Advertisement
Posted inଜାତୀୟ

ମାଡ଼ି ଆସୁଛି ନୂଆ ବିପଦ: ଦିଲ୍ଲୀ ପାଲଟିଛି ମଶା ରାଜଧାନୀ

ନୂଆଦିଲ୍ଲୀ,୭।୪: କରୋନା ସଂକ୍ରମଣ ନେଇ ଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏବେ କରୋନା ସହିତ ଦିଲ୍ଲୀରେ ନୂଆ ବିପଦ ମାଡ଼ି ଆସୁଛି। ରାଜଧାନୀ ଦିଲ୍ଲୀରେ ମଶା ସଂଖ୍ୟା ଏବେ ୬ ଗୁଣାବୃଦ୍ଧି ପାଇଛି। ଦିଲ୍ଲୀ ମଶା ରାଜଧାନୀ ପାଲଟିଥିବା ଏଏପି ନେତା ଦୁର୍ଗେଶ ପାଠକ ଅଭିଯୋଗ କରିଛନ୍ତି। ଦିଲ୍ଲୀ ମହାନଗର ନିଗମ ଭାଜପା କବ୍‌ଜାରେ ରହିଛି। ମଶାତେଲ ସ୍ପ୍ରେ କରାଯିବା ଲାଗି ଆବଣ୍ଟିତ ହୋଇଥିବା ୧୦୦ କୋଟି ଟଙ୍କା ଭାଜପା ହେର୍‌ଫେର୍‌ କରିଥିବା ସେ କହିଛନ୍ତି। ମଶା ବଂଶ ବୃଦ୍ଧି ପାଉଥିବାରୁ ମାଲେରିଆ, ଡେଙ୍ଗୁ, ଚିକୁନ୍‌ଗୁନିଆ ଆଦି ରୋଗ ବ୍ୟାପିବାର ଆଶଙ୍କା ରହିଛି। ଦିଲ୍ଲୀର ପଶ୍ଚିମ କ୍ଷେତ୍ରରେ ମଶା ମାନ୍ଦ୍ରତା ୭.୨ ୟୁନିଟ୍‌ ରହିଛି ବୋଲି ଦିଲ୍ଲୀ ମହାନଗର ନିଗମ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ସେଣ୍ଟ୍ରାଲ ଜୋନ୍‌ରେ ଏହା ୬.୬ ୟୁନିଟ୍‌, ଦକ୍ଷିଣରେ ୫.୮ ୟୁନିଟ୍‌ ଏବଂ ନଜଫଗଡ଼ରେ ୪.୮ ୟୁନିଟ୍‌ ରହିଛି। ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଏସବୁ ଅଞ୍ଚଳରୁ ନମୁନା ସଂଗ୍ରହ କରାଯାଇ ସର୍ଭେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସ କଣ୍ଟ୍ରି ସ୍ଲମ ରନର ଶୁଭାରମ୍ଭ କଲେ ଶାହା

ନୂଆଦିଲ୍ଲୀ,୧୮ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କ୍ରସ କଣ୍ଟ୍ରି ସ୍ଲମ ରନ ପ୍ରତିଯୋଗୀତା ଆୟୋଜନ କରାଯାଇଛି । ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର...

ଟୁଇଟରରେ ‘ଗୋ ବ୍ୟାକ୍‌ ମୋଦି’ ଟ୍ରେଣ୍ଡ୍‌

ମୋର୍‌ବି,୨ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟରେ ଝୁଲାପୋଲ ଭୁଶୁଡ଼ିବା ଘଟଣାକୁ ନେଇ ସୋସିଆଲ ନେଟ୍‌ଓ୍ବର୍କିଂ ସାଇଟ୍‌ ଟୁଇଟରରେ ୟୁଜର୍ସ ନାନା ପ୍ରତିକ୍ରିୟା ପ୍ରକାଶ କରିବାରେ...

ଇଡିରେ ହାଜର ହେବା ପୂର୍ବରୁ ଶିବସେନା କର୍ମୀଙ୍କୁ ସଞ୍ଜୟଙ୍କ ଅପିଲ

ମୁମ୍ବାଇ,୧ ।୭: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ଝଡ଼ ଶିବସେନା ନେତା ଏକନାଥ ସିନ୍ଧେଙ୍କ ଶପଥ ଗ୍ରହଣ ପରେ ଏକ ପ୍ରକାର ଶାନ୍ତ ପଡିଯାଇଛି । ହେଲେ...

ସରକାରୀ ସ୍କୁଲରେ ୫୦ରୁ କମ୍‌ ବୟସର ପୁରୁଷ ଶିକ୍ଷକ ଛାତ୍ରୀଙ୍କୁ ପଢାଇ ପାରିବେନି

ଜଇପୁର,୧୯।୧୦: ରାଜସ୍ଥାନର ସରକାରୀ ବାଳିକା ବିଦ୍ୟାଳୟରେ ଏଣିକି ୫୦ ବର୍ଷରୁ କମ୍‌ ବୟସର ପୁରୁଷ ଶିକ୍ଷକ ଛାତ୍ରୀମାନଙ୍କୁ ପାଠ ପଢାଇ ପାରିବେ ନାହିଁ। ଶୁକ୍ରବାର ଶିକ୍ଷାମନ୍ତ୍ରୀ...

ଆସାମ ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ପ୍ରକାଶ: ୧୯ ଲକ୍ଷ ୬ ହଜାର ୬ଶହ ୫୭ଙ୍କ ନାମ ନାହିଁ

ଗୁଆହାଟୀ,୩୧।୮: ଆସାମ ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ଶନିବାର ପ୍ରକାଶ ପାଇଛି। ତାଲିକାରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣଙ୍କୁ ସାମିଲ୍‌ କରାଯାଇଛି।...

ଏକାକୀ ଲଢ଼ିବୁ ଉପନିର୍ବାଚନ: ଅଖିଳେଶ

ଲକ୍ଷ୍ନୌ,୫।୬: ଆଗାମୀ ଦିନରେ ଉତ୍ତରପ୍ରଦେଶରେ ହେବାକୁ ଥିବା ୧୧ ବିଧାନସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି (ଏସ୍‌ପି) ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି ବୋଲି ଦଳର...

‘କ୍ଷମା ମାଗୁ କଂଗ୍ରେସ’

ମାଣ୍ଡ୍ୟା,୩।୧୦: ‘କର୍ନାଟକ ପତାକା’ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫଟୋକୁ ନେଇ ଉତ୍ତେଜନା ଦେଖାଦେଇଛି। କନ୍ନଡ଼ ସପକ୍ଷବାଦୀ ଗୋଷ୍ଠୀ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା...

କର୍ନାଟକରେ ହେବେ କଂଗ୍ରେସ ମୁଖ୍ୟମନ୍ତ୍ରୀ: ଶିବକୁମାର

ବେଙ୍ଗାଲୁରୁ,୨୨।୭: କର୍ନାଟକ ବିଧାନସଭାରେ ସୋମବାର ଏଚ୍‌ ଡି କୁମାରସ୍ବାମୀ ସରକାର ଆସ୍ଥା ଭୋଟର ସାମ୍ନା କରିବେ। ହେଲେ ଏହା ପୂର୍ବରୁ କଂଗ୍ରେସ ନେତା ଡିକେ ଶିବକୁମାର...

Advertisement
Archives

Model This Week