ଅମିତାଭଙ୍କ କଣ୍ଠରେ ଶୁଭୁଥିବା କରୋନା ହ୍ୟାଲୋ ଟ୍ୟୁନକୁ ହଟାଇବାକୁ ଦାବି: ଦିଲ୍ଲୀ ହାଇକୋର୍ଟରେ ମାମଲା

ନୂଆଦିଲ୍ଲୀ,୭ ।୧: ମୋବାଇଲ ଫୋନରେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ କଣ୍ଠରେ କରୋନା ଭାଇରସ ସଚେତନତା ବାର୍ତ୍ତ ଥିବା ହ୍ୟାଲୋ ଟ୍ୟୁନକୁ ହଟାଇବା ପାଇଁ ଦାବି କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି । ଏଥିପାଇଁ ଆବେଦନକାରୀ ବିଭିନ୍ନ ପ୍ରକାର ଯୁକ୍ତି ବାଢିଛନ୍ତି । ସେ କହିଛନ୍ତି କରୋନା ମହାମାରୀ ସମୟରେ କରୋନା ଯୋଦ୍ଧାଙ୍କ କଣ୍ଠରେ ମୋବାଇଲ ଫୋନରେ କରୋନା ସଚେତନା ହ୍ୟାଲୋ ଟ୍ୟୁନ ରଖାଯିବା କଥା । ଅମିତାଭ ଏଥିପାଇଁ କେନ୍ଦ୍ର ସରକାରଙ୍କଠାରୁ ଅର୍ଥ ବି ନେଉଛନ୍ତି । ତେଣୁ ଏହି ସମୟରେ ଯେଉଁମାନେ ସମାଜର ସେବା କରୁଛନ୍ତି ସେମାନଙ୍କୁ ଆଗକୁ ଆଣିବା କଥା । ଏହି ମାମଲାର ଶୁଣାଣି ୧୮ ଜାନୁୟାରୀରେ କରାଯିବ ବୋଲି ଜଣାପଡିଛି । ଆବେଦନକାରୀ ଆହୁରି ମଧ୍ୟ କହିଛନ୍ତି ଅମିତାଭ ବଚ୍ଚନ ନିଜେ କରୋନା ଭାଇରସକୁ ନେଇ ସଚେତନତା ସୃଷ୍ଟି କରୁଛନ୍ତି । ଯେଉଁଥିପାଇଁ ସରକାର ତାଙ୍କୁ କିଛି ଅର୍ଥ ମଧ୍ୟ ଦେଉଛନ୍ତି । ହେଲେ ସେ ନିଜେ ଓ ତାଙ୍କ ପରିବାର ଏଥିପ୍ରତି ସଚେତନ ନୁହଁନ୍ତି । ତେଣୁ ଯେଉଁ କରୋନା ଯୋଦ୍ଧା ଭାବେ ନିଃଶ୍ୱାର୍ଥପର ଭାବେ ସମାଜର ସେବା କରୁଛନ୍ତି ଏହି ସୁଯୋଗ ସେମାନଙ୍କୁ ଦେବା ଉଚିତ । ସୂଚନାଯୋଗ୍ୟ, କରୋନା ମହାମାରୀ ସଂକ୍ରମଣ ହେବା ସମୟରେ ଅମିତାଭ ବଚ୍ଚନ ଓ ତାଙ୍କ ପରିବାରର ୪ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ଅବଶ୍ୟ ସେମାନେ ସୁସ୍ଥ ହୋଇ ଫେରି ଆସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫାରାହ ଖାନ୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମା’ ମେନକା ଇରାନିଙ୍କ ନିଧନ

ବମ୍ବେ: ମା’ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରାହ ଖାନ୍‌। ଶୁକ୍ରବାର ତାଙ୍କର ମା’ ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri