୃଦ୍ଧିର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉଭୟ ଉପରେ ଅତିରିକ୍ତ ଉତ୍ପାଦ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri