ଡିସିବି ବ୍ୟାଙ୍କର ନୂତନ ସୁବିଧା

ଭୁବନେଶ୍ୱର,୪।୧: ଡିସିବି ବ୍ୟାଙ୍କର ନୂତନ ସୁବିଧା ‘ଡିସିବି ହାପି ସେଭିଂସ୍‌ ଆକାଉଣ୍ଟର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସୁବିଧା ଗ୍ରାହକମାନଙ୍କ ପାଇଁ ଲାଭଦାୟକ ହେବ। ଏପରିକି ଖାତାଧାରୀମାନେ ବର୍ତ୍ତମାନ,ଭାରତ ଭିତରେ ସେମାନଙ୍କ ଯୋଗ୍ୟ ୟୁପିଆଇ ଡେବିଟ୍‌ କାରବାର ଉପରେ କ୍ୟାଶ୍‌ବ୍ୟାକ୍‌ ରିୱାର୍ଡ ଉପଭୋଗ କରିବାର ସୁଯୋଗ ପାଇବେ। ବିଶେଷକରି ଯୋଗ୍ୟ ୟୁପିଆଇ କାରବାର ଉପରେ ବାର୍ଷିକ ୭,୫୦୦ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ମିଳିବ। ଅପରପକ୍ଷରେ ୟୁପିଆଇ କାରବାର ସର୍ବବ୍ୟାପୀ ହୋଇଥିବାବେଳେ ଡିସିବି ହାପି ସେଭିଂ ଆକାଉଣ୍ଟ ମାଧ୍ୟମରେ ଯେତେ ଅଧିକ କାରବାର କରିହେବ, ସେତେ ଅଧିକ କ୍ୟାଶ୍‌ ବ୍ୟାକ୍‌ ରିୱାର୍ଡ ଗ୍ରାହକମାନେ ପାଇପାରିବେ। ଏଥିପାଇଁ ସର୍ବନିମ୍ନ ୟୁପିଆଇ କାରବାର ରାଶି ମାତ୍ର ୫୦୦ଟଙ୍କା ରହିଛି। ସେହିଭଳି ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କ ଡିସିବି ହ୍ୟାପି ସେଭିଂ ଆକାଉଣ୍ଟ ଜରିଆରେ ହାରାହାରି ୨୫,୦୦୦ ଟଙ୍କାର ତ୍ରୈମାସିକ ବାଲାନ୍ସ ରଖିବାକୁ ପଡିବ। ଏପରିକି ଲୋଭନୀୟ କ୍ୟାଶ୍‌ବ୍ୟାକ୍‌ ରିୱାର୍ଡ ବ୍ୟତୀତ ଡିସିବି ହାପି ସେଭିଂସ ଆକାଉଣ୍ଟ ଭାରତରେ ଥିବା ସମସ୍ତ ଡିସିବି ବ୍ୟାଙ୍କ ଏଟିଏମକୁ ଅସୀମିତ ମାଗଣା ବ୍ୟବହାର କରିବା, ଅନ୍‌ଲାଇନ୍‌ ଆର୍‌ଟିଜିଏସ୍‌, ଏନ୍‌ଇଏଫ୍‌ଟି ଏବଂ ଆଇଏମ୍‌ପିଏସ୍‌ ସୁବିଧାର ମାଗଣା ଅସୀମିତ ବ୍ୟବହାର, ଡିସିବି ବ୍ୟକ୍ତିଗତ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଏବଂ ଡିସିବି ମୋବାଇଲ ବ୍ୟାଙ୍କିଙ୍ଗ୍‌ ଆପ୍‌ ସମେତ ଅନେକ ସୁବିଧା ପ୍ରଦାନ କରୁଛି।
ଏ ସମ୍ପର୍କରେ ଡିସିବି ବ୍ୟାଙ୍କର ରିଟେଲ ଆଣ୍ଡ୍‌ ଏଗ୍ରି ବ୍ୟାଙ୍କିଙ୍ଗ୍‌ ମୁଖ୍ୟ ପ୍ରବୀଣ କୁଟ୍ଟୀ କହିଛନ୍ତି, ଡିସିବି ହାପି ସେଭିଂସ୍‌ ଆକାଉଣ୍ଟ ଆକର୍ଷଣୀୟ କ୍ୟାଶ୍‌ବ୍ୟାକ୍‌ ରିୱାର୍ଡ ଏବଂ ଏକ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍‌ ଅଭିଜ୍ଞତା ପ୍ରଦାନ କରୁଥିବା ବେଳେ ଏକ ବିଶ୍ୱସ୍ତରୀୟ ଉତ୍ପାଦକୁ ଆମେ ବିଶ୍ୱାସ କରୁ ଯେ ଏହି ଆକାଉଣ୍ଟ ଆମ ଗ୍ରାହକମାନଙ୍କୁ ସେମାନଙ୍କ ଦୈନନ୍ଦିନ ବ୍ୟାଙ୍କିଙ୍ଗ୍‌ର ସର୍ବାଧିକ ଉପଯୋଗ କରିବାକୁ ସଶକ୍ତ କରିବ ଏବଂ ଆବଶ୍ୟକ ହାରାହାରି ତ୍ରୈମାସିକ ବାଲାନ୍ସ ବଜାୟ ରଖିବା ସହିତ ଏଥିରେ ଉଲ୍ଲେଖନୀୟ କ୍ୟାଶ୍‌ବ୍ୟାକ୍‌ ହାସଲ କରିବାର ସମ୍ଭାବନା ମଧ୍ୟ ରହିଛି। ବିଶେଷକରି ଏହା ଆମର ମୂଲ୍ୟବାନ ଗ୍ରାହକମାନଙ୍କୁ ଅଭିନବ ଏବଂ ଲାଭଦାୟକ ବ୍ୟାଙ୍କିଙ୍ଗ୍‌ ସମାଧାନ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ ରହିଛି। ଉଲ୍ଲେଖଯୋଗ୍ୟ,ଡିସିବି ହାପି ସେଭିଂ ଆକାଉଣ୍ଟ ପାଇଁ ସର୍ବନିମ୍ନ ହାରାହାରି ତ୍ରୈମାସିକ ବାଲାନ୍ସ ୧୦,୦୦୦ ଟଙ୍କା ହୋଇଥିବାବେଳେ କ୍ୟାଶ୍‌ବ୍ୟାକ୍‌ ପୁରସ୍କାର ପାଇବାକୁ ହେଲେ ଆକାଉଣ୍ଟଧାରୀଙ୍କୁ ୨୫,୦୦୦ ଟଙ୍କାର ସର୍ବନିମ୍ନ ତ୍ରୈମାସିକ ବାଲାନ୍ସ ରଖିବାକୁ ପଡ଼ିବ। ଏକ ନିର୍ଦ୍ଦିଷ୍ଟ ତ୍ରୈମାସିକ ପାଇଁ କ୍ୟାଶ୍‌ବ୍ୟାକ୍‌ ପରବର୍ତ୍ତୀ ତ୍ରୈମାସର ପ୍ରଥମ ମାସରେ ଗ୍ରାହକଙ୍କ ଆକାଉଣ୍ଟରେ ଜମା କରାଯିବ। ମାସକୁ ସର୍ବାଧିକ ୬୨୫ଟଙ୍କା ଏବଂ ବାର୍ଷିକ ୭,୫୦୦ଟଙ୍କା କ୍ୟାଶ୍‌ବ୍ୟାକ୍‌ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?