Posted inଜାତୀୟ

ଗୁଗଲ ଡକ୍ୟୁମେଣ୍ଟରେ ନୂଆ ଫିଚର

ନୂଆଦିଲ୍ଲୀ, ୧।୫: ସର୍ବବୃହତ୍‌ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ ନିୟମିତ ବ୍ୟବଧାନରେ ଛୋଟ ଛୋଟ ପରିବର୍ତ୍ତନ ମାଧ୍ୟମରେ ନିଜ ଗ୍ରାହକଙ୍କୁ ବାନ୍ଧି ରଖିବାକୁ ପ୍ରୟାସ ଜାରି ରଖିଛି। ନିକଟରେ ଗୁଗଲ ଡକ୍ୟୁମେଣ୍ଟ ଆପ୍ଲିକେଶନ ବ୍ୟବହାରକାରୀଙ୍କ ପାଇଁ ନୂଆ ଫିଚର ଆଣିଛି। ଏଣିକି ୟୁଜର୍ସ ଏଥିରେ ନିଜ ପସନ୍ଦ ମୁତାବକ ଇମୋଜି ଯୋଡ଼ିପାରିବେ, ଯାହା ସେମାନଙ୍କୁ ନୂଆ ଅନୁଭୂତି ପ୍ରଦାନ କରିବ ବୋଲି ଗୁଗଲ ପକ୍ଷରୁ କୁହାଯାଇଛି।
ବିଶ୍ୱବ୍ୟାପୀ ବିଭିନ୍ନ ବିଷୟରେ ସୂଚନା ଜାଣିବା ପାଇଁ ଗୁଗଲ ସର୍ଚ୍ଚ ଇଞ୍ଜିନ୍‌ ଭରସାଯୋଗ୍ୟ ମାଧ୍ୟମ ପାଲଟିଛି। ୟୁଜର୍ସଙ୍କ ଦାବି ଅନୁଯାୟୀ ଆପ୍ଲିକେଶନଗୁଡ଼ିକୁ ନିୟମିତ ବ୍ୟବଧାନରେ ଅପଡେଟ୍‌ କରିବା ଦିଗରେ ଗୁଗଲ୍‌ ବେଶ୍‌ ଆଗୁଆ। ଏହି ପରିପ୍ରେକ୍ଷୀରେ ଗୁଗଲ ନିଜ ଡକ୍ୟୁମେଣ୍ଟ ଆପ୍ଲିକେଶନକୁ ଅପ୍‌ଡେଟ୍‌ କରିବା ସହ ଏଥିରେ ନୂଆ ଫିଚର ଯୋଡ଼ିଛି। ଏବେ ଗୁଗଲ ୟୁଜର୍ସ ଡକ୍ୟୁମେଣ୍ଟ ଲେଖିବା ସମୟରେ ଇମୋଜି ବ୍ୟବହାର କରିପାରିବେ। ଏଥିଲାଗି ଅନ୍ୟ ସ୍ଥାନରୁ ଇମୋଜି ଆଣିବା ଆବଶ୍ୟକ ପଡ଼ିବ ନାହିଁ। କାରଣ ଗୁଗଲ ଡକ୍ୟୁମେଣ୍ଟରେ ଇମୋଜି ଯୋଡ଼ି ଦିଆଯାଇଛି। ଫଳରେ ନିଜ ପସନ୍ଦର ଇମୋଜି ବ୍ୟବହାର କରି ଜଣେ ବ୍ୟବହାରକାରୀ ମନର ଭାବନା ବ୍ୟକ୍ତ କରିପାରିବେ।
୨୦୦୬ ମାର୍ଚ୍ଚ ୯ରେ ପ୍ରଥମ ଥର ପାଇଁ ଗୁଗଲ ଡକ୍ୟୁମେଣ୍ଟ ଆପ୍ଲିକେଶନ ଆରମ୍ଭ ହୋଇଥିଲା। ସାଧାରଣତଃ କୌଣସି କଣ୍ଟେଣ୍ଟ ଲେଖିବା ପାଇଁ ଗୁଗଲ ଡକ୍ୟୁମେଣ୍ଟ ଆପ୍ଲିକେଶନ ବ୍ୟବହାର କରାଯାଏ। ଏହା ଦେୟମୁକ୍ତ। ଗୁଗଲ ଡକ୍ୟୁମେଣ୍ଟରେ ଉଲ୍ଲେଖିତ ତଥ୍ୟକୁ ଗୋଟିଏ ସମୟରେ ଏକାଧିକ ବ୍ୟକ୍ତି ଦେଖିପାରିବେ। ଏଥିରେ ଆବଶ୍ୟକ ସଂଶୋଧନ କିମ୍ବା ତଥ୍ୟ ଯୋଡ଼ିପାରିବା ସୁବିଧା ରହିଛି। ଏହାକୁ ୧୦୦ ଭାଷାରେ ବ୍ୟବହାର କରାଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?