ଗବେଷଣା କ୍ଷେତ୍ରରେ ଉତ୍ସାହ ସୃଷ୍ଟି କରିବ ନୂଆ ଶିକ୍ଷାନୀତି : ଧର୍ମେନ୍ଦ୍ର

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ନୂଆ ଶିକ୍ଷାନୀତି ଦେଶରେ ବିଶ୍ୱସ୍ତରୀୟ ଶିକ୍ଷା ତିଆରି କରିବ। ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ସହ ଶିକ୍ଷାର ସ୍ବାଧୀନତା ଓ ସ୍ବାୟତ୍ତତା ବଢ଼ିବ। ଏହା ଗବେଷଣା କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିବ। ତେବେ ଶିକ୍ଷାବିତ୍‌, ଶିକ୍ଷାନୁଷ୍ଠାନ ଏବଂ ସରକାର ମିଳିତ ଭାବେ ଗବେଷଣା ଆଧାରିତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଓ ଥିଙ୍କ୍‌ ଇଣ୍ଡିଆ ପକ୍ଷରୁ ବୁଧବାର ଆୟୋଜିତ ‘ମୋ ନୂତନ ଶିକ୍ଷାନୀତି (MYNEP)-ଓଡ଼ିଶା ଆମ୍ବାସାଡର ସମ୍ବାଦ’ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଏହା କହିଥିଲେ।

ଏକବିଂଶ ଶତାବ୍ଦୀରେ ନୂତନ ଶିକ୍ଷାନୀତିର ଆବଶ୍ୟକତା ଓ ଭୂମିକା ଉପରେ ଆଲୋଚନା କରି ସେ କହିଲେ, ଦୀର୍ଘ ତିନି ଦଶନ୍ଧି ପରେ ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ନୂଆ ଶିକ୍ଷାନୀତିରେ ତ୍ରିଭାଷା ଯଥା ଇଂଲିଶ, ହିନ୍ଦୀ ଓ ଆଞ୍ଚଳିକ ଭାଷା ବା ମାତୃଭାଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏହା ଛାତ୍ରୀଛାତ୍ରଙ୍କ ପ୍ରତିଭା ଓ ଆଗ୍ରହକୁ ବିକଶିତ କରିବା ସହ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବ। ଶିକ୍ଷା ସମାଜରେ ନୂଆ ଆତ୍ମବିଶ୍ୱାସ ତିଆରି କରିବା ପାଇଁ ଏବଂ ଜ୍ଞାନ ସମାଜକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ। ଆମ ଶିକ୍ଷା ବ୍ୟବସ୍ଥା ରୋଜଗାର ସହ ଯୋଡ଼ି ହୋଇଛି। ଏହାକୁ ଆଧାର କରି ନୂଆ ଜାତୀୟ ଶିକ୍ଷାନୀତିରେ ଛାତ୍ରୀଛାତ୍ରଙ୍କ ଉଭୟ ଦକ୍ଷତା ଓ ଚାକିରିକୁ ଗୁରୁତ୍ୱ ଦିଆଯାଇଛି। ଏହା ରୋଜଗାର, ସ୍ବରୋଜଗାର ବଢ଼ଇବା ପାଇଁ ସାହାଯ୍ୟ କରିବା ସହ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଆର୍ଥତ୍କ ଦୁର୍ବଳ ଶ୍ରେଣୀର ପଛୁଆ ଛାତ୍ରୀଛାତ୍ରଙ୍କ ପାଇଁ ଚାକିରି ସୃଷ୍ଟି କରିବ। ଏହାଦ୍ୱାରା ଛାତ୍ରୀଛାତ୍ର ନିଜେ ଆତ୍ମନିର୍ଭର ହେବେ ଓ ଦେଶ ମଧ୍ୟ ଆତ୍ମନିର୍ଭର ହେବ। ଓଡ଼ିଶାର ମୂଳ ପୁଞ୍ଜି ହେଲା ଶିକ୍ଷା। ରାଜ୍ୟରେ ଅନେକ ବୁଦ୍ଧିମାନ ଲୋକ ଅଛନ୍ତି। ଏହି ନୂତନ ଶିକ୍ଷାନୀତି ଦ୍ୱାରା ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାର ଛାତ୍ରୀଛାତ୍ରଙ୍କ ବୌଦ୍ଧିକ କ୍ଷମତାର ବିକାଶ କରିବାରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ମାଇଁଏନ୍‌ଇପିରେ ସ୍ବେଚ୍ଛାକୃତ ଭାବେ ପଞ୍ଜୀକୃତ କରିଥିବା ଓଡ଼ିଶାର ୪୦ ହଜାରରୁ ଅଧିକ ଆମ୍ବାସାଡରମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପରମୁହାଁ ହେଉଛି କରୋନା,ଚିହ୍ନଟ ହେଲେ ୪୫ ପଜିଟିଭ୍‌

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ ଉପରମୁହାଁ ହେଉଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ଜାଗା ଖୋଜୁଛି ମଡେଲ ବସ୍‌ଷ୍ଟାଣ୍ଡ୍‌

ଢେଙ୍କାନାଳ ଅଫିସ, ୧୨।୩ ବଢୁଛି ଢେଙ୍କାନାଳ ସହର। ବଦଳୁଛି କଳେବର। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଆବଶ୍ୟକତା ଅନୁଭବ ହେଲାଣି। ହେଲେ ପ୍ରଶାସନିକ...

ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ୧୩ ନୂଆ ପ୍ରଫେସର ପଦବୀକୁ ମଞ୍ଜୁରୀ

ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟର ପ୍ରମୁଖ କ୍ୟାନ୍‌ସର ହସ୍ପିଟାଲ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟ (ଏଏଚ୍‌ପିଜିଆଇସି)ରେ ଆଉ ୧୩ଟି ନୂଆ ପ୍ରଫେସର ଓ ଆସୋସିଏଟ...

୧୬୦ ସ୍ଥାନରେ ହେବ କୋଭିଡ୍‌ ଟିକାକରଣ

ଭୁବନେଶ୍ୱର,୧୧।୧(ବ୍ୟୁରୋ) : ରାଜ୍ୟରେ ୧୬୦ଟି ସ୍ଥାନରେ କୋଭିଡ୍‌ ଟିକାକରଣ ହେବ। ଏଥିପାଇଁ ସେସନ୍‌ ସାଇଟ୍‌ ନିର୍ଦ୍ଧାରଣ କରାଯାଇଛି। ସରକାରୀ ଡାକ୍ତରଖାନା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ...

ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ: ବିଏମସି କମିଶନର

ଭୁବନେଶ୍ୱର,୨୫।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଗତ କିଛିଦିନ ହେବ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏ...

ଭୁବନେଶ୍ୱରରୁ ଆଜି ୫୫୦ ନୂଆ ପଜିଟିଭ ଚିହ୍ନଟ: ସେଥିରୁ ୩୦୭ ଲୋକାଲ କଣ୍ଟାକ୍ଟ କେସ

ଭୁବନେଶ୍ୱର,୪।୯(ବ୍ୟୁରୋ)-ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫୫୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ୫୫୦ ଆକ୍ରାନ୍ତଙ୍କ ମଧ୍ୟରେ ୨୪୩ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ...

୧୧ କ୍ୟାବିନେଟ୍‌, ୯ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ବୁଧବାର ପୂର୍ବାହ୍ନରେ ରାଜ୍ୟର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ...

ଭଙ୍ଗା ଗଢ଼ାରେ ଜବରଦଖଲ ଉଚ୍ଛେଦ

ସ୍ଥିତପ୍ରଜ୍ଞ ମିଶ୍ର ଭୁବନେଶ୍ୱର, ୫।୯(ବ୍ୟୁରୋ): ମୁଖ୍ୟ ଡ୍ରେନ ହେଉ ଅବା ସ୍କୁଲ ଆଗ ସବୁଠି ଜବରଦଖଲକାରୀଙ୍କ ରାଜ। ରାସ୍ତାପାଖ ଦୋକାନୀମାନେ ନିଜ ଇଚ୍ଛା ମୁତାବକ ସେମାନଙ୍କ ଦୋକାନ...

Advertisement
Archives

Model This Week