ପୃଥିବୀ ପାଇଁ ନୂଆ ବିପଦ: ଭାଙ୍ଗିଲା ବିରାଟ ହିମ ପାହାଡ଼

ଓ୍ବାଶିଂଟନ,୨୮।୨: ପୃଥିବୀ ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। ଅଣ୍ଟାର୍କଟିକାରେ ଏକ ବିରାଟ ହିମ ପାହାଡ଼ ଭାଙ୍ଗି ପଡ଼ିଛି। ଏହାର ଆକାର ୧୨୭୦ ବର୍ଗ କିଲୋମିଟର। ଯାହାକି ରାଜଧାନୀ ଦିଲ୍ଲୀର ଆକାର ସହିତ ପ୍ରାୟ ସମାନ। ଦିଲ୍ଲୀର ଆକାର ୧୨୯୨ ବର୍ଗ କିଲୋମିଟର। ହିମ ପାହାଡ଼ର ମୋଟେଇ ୧୫୦ ମିଟର ବୋଲି ବ୍ରିଟିଶ୍‌ ଅଣ୍ଟାର୍କଟିକା ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି। ସର୍ଭେ ସଂସ୍ଥା ପକ୍ଷରୁ ହିମପାହାଡ଼ର ଫଟୋ ଏବଂ ୪୭ ସେକେଣ୍ଡର ଏକ ଭିଡ଼ିଓ ମଧ୍ୟ ଜାରି ହୋଇଛି। ଏହା ବ୍ରୁଣ୍ଟ୍‌ ଆଇସ୍‌ ସେଲ୍ଫର ଅଂଶବିଶେଷ। ଏହା ଭାଙ୍ଗୁଥିବା ନେଇ ୨୦୨୦ ନଭେମ୍ବରରେ ସୂଚନା ମିଳିଥିଲା। ତେବେ ବର୍ତ୍ତମାନ ଏହା ମୂଳ ଖଣ୍ଡଠାରୁ ଅଲଗା ହୋଇଯାଇଛି। ହିମ ପାହାଡ଼ ଭାଙ୍ଗିବା ଘଟଣାକୁ ସାଧାରଣତଃ କାଲ୍‌ଭିଂ କୁହାଯାଇଥାଏ। ଜଳବାୟୁ ପରିବର୍ତ୍ତନ ଯୋଗୁ ମେରୁ ଅଞ୍ଚଳରେ ହିମ ପାହାଡ଼ ଭାଙ୍ଗିବା ଏବଂ ତରଳିବା ଘଟଣା ବଢ଼ି ଚାଳିଛି। ସମ୍ପ୍ରତି ଭାଙ୍ଗିଥିବା ହିମପାହାଡ଼ ତରଳିଲେ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏପରି ହେଲେ ଉପକୂଳରେ ଥିବା ପୃଥିବୀର ବହୁ ଅଞ୍ଚଳ ପାଣିରେ ବୁଡ଼ିଯିବ ବୋଲି ପରିବେଶ ବିଜ୍ଞାନୀ ମତପୋଷଣ କରିଛନ୍ତି। ଏହାଯୋଗୁ ପୃଥିବୀ ପାଇଁ ନୂଆ ବିପଦ ସୃଷ୍ଟି ହେବ। ଏସମ୍ପର୍କରେ ଉପଗ୍ରହ ଦ୍ୱାରା ଉତ୍ତୋଳିତ ହୋଇଥିବା ଫଟୋରୁ ବିଶେଷ ସୂଚନା ମିଳିଥିବା ଓ୍ବାଲେସ୍‌ର ସ୍ବାନେସା ବିଶ୍ୱବିଦ୍ୟାଳୟର ପ୍ରଫେସର ଆଦ୍ରିଆନ୍‌ ଲ୍ୟୁକମ୍ୟାନ୍‌ କହିଛନ୍ତି। ସୂଚନାଯୋଗ୍ୟ, ମେରୁରେ ଥିବା ସମସ୍ତ ବରଫ ତରଳିଗଲେ ସମୁଦ୍ରର ଜଳସ୍ତର ୭୦ ମିଟର ବଢ଼ିଯିବ। ଏଭଳି ହେଲେ ପୃଥବୀର ବହୁ ଦ୍ୱୀପ ତଥା ବଡ଼ ବଡ଼ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ-୧୯: ଗୋଟିଏ ମାସ ପାଇଁ ସିଙ୍ଗାପୁର ଲକ୍‌ଡାଉନ୍‌

ସିଙ୍ଗାପୁର,୩।୪: କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା’ କବଳକୁ ନେବାକୁ ଲାଗି ପଡିଛି। କରୋନା ଭୟରେ ଏବେ ବିଶ୍ୱ ଯେମିତି ଏକ ପ୍ରକାର ଠପ୍‌...

ଛୁଆଙ୍କୁ ଆକଟ କଲେ ଦଣ୍ଡ: କାଠଗଡ଼ାକୁ ଟଣାହେବେ

ଟୋକିଓ: ଅନୁଶାସନ ପାଇଁ ଜନ୍ମକଲା ପିଲାଙ୍କୁ ଦଣ୍ଡ ଦେବା ଅତି ସାଧାରଣ କଥା। ପାଠପଢ଼ିବା ହେଉ ଅବା ସଂସ୍କାରବାଦୀ ଚିନ୍ତାଧାରା ପାଇଁ ପ୍ରତି ଘରେ ଶିଶୁଙ୍କ...

୧୬ ବର୍ଷ ଧରି କୌଣସି ଚିଠି ନ ବାଣ୍ଟି ଘରେ ଲୁଚାଇ ରଖିଲେ ପୋଷ୍ଟମ୍ୟାନ

ଟୋକିଓ,୨୫।୧: ଜାପାନରେ ଜଣେ ୬୧ ବର୍ଷ ବୟସ୍କ ଅବସର ପ୍ରାପ୍ତ ପୋଷ୍ଟମ୍ୟାନ୍‌ ୨୪ ହଜାରରୁ ଅଧିକ ଚିଠି ନ ବାଣ୍ଟି ପକାଇ ରହିଥିଲେ। ଏନେଇ ଜଣାପଡ଼ିବା...

ସ୍କୁଟିର ଚାଲାଣ କାଟିବାରୁ ହାଇ ଭୋଲ୍‌ଟେଜ୍‌ ଡ୍ରାମା କଲେ ଏହି ମହିଳା, ପୋଲିସ ଟୋପି-ଏଟିଏମ୍‌ କାର୍ଡକୁ ଛଡ଼ାଇ…

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଜରିମାନା ଲାଗିବା ସାଧାରଣ କଥା। ହେଲେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ମଜାଦାର ଘଟଣା ଘଟିଛି। ଜଣେ ମହିଳା ଟ୍ରାଫିକ୍‌...

ପ୍ରବଳ ଶୀତରେ ରେଜେଇ ଘୋଡ଼େଇ ହୋଇ ଶୋଇଥିଲେ ଏହି ବ୍ୟକ୍ତି, କୁକୁଡ଼ା ଆସି ଯାହା କଲା ଭିଡିଓ ଦେଖିଲେ ହସିହସି ଗଡ଼ିବେ

ଭାରତରେ ବର୍ତ୍ତମାନ ବହୁତ ଶୀତ ପଡ଼ିଛି। ସକାଳୁ ଉଠିବାକୁ ମନ ଚାହୁଁନି। ଏପରିକି ଉଠିବାରେ ବିଳମ୍ବ ହେଉଛି ମଧ୍ୟ। ଆଲାର୍ମ ବାଜି ବାଜି ବନ୍ଦ ହୋଇଗଲେ...

ରମଜାନ୍‌ରେ ରୋଜା ପରେ ଇଫତାର୍‌ରେ ମିଳୁନି ଗ୍ଲାସେ ମିଶ୍ରି ସର୍ବତ: ପାକିସ୍ତାନରେ ଲେମ୍ବୁ କିଲୋ ୪ ଶହ

ଇସଲାମାବାଦ୍‌,୧୮।୫: ପାକିସ୍ତାନ ମୁଦ୍ରା ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି। ଫଳରେ ଏଠାରେ ରମଜାନ ମାସରେ ରୋଜା ରଖିଥିବା ଶ୍ରଦ୍ଧାଳୁଙ୍କୁ ଇଫତାର୍‌ ସମୟରେ ଗ୍ଲାସେ ମିଶ୍ର...

ମହିଳାଙ୍କ ପାଇଁ ଆରମ୍ଭ ହେଲା ଓ୍ବାଶ୍‌ରୁମ୍‌ ଅନ୍‌ ହ୍ବିଲ୍‌ ଅଭିଯାନ

ପୁଣେ,୨୨।୨: ମହାରାଷ୍ଟ୍ରରେ ପ୍ରଥମ କରି ମହିଳାଙ୍କ ସୁବିଧା ପାଇଁ ଓ୍ବାଶ୍‌ରୁମ୍‌ ଅନ୍‌ ହ୍ବିଲ୍‌ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ପୁଣେ ପ୍ରଶାସନ ପକ୍ଷରୁ ୧୨ଟି ବସ୍‌କୁ...

ବର୍ଷକୁ ୨୦ କୋଟି ଟଙ୍କାର ମଦ ପିଅନ୍ତି ଏହି ଦେଶର ଶାସକ

ପ୍ୟୋଙ୍ଗୟାଙ୍ଗ,୯ା୧୦: ବିଶ୍ୱରେ ଏମିତି କେହି ନାହିଁ, ଯିଏ କି ଉତ୍ତରକୋରିଆର ଶାସକ କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କୁ ନ ଜାଣିଛି। କିମ୍‌ ନିଜର ଏକଛତ୍ରବାଦ ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ...

Advertisement

BGU

Archives

Model This Week

Why Dharitri