Posted inଜାତୀୟ

ଗୁଗଲ ଡକ୍ୟୁମେଣ୍ଟରେ ନୂଆ ଫିଚର

ନୂଆଦିଲ୍ଲୀ, ୧।୫: ସର୍ବବୃହତ୍‌ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ ନିୟମିତ ବ୍ୟବଧାନରେ ଛୋଟ ଛୋଟ ପରିବର୍ତ୍ତନ ମାଧ୍ୟମରେ ନିଜ ଗ୍ରାହକଙ୍କୁ ବାନ୍ଧି ରଖିବାକୁ ପ୍ରୟାସ ଜାରି ରଖିଛି। ନିକଟରେ ଗୁଗଲ ଡକ୍ୟୁମେଣ୍ଟ ଆପ୍ଲିକେଶନ ବ୍ୟବହାରକାରୀଙ୍କ ପାଇଁ ନୂଆ ଫିଚର ଆଣିଛି। ଏଣିକି ୟୁଜର୍ସ ଏଥିରେ ନିଜ ପସନ୍ଦ ମୁତାବକ ଇମୋଜି ଯୋଡ଼ିପାରିବେ, ଯାହା ସେମାନଙ୍କୁ ନୂଆ ଅନୁଭୂତି ପ୍ରଦାନ କରିବ ବୋଲି ଗୁଗଲ ପକ୍ଷରୁ କୁହାଯାଇଛି।
ବିଶ୍ୱବ୍ୟାପୀ ବିଭିନ୍ନ ବିଷୟରେ ସୂଚନା ଜାଣିବା ପାଇଁ ଗୁଗଲ ସର୍ଚ୍ଚ ଇଞ୍ଜିନ୍‌ ଭରସାଯୋଗ୍ୟ ମାଧ୍ୟମ ପାଲଟିଛି। ୟୁଜର୍ସଙ୍କ ଦାବି ଅନୁଯାୟୀ ଆପ୍ଲିକେଶନଗୁଡ଼ିକୁ ନିୟମିତ ବ୍ୟବଧାନରେ ଅପଡେଟ୍‌ କରିବା ଦିଗରେ ଗୁଗଲ୍‌ ବେଶ୍‌ ଆଗୁଆ। ଏହି ପରିପ୍ରେକ୍ଷୀରେ ଗୁଗଲ ନିଜ ଡକ୍ୟୁମେଣ୍ଟ ଆପ୍ଲିକେଶନକୁ ଅପ୍‌ଡେଟ୍‌ କରିବା ସହ ଏଥିରେ ନୂଆ ଫିଚର ଯୋଡ଼ିଛି। ଏବେ ଗୁଗଲ ୟୁଜର୍ସ ଡକ୍ୟୁମେଣ୍ଟ ଲେଖିବା ସମୟରେ ଇମୋଜି ବ୍ୟବହାର କରିପାରିବେ। ଏଥିଲାଗି ଅନ୍ୟ ସ୍ଥାନରୁ ଇମୋଜି ଆଣିବା ଆବଶ୍ୟକ ପଡ଼ିବ ନାହିଁ। କାରଣ ଗୁଗଲ ଡକ୍ୟୁମେଣ୍ଟରେ ଇମୋଜି ଯୋଡ଼ି ଦିଆଯାଇଛି। ଫଳରେ ନିଜ ପସନ୍ଦର ଇମୋଜି ବ୍ୟବହାର କରି ଜଣେ ବ୍ୟବହାରକାରୀ ମନର ଭାବନା ବ୍ୟକ୍ତ କରିପାରିବେ।
୨୦୦୬ ମାର୍ଚ୍ଚ ୯ରେ ପ୍ରଥମ ଥର ପାଇଁ ଗୁଗଲ ଡକ୍ୟୁମେଣ୍ଟ ଆପ୍ଲିକେଶନ ଆରମ୍ଭ ହୋଇଥିଲା। ସାଧାରଣତଃ କୌଣସି କଣ୍ଟେଣ୍ଟ ଲେଖିବା ପାଇଁ ଗୁଗଲ ଡକ୍ୟୁମେଣ୍ଟ ଆପ୍ଲିକେଶନ ବ୍ୟବହାର କରାଯାଏ। ଏହା ଦେୟମୁକ୍ତ। ଗୁଗଲ ଡକ୍ୟୁମେଣ୍ଟରେ ଉଲ୍ଲେଖିତ ତଥ୍ୟକୁ ଗୋଟିଏ ସମୟରେ ଏକାଧିକ ବ୍ୟକ୍ତି ଦେଖିପାରିବେ। ଏଥିରେ ଆବଶ୍ୟକ ସଂଶୋଧନ କିମ୍ବା ତଥ୍ୟ ଯୋଡ଼ିପାରିବା ସୁବିଧା ରହିଛି। ଏହାକୁ ୧୦୦ ଭାଷାରେ ବ୍ୟବହାର କରାଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri