Posted inଜାତୀୟ

ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ: ଏଣିକି ଜିନ୍ସ,ଟି-ଶାର୍ଟ ପିନ୍ଧି କାର୍ଯ୍ୟାଳୟକୁ ଆସିପାରିବେନି କର୍ମଚାରୀ

ନୂଆଦିଲ୍ଲୀ,୪।୬: ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ ହୋଇଛି। ଏଣିକି ସିବିଆଇ କର୍ମଚାରୀ ଫର୍ମାଲ ଲୁକ୍‌ରେ ନଜର ଆସିବେ। ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ଯାଞ୍ଚ ବ୍ୟୁରୋ(ସିବିଆଇ)ର ନୂଆ ନିର୍ଦ୍ଦେଶକ ଭାବେ ଆଇପିଏସ୍‌ ସୁବୋଧ କୁମାର ଜୟସଓ୍ବାଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିର୍ଦ୍ଦେଶକ ହେବା ପରେ ସୁବୋଧ ଆକ୍ସନ ମୁଡରେ ଆସିଯାଇଛନ୍ତି। ବର୍ତ୍ତମାନ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସେ ଏକ ପ୍ରୋଟୋକଲ୍‌ ପ୍ରସ୍ତୁତ କରିଛନ୍ତି। ଏହି ପ୍ରୋଟୋକଲ ଅନୁସାରେ ଏଣିକି କର୍ମଚାରୀମାନେ ଜିନ୍ସ, ଟି-ଶାର୍ଟ ଓ ସ୍ପୋଟର୍‌ସ ଜୋତା ପିନ୍ଧି କାର୍ଯ୍ୟାଳୟକୁ ଆସିପାରିବେ ନାହିଁ। ତେବେ ଏହି ନିୟମ କେବଳ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ନୁହେଁ ବରଂ ଦେଶର ସମସ୍ତ ଶାଖାରେ ଲାଗୁ ହେବ ବୋଲି ନିର୍ଦ୍ଦେଶକ ସୁବୋଧ କୁମାର କହିଛନ୍ତି। ସେହିପରି ପୁରୁଷ କର୍ମଚାରୀଙ୍କ ସହ ମହିଳା କର୍ମଚାରୀଙ୍କ ପାଇିଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି। ମହିଳାମାନେ କେବଳ ଶାଢ଼ୀ, ସାଲଓ୍ବାର ସୁଟ କିମ୍ବା ଫର୍ମାଲ ଶାର୍ଟ ପିନ୍ଧିପାରିବେ। ସୂଚନା ମୁତାବକ ଗତ କିଛି ବର୍ଷ ହେବ ସିବିଆଇ କର୍ମଚାରୀମାନେ ଜିନ୍ସ ଓ ଟି-ଶାର୍ଟ ପିନ୍ଧି କାର୍ଯ୍ୟାଳୟକୁ ଆସୁଥିଲେ। ଯାହାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ କଣ୍ଠରୋଧ କରାଯାଇଛି, ଦେଶରେ ଚାଲିଛି ଏକଛତ୍ରବାଦୀ ଶାସନ: ରାହୁଲ…

ଜୟପୁର,୨୩।୯ : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ରାଜଧାନୀ ଜୟପୁରର ମାନସରୋଭରରେ ରାଜ୍ୟ କଂଗ୍ରେସ କମିଟିର ନୂତନ ଭବନର ମୂଳଦୁଆ ପକାଇବାକୁ ଆସିଥିବା ରାହୁଲ ଗାନ୍ଧୀ...

ରାତି ଅଧରେ ‘ମନତ୍‌’ରେ ପହଞ୍ଚିଲେ ସଲମାନ

ମୁମ୍ବାଇ ,୩।୧୦: ଡ୍ରଗ୍ସ ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ ଗିରଫ ହେବା ଖବର ବଲିଉଡ୍‌ରେ ହଇଚଇ ସୃଷ୍ଟି କରିଛି। ରବିବାର...

ସଂଖ୍ୟାଲଘୁଙ୍କ ସ୍ବୀକାର୍ଯ୍ୟ ନେତା ପାଲଟିଛନ୍ତି ମୋଦି: ନକ୍‌ଭୀ

ନୂଆଦିଲ୍ଲୀ,୧୭।୧୨: ଦେଶର ସର୍ବାଧିକ ସଂଖ୍ୟାଲଘୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଛନ୍ତି। ମୋଦି ଦେଶର ଅଳ୍ପସଂଖ୍ୟକଙ୍କର ସ୍ବୀକାର୍ଯ୍ୟ ନେତା ପାଲଟିଛନ୍ତି। ଏସମ୍ପର୍କରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ...

୧୪ ଦିନିଆ ନ୍ୟାୟିକ ହେପାଜତେରେ ଜୁବୈର

ଲକ୍ଷ୍ନୌ,୧୧।୭: ଅଲ୍ଟ ଡିଜିଟାଲ ନ୍ୟୁଜ୍‌ ସହସସ୍ଥାପକ ମହମ୍ମଦ ଜୁବୈରଙ୍କୁ ସୋମବାର ଉତ୍ତରପ୍ରଦେଶ ଲଖିମପୁରଖେରି କୋର୍ଟ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଜୁଲାଇ ୨୫ପର୍ଯ୍ୟନ୍ତ ସେ ନ୍ୟାୟିକ...

ଏପ୍ରିଲ ୧ରୁ ଆରମ୍ଭ ହେବ ୩ୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା

ନୂଆଦିଲ୍ଲୀ,୨୩।୩: ଆସନ୍ତା ଏପ୍ରିଲ ୧ ତାରିଖରୁ କରୋନା ଟିକାକରଣ ପ୍ରକ୍ରିୟାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୪୫ ଓ ତା’ଠାରୁ ଊର୍ଦ୍ଧ୍ୱ...

ଟୁଇଟରକୁ କେନ୍ଦ୍ରର ଶେଷ ନୋଟିସ୍‌

ନୂଆଦିଲ୍ଲୀ,୩୦।୬: କେନ୍ଦ୍ର ସରକାରଙ୍କର ପ୍ରତ୍ୟେକ ନିର୍ଦ୍ଦେଶାବଳୀକୁ ପାଳନ କରିବା ଉଦ୍ଦେଶ୍ୟରେ ବୁଧବାର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଟୁଇଟରକୁ ଫାଇନାଲ ନୋଟିସ୍‌ ଜାରି କରାଯାଇଛି।...

ମାତୃଗର୍ଭରେ ଥିବା ଶିଶୁର ଭାରତୀୟ ନାଗରିକତ୍ୱର ଅଧିକାର ରହିଛି, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ, ୧୯।୫ : ମାତା ପିତାମାନେ ସେମାନଙ୍କର ଭାରତୀୟ ନାଗରିକତ୍ୱ ତ୍ୟାଗ କରି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କଲେ ମଧ୍ୟ ତ୍ୟାଗ ସମୟରେ ମାତୃଗର୍ଭରେ...

ଅପରେଶନ ମେଘଚକ୍ର, ୨୦ ରାଜ୍ୟର ୫୬ ଅଞ୍ଚଳରେ ସିବିଆଇ ଚଢ଼ାଉ…

ନୂଆଦିଲ୍ଲୀ, ୨୪।୯ : ଅନଲାଇନରେ ଶିଶୁ ଯୌନ ଶୋଷଣ ସାମଗ୍ରୀ ମାମଲାରେ ୨୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୬ ଅଞ୍ଚଳରେ ସିବିଆଇ ଚଢ଼ାଉ...

Advertisement
Archives

Model This Week