ବିପଦ ଉପରେ ପୁଣି ନୂଆ ବିପଦ: ୬ରୁ ୮ସପ୍ତାହ ମଧ୍ୟରେ ତୃତୀୟ ଲହର…

ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ମାଡ଼ି ଆସୁଥିବା ନେଇ ଏମ୍ସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ୬ରୁ ୮ ସପ୍ତାହ ମଧ୍ୟରେ ଦେଶରେ କରୋନା ମହାମାରୀର ତୃତୀୟ ଲହର ଦେଖାଯିବ ବୋଲି ଏମ୍ସ୍‌ର ମୁଖ୍ୟ ଡ. ରଣଦୀପ୍‌ ଗୁଲେରିଆ କହିଛନ୍ତି। ଭାରତରେ କରୋନା ମହାମାରୀର ତୃତୀୟ ଲହର ନିଶ୍ଚିତ ଆସିବ। ଏହାକୁ ଏଡାଇ ଦେଇ ହେବ ନାହିଁ। ଦେଶରେ ଭାକ୍ସିନ୍‌ ଡୋଜ୍‌ ପ୍ରଦାନ କାର୍ଯ୍ୟ ଏକ ଆହ୍ବାନ ହୋଇଥିବାରୁ ସଂକ୍ରମଣକୁ ରୋକିକା ସମ୍ଭବ ହେବ ନାହିଁ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଦେଶରେ ଏବେ ଅନ୍‌ ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ଲୋକେ ମାର୍ଗଦର୍ଶିକା ପାଳନ ନ କରିବାର ଯଥେଷ୍ଟ ଆଶଙ୍କା ରହିଛି। ଏହା ଯୋଗୁ ତୃତୀୟ ଲହର ଦେଖାଯିବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଦେଶର ୫ ପ୍ରତିଶତ ଜନସଂଖ୍ୟାଙ୍କୁ ଭାକ୍ସିନ୍‌ର ଉଭୟ ଡୋଜ୍‌ ପ୍ରଦାନ କରାଯାଇଛି। ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ୧୩୦ କୋଟି ଜନସଂଖ୍ୟାଙ୍କ ମଧ୍ୟରୁ ୧୦୮ କୋଟିଙ୍କୁ ଭାକ୍ସିନ୍‌ ଦେବା ଲାଗି ଯୋଜନା କରିଛନ୍ତି। କରୋନାର ନୂଆ ଲହର ପାଇଁ ୩ ମାସ ସମୟ ଆବଶ୍ୟ। ମାତ୍ର ତୃତୀୟ ଲହର ଏହାଠାରୁ କମ୍‌ ସମୟ ମଧ୍ୟରେ ଆସିବାର ଆଶଙ୍କା ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଲଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ

କୁଲଗାମ,୧୩।୮: ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ଜଣ ଆତଙ୍କାବଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜମ୍ମୁ-ଶ୍ରୀନଗର ରାଜପଥରେ...

ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୯।୯: ପଞ୍ଜାବରେ ପ୍ରଥମ ଥର ଜଣେ ଦଳିତ ନେତା ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ଯାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ବିଧାୟକ...

ଚିନ୍ତା ବଢ଼ାଇଲାଣି କରୋନା: ୬ ଦିନରେ ଚିହ୍ନଟ ହେଲେଣି ୮୩୩ ଆକ୍ରାନ୍ତ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୬ ଦିନରେ ମୋଟ ୮୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୁନ୍‌...

ରାଜ୍ୟଙ୍କ ପାଇଁ ୫ ବର୍ଷର ଜିଏସଟି କ୍ଷତିପୂରଣ, ପେନସିଲ ଶାର୍ପନର ଉପରେ ଜିଏସଟି କମି ୧୨ ପ୍ରତିଶତ ହେଲା…

ନୂଆଦିଲ୍ଲୀ,୧୮।୨ : ଦ୍ରବ୍ୟ ଏବଂ ସେବା କର(ଜିଏସଟି)ର ୪୯ତମ ବୈଠକ ଶନିବାର ନୂଆଦିଲ୍ଲୀରେ ସମାପ୍ତ ହୋଇଛି। ଏହି ଜିଏସ୍‌ଟି ପରିଷଦ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ...

ଭାକ୍ସିନ୍‌ ଷ୍ଟକ୍‌ ସମ୍ପର୍କରେ ନ ଜାଣି ଡବ୍ଲୁଏଚ୍‌ଓର ମାର୍ଗଦର୍ଶିକାକୁ ଅଣଦେଖା କରି ଟିକାଦାନ ଅଭିଯାନ କରିଛନ୍ତି ସରକାର: ସେରମ ଇନଷ୍ଟିଚ୍ୟୁଟ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଅପରପକ୍ଷରେ କେନ୍ଦ୍ର...

ଆସନ୍ତା କାଲି ପର୍ଯ୍ୟନ୍ତ ଗୃହ ମୁଲତବି

ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ହଟ୍ଟଗୋଳ ହେବାରୁ ଗୃହକୁ ଆସନ୍ତା କାଲି ଦିନ ୨ଟା ପର୍ଯ୍ୟନ୍ତ ମୁଲତବି...

ଅଜିତଙ୍କୁ ମନାଇବାକୁ ପହଞ୍ଚିଲେ ଭୂଜବଳ

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରର ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ଭାଜପା ସହ ମିଶି ସରକାର ଗଢିବା ପରେ ବି ଏପର୍ଯ୍ୟନ୍ତ ତାଙ୍କୁ ମନାଇବାକୁ ଉଦ୍ୟମ ଜାରି ରଖିଛି...

ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଡାକ୍ତରଙ୍କୁ ସୁପାରି

କୋଟା(ରାଜସ୍ଥାନ),୨୦।୧: ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଜଣେ ଡାକ୍ତରଙ୍କୁ ସୁପାରି ଦେବାକୁ ଉଦ୍ୟମ କରିବା ଅଭିଯୋଗରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ...

Advertisement
Archives

Model This Week