ଚାଇନାରେ ନୂଆ ମହାମାରୀ: ୩ ହଜାରରୁ ଅଧିକ ପଜିଟିଭ୍‌

ବେଜିଂ, ୧୯।୯: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାରେ ଏବେ ଏକ ନୂଆ ମହାମାରୀ ଦେଖାଦେଇଛି। ଏହି ନୂଆ ମହାମାରୀରେ ଚାଇନାର ୩ ହଜାର ୨୪୫ ଲୋକ ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ୨୧ ହଜାର ୮୪୭ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଜଣାପଡ଼ିଛି। ଏହି ନୂଆ ମହାମାରୀକୁ ବ୍ରୁସେଲୋସିସ୍‌ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଏହି ମହାମାରୀକୁ ମେଡ଼ିଟେରିଆନ୍‌ ଫିଭର ମଧ୍ୟ କୁହାଯାଉଛି। ୪ ହଜାର ୬୪୬ ଜଣଙ୍କଠାରେ ଏହାର ସାଧାରଣ ଲକ୍ଷଣ ପ୍ରକାଶ ପାଇଛି। ଏହି ରୋଗ ସାଧାରଣତଃ ମଇଁଷିଠାରେ ଦେଖାଦେଇଥାଏ। ରୋଗଯୋଗୁ ମୁଣ୍ଡ ବୁଲାଇବା, ଦେଶରେ ଜ୍ୱର ରହିବା ଆଦି କେତେକ ଲକ୍ଷଣ ଦେଖାଦେଇଥାଏ। ଏହାଦ୍ୱାରା ଆକ୍ରାନ୍ତ ହୋଇଥିବା ପୁରୁଷ ଏବଂ ମହିଳା ପ୍ରଜନନ କ୍ଷମତା ହରାଇ ଥାନ୍ତି ବୋଲି ଡାକ୍ତର କହିଛନ୍ତି। ଉତ୍ତର-ପଶ୍ଚିମ ଚାଇନାର ଗାସୁଂ ପ୍ରଦେଶରେ ଏହି ମହାମାରୀ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୨୩ ହଜାର ୪୭୯ ଲୋକଙ୍କୁ ବ୍ୟକ୍ତିଗତ ଭାବେ ତଥା ଅନ୍‌ ଲାଇନ୍‌ରେ ଏହି ରୋଗ ସମ୍ପର୍କରେ ପରାମର୍ଶ ଦିଆଯାଇଛି। ୧୧ଟି ସ୍ବାସ୍ଥ୍ୟ ସେବା କେନ୍ଦ୍ର ଏନେଇ କାର୍ଯ୍ୟ ଜାରି ରଖିଥିବା ଚାଇନା ସରକାରୀ ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ ଟାଇମ୍ସ୍‌ ପକ୍ଷରୁ କୁହାଯାଇଛି। ଲୋକଙ୍କୁ ସଚେତନ କରାଇବା ଲାଗି ୧୫ ହଜାର ପ୍ରଚାର ପତ୍ର ବଣ୍ଟା ଯାଇଛି। ୨୦୧୯ ଜୁଲାଇ ୨୪ରୁ ଅଗଷ୍ଟ ୨୦ ମଧ୍ୟରେ ଝୋଗ୍ନମୁ ଲୋଝ୍ନଉ ବାୟୋଲୋଜିକାଲ ଫାର୍ମାସ୍ୟୁଟିକାଲ ଫ୍ୟାକ୍ଟ୍ରିରେ ବ୍ରୁସେଲା ପ୍ରତିଷେଧକ ଟିକା ପାଇଁ ବ୍ୟବହାର ସମୟ ଶେଷ ହୋଇ ସାରିଥିବା କୀଟାଣୁନାଶକର ଉପଯୋଗ କରାଯାଇଥିଲା। ଯେଉଁ ବିଘଟନ ଟ୍ୟାଙ୍କରେ କୀଟାଣୁନାଶକ ରଖାଯାଇଥିଲା ସେଥିରୁ ଗ୍ୟାସ୍‌ ନିର୍ଗତ ହେଉଥିଲା। ଟ୍ୟାଙ୍କକୁ ଖାଲି କରାଯିବା ସମୟରେ ଏଥିରେ ଥିବା ବ୍ରୁସେଲୋସିସ୍‌ ବ୍ୟାକ୍ଟେରିଆ ବାହାରକୁ ଆସିଥିଲା। ପରେ ଏହା ବାୟୁମଣ୍ଡଳରେ ଭାସିବୁଲି ଲୋକଙ୍କୁ ଆକ୍ରାନ୍ତ କରିଥିବା ଅନୁମାନ କରାଯାଉଛି ବୋଲି ଗ୍ଲୋବାଲ ଟାଇମ୍ସ୍‌ କହିଛି। ୨୦୨୦ ଜାନୁୟାରୀ ୧୩ରେ ଏହି ଫ୍ୟାକ୍ଟ୍ରିର ପ୍ରତିଷେଧକ ଟିକା ପ୍ରସ୍ତୁତି କରିବା ଲାଇସେନ୍ସ୍‌କୁ ରଦ୍ଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ନେପାଳରେ ପୁଣି ଜଳପ୍ରଳୟ! ଶୋଇଥିଲେ ଲୋକେ, ହଠାତ ଭାସିଗଲା ୩ ପୋଲ, ଅନେକ ଘରେ ପଶିଲା ପାଣି

କାଠମାଣ୍ଡୁ,୧୧।୧୦: ନେପାଳର ଗୋରଖା ଜିଲାର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ ଆସିଥିବା ପ୍ରବଳ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ତିନୋଟି ପୋଲ ଭାସିଯାଇଥିବା ବେଳେ ବନ୍ୟାଜଳ…

ରିୟାଦ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ; ୧୨ ମୃତ ୩୦୦ରୁ ଅଧିକ ଆହତ

ରିଦ,୧୧।୧୦: ସାଉଦି ଆରବ ଏବଂ ୟେମେନର ହୁଥି ବିଦ୍ରୋହୀଙ୍କ ମଧ୍ୟରେ କ୍ରମାଗତ ଆକ୍ରମଣ ଜାରି ରହିଛି। ସମ୍ପ୍ରତି, ହୁଥି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ‘କିଙ୍ଗ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୦।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?